କିଏ ଅଟନ୍ତି Yami Goutam ଙ୍କ ସ୍ଵାମୀ, Yami ଙ୍କ ଲାଇଫ ଷ୍ଟାଇଲ, ଇନକମ, ଘର ଓ କେତେ ସମ୍ପତ୍ତି ଅଛି ତାଙ୍କ ପାଖରେ ଦେଖନ୍ତୁ

ୟାମି ଗୌତମ, ଆଦିତ୍ୟ ଧର୍ ଙ୍କ ସହ ସାତ ଫେରା ନେଇ ସାରିଛନ୍ତି । ଆଦିତ୍ୟ ହେଉଛନ୍ତି ୟୁରି ପରି ହିଟ୍ ଫିଲ୍ମର ନିର୍ଦ୍ଦେଶକ । ବିବାହ ପରେ ସେମାନଙ୍କ ପ୍ରଥମ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହା ସମସ୍ତଙ୍କ ପାଇଁ ଏକ ସରପ୍ରାଇଜ ଥିଲା ।

ତେବେ ଖବର ପ୍ରକାଶ ହେବା ପରେ ତାଙ୍କ ପ୍ରଶଂସକ ମାନେ ତାଙ୍କୁ ଶୁଭେଚ୍ଛା ଅଜାଡ଼ି ପକାଇ ଥିଲେ । ତେବେ ଚାଲନ୍ତୁ ୟାମି ଗୌତମଙ୍କ ସ୍ବାମୀ ଆଦିତ୍ୟ କିଏ, ସେ କେଉଁ ଫିଲ୍ମ ସବୁ ନିର୍ଦ୍ଦେଶନା ଦେଇଛନ୍ତି ଓ ତାଙ୍କ ନେଟ୍ ମୂଲ୍ୟ କଣ ସେହି ବିଷୟରେ ଚର୍ଚ୍ଚା କରିବା । ଆଦିତ୍ୟ ଧର୍ ହେଉଛନ୍ତି ବଲିଉଡ୍ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନିର୍ଦ୍ଦେଶକ । ଆଦିତ୍ୟ ନିଜ କ୍ୟାରିଅରରେ ଅନେକ ଭଲ ଭଲ ଫିଲ୍ମ ପାଇଁ ଡାଇଲଗ ଓ ସ୍କ୍ରିନ୍ ପ୍ଲେ ଲେଖିଛନ୍ତି ।

ତାଙ୍କ ଦ୍ବାରା ନିର୍ଦ୍ଦେଶିତ ଅନେକ ଫିଲ୍ମ ଦର୍ଶକଙ୍କୁ ଖୁବ୍ ପସନ୍ଦ ହୋଇଛି । ତେବେ ଆଦିତ୍ୟଙ୍କ ନେଟ୍ ମୂଲ୍ୟ ହେଉଛି ସମୁଦାୟ ପାଞ୍ଚ ମିଲିୟନ । ଆଦିତ୍ୟ ଗୋଟିଏ ବିଳାସପୂର୍ଣ୍ଣ ବଙ୍ଗଳାର ମାଲିକ ଅଟନ୍ତି ଓ ଏହା ସହ ତାଙ୍କ ପାଖେ ଅନେକ ଦାମୀ କାର୍ ଗୁଡ଼ିକ ମଧ୍ୟ ଅଛି । ଆଦିତ୍ୟ ଏକ ବିଳାସପୂର୍ଣ୍ଣ ଜୀବନ ବଞ୍ଚନ୍ତି ଓ ବଲିଉଡରେ ମଧ୍ୟ ତାଙ୍କର ବହୁତ ଭଲ ସମ୍ବନ୍ଧ ସବୁ ରହିଛି ।

