Vastu Shastra- ଏହି ବୃକ୍ଷ ଘରେ ଲଗାଇଲେ ହୋଇଯିବେ ବର୍ବାଦ ହେଲେ ଏହି ଗଛ ଲଗେଇଲେ ଚୁମ୍ବକ ଭଳି ଟାଣିବ ଧନ !

ଆସନ୍ତୁ ଜାଣିବା କେଉଁ ଗଛ ଲଗାଇଲେ ଶୁଭ ହୋଇ ଥାଏ ଏବଂ କେଉଁ ଗଛକୁ ଲଗାଇଲେ ଆମ ପାଇଁ ହାନିକାରକ ହୋଇଥାଏ । କିଛି ଗଛ ଏମିତି ଥାଏ ଯାହାକୁ ଲଗାଇଲେ ନକାରାତ୍ମକ ପ୍ରଭାବ ପଡିଥାଏ, ଏହା ଘର ପାଇଁ ଅଶୁଭ ହୋଇଥାଏ । ବରଗଛ କିମ୍ବା ଓସ୍ତ ଗଛ ଘରର ସାମ୍ନାରେ କି ମଝିରେ କୈାଣସି ଗଛ ଲଗାଇବା ଉଚିତ ନୁହେଁ । ଏହି ଗଛକୁ କେବେ ଘର ପାଖରେ ଲଗାଇବା କଥା ନୁହେଁ କାରଣ ବହୁତ ଅଶୁଭ ହୋଇଥାଏ ।

ଏମିତି କରିବା ଦ୍ବାରା ଜୀବନରେ ବିଭିନ୍ନ ସମସ୍ୟା ଆସିଥାଏ । ଆମ୍ବ, କଦଳୀ, ମହୁଲ, ଓସ୍ତ ଏବଂ କଣ୍ଟା ଜାତୀୟ ଗଛ ଘର ପାଖରେ ଲଗାଇବେ ନାହିଁ କିମ୍ବା କ୍ଷୀର ଯୁକ୍ତ ଗଛ ଲଗାଇବେ ନାହିଁ । ଜଦି ଆପଣ ବଗିଚା କରିଛନ୍ତି ସେଠାରେ ଲଗାଇ ପାରନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଗଛ ଘର ପାଇଁ ଶୁଭ ଅଟେ ।

ତୁଳସୀ : ଶାସ୍ତ୍ରରେ ତୁଳସୀ ଗଛକୁ ଲକ୍ଷ୍ମୀ ବୋଲି କୁହାଯାଇଛି । ବାସ୍ତୁଶାସ୍ତ୍ର ଅନୁସାରେ ତୁଳସୀ ଗଛକୁ ଦକ୍ଷିଣ ଦିଗରେ ଲଗାଇବା ଉଚିତ ନୁହେଁ, ଜଦି ଏମିତି କରନ୍ତି ତେବେ ଘରର ବହୁତ କ୍ଷତିକାରକ ହୋଇଥାଏ ।

ଅଁଳା : ଅଁଳା ଗଛ ଘର ପାଇଁ ବହୁତ ଶୁଭ ଦାୟକ ଅଟେ । ଏହି ଗଛର ପୂଜାର୍ଚ୍ଚନା କଲେ ବହୁତ ଶୁଭ ଫଳ ମିଳିଥାଏ । ଧାର୍ମିକ ମାର୍ଗରେ ଏହି ଗଛର ବହୁତ ବିଶେଷତ୍ଵ ରହିଛି । କାର୍ତ୍ତିକ ମାସରେ ଭଗବାନ ଶ୍ରୀବିଷ୍ଣୁ ଏହି ଗଛରେ ବାସ କରିଥାନ୍ତି । ଏହାର ଫଳ ଭଗବାନ ବିଷ୍ଣୁଙ୍କର ପ୍ରିୟ ହୋଇଥାଏ । ଏହାକୁ ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ଲଗାଇଲେ ବହୁତ ଲାଭ ଦାୟକ ହୋଇଥାଏ ।

ଅରଖ : ଅରଖ(ଧଳା) ଗଛ ଭଗବାନ ଗଣେଶଙ୍କର ପ୍ରିୟ ବୋଲି ମାନନ୍ତି । ଘରର ଶୁଭ କାର୍ଯ୍ୟରେ ଏହି ଗଛର ଫୁଲ ଲାଗେ । ବାସ୍ତୁଶାସ୍ତ୍ର ଅନୁସାରେ କ୍ଷୀର ଜାତୀୟ ଗଛ ଘର ପାଖରେ ଲଗାଇବା ଉଚିତ ନୁହେଁ ହେଲେ ଏହି କ୍ଷୀର ଜାତୀୟ ଗଛ ବହୁତ ଶୁଭ ଅଟେ । ଏହାକୁ ଲଗାଇବା ଦ୍ବାରା ଘରେ ବହୁତ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ । ଏଥିରେ ଔଷଧୀୟ ଗୁଣ ମଧ୍ୟ ଅଛି । ଭଗବାନ ଶିବ ଏହି ଗଛର ଫୁଲକୁ ବହୁତ ଭଲ ପାଆନ୍ତି । ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବା ପାଇଁ ମଧ୍ୟ ଏହି ବୃକ୍ଷର ପୂଜା କରାଯାଇ ଥାଏ ।

ଶମି : ଶମି ଗଛ ଶନିଦେବଙ୍କର ପ୍ରିୟ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଘରର ପ୍ରବେଶ ଦ୍ବାରରୁ କିଛି ଦୂରରେ ଲଗାନ୍ତୁ ଯାହାଦ୍ଵାରା ଘର ଉପରେ ଏହାର ଛାଇ ନପଡେ ।

ଅଶ୍ବଗନ୍ଧା : ଅଶ୍ଵଗନ୍ଧା ଗଛରେ ବହୁ ମାତ୍ରାରେ ଆୟୁର୍ବେଦିକ ଗୁଣ ଥାଏ । ଏହି ଗଛ ବହୁତ ଶୁଭ ହୋଇଥାଏ, ଘରର ବାସ୍ତୁ ଦୋଷ ପାଇଁ ଏହି ଲାଭ ଦାୟକ ଅଟେ ।

ଦେବଦାରୁ : ଦେବଦାରୁ ଗଛ ଘର ପାଖରେ ଲଗାଇଲେ ବହୁତ ଶୁଭ ହୋଇଥାଏ । ଅନ୍ୟ ଗଛ ପାଖରୁ ବାହାରୁଥିବା ନକାରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ ।

କଦଳୀ, ଆମ୍ବ, ପଣସ, ନିମ, ମନି ପ୍ଲାଣ୍ଟ ଇତ୍ୟାଦି ଗଛ ଗୁଡ଼ିକୁ ଘର ପାଖରେ ଲଗାଇଲେ ବହୁତ ଶୁଭ ହୋଇଥାଏ, ଏହାଦ୍ବାରା ବାତାବରଣ ଠିକ୍ ରହିବା ସହିତ ସକରାତ୍ମକ ପ୍ରଭାବ ପଡିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।