ୟାମି ଓ ଆଦିତ୍ୟ ସୋସିଆଲ ମିଡିଆରେ ସେମାନଙ୍କର ବହୁତ ସୁନ୍ଦର ଫଟୋ ସେୟାର କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ସେହି ଫଟୋରେ ୟାମି ଓ ଆଦିତ୍ୟ ପରସ୍ପରକୁ ପ୍ରେମଭରା ଆଖିରେ ଦେଖୁଛନ୍ତି । ଅଭିନେତ୍ରୀ ୟାମି ଏକ ଲାଲ୍ ରଙ୍ଗର ଶାଢ଼ୀ ପିନ୍ଧି ବୋହୂ ବେଶରେ ଶୃଙ୍ଗାର କରିଥିବାର ଦେଖିବାକୁ ମିଳୁଛି ଓ ସୁନା ଅଳଙ୍କାରରେ ନିଜ ବୋହୂ ବେଶକୁ ସୁନ୍ଦର ଭାବେ ସଜାଇଛନ୍ତି । ସେହିପରି କ୍ରିମ ଓ ଲାଲ୍ ବର୍ଡର ରଙ୍ଗର ଶେରୱାନିରେ ଆଦିତ୍ୟ ମଧ୍ୟ ଖୁବ୍ ହ୍ୟାଣ୍ଡସମ୍ ଲାଗୁଛନ୍ତି ।

ସେମାନଙ୍କ ଏହି ଫଟୋରେ ତାଙ୍କ ପ୍ରଶଂସକ ମାନେ ମଧ୍ୟ ଖୁବ୍ ପ୍ରେମ ଓ ଶୁଭେଚ୍ଛା ଅଜାଡ଼ି ଦେଉଛନ୍ତି । ଅନେକ ବଲିଉଡ୍ ସେଲିବ୍ରିଟିଙ୍କ ପରି ୟାମି ଓ ଆଦିତ୍ୟ ମଧ୍ୟ ଏକ ପାରିବାରିକ ସମାରୋହରେ ବିବାହ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ପ୍ରଶଂସକ ମାନେ ତାଙ୍କ ବିବାହରେ ଖୁବ୍ ଖୁସି ହେଉଥିବା ବେଳେ ସାମାନ୍ୟ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ । କାରଣ ୟାମି ଓ ଆଦିତ୍ୟ ତାଙ୍କ ବିବାହ ଖବର କାହାକୁ ମଧ୍ୟ ତିଳେ ହେଲେ ବି ଜାଣିବାକୁ ଦେଇଥିଲେ । ଏପରି ସ୍ଥିତିରେ ହଠାତ୍ ବିବାହ ଖବରରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ୟାମି ଓ ଆଦିତ୍ୟ ଫିଲ୍ମ ‘ୟୁରି: ଏକ୍ ସର୍ଜିକାଲ୍ ଷ୍ଟ୍ରାଇକ୍’ ରେ ଏକାଠି କାମ କରିଥିଲେ । ୟାମି କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ରୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରି ଆଜି ବଲିଉଡ଼ର ଏକ ଲୋକପ୍ରିୟ ଅଭିନେତ୍ରୀ ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି ।

ତେବେ ଫିଲ୍ମ ୟୁରି ରେ କାର୍ଯ୍ୟ କରିବା ବେଳ ଠୁ ହିଁ ୟାମି ଓ ଆଦିତ୍ୟ ଦୁହେଁ ଦୁହିଁଙ୍କୁ ପ୍ରେମ କରିବାକୁ ଆରମ୍ଭ କରିଥିଲେ, ମାତ୍ର ମିଡିଆରେ ସେମାନେ ଏହାର ଟିକେ ହେଲେ ବି ଖବର ହେବାକୁ ଦେଇ ନ ଥିଲେ । ୟାମି ନିଜ ଆଗାମୀ ଫିଲ୍ମ ସୁଟିଂ ରେ ବ୍ୟସ୍ତ ରହୁଥିବା ବେଳେ, ଆଦିତ୍ୟ ମଧ୍ୟ ତାଙ୍କ ଆଗାମୀ ଫିଲ୍ମ ‘ଦି ଇମୋର୍ଟାଲ ଅଶ୍ଵତ୍ଥାମା’ ରେ ଭିକି କୌଶଲଙ୍କ ସହ ବ୍ୟସ୍ତ ଅଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