କଣ ଆପଣ ଜାଣିଛନ୍ତି ଭାରତର ନେତା ମାନଙ୍କର ସ୍ୟାଲେରୀ, ରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ, MP, MLA କେତେ ଦରମା ନିଅନ୍ତି

କହିବାକୁ ଗଲେ ଭାରତରେ ରାଜନୀତିକୁ ବହୁତ ପ୍ରାଧାନ୍ୟ ଦିଆଯାଏ । ଏହି ତୁଳନାରେ ରାଜନୀତିଜ୍ଞମାନେ ଅର୍ଥାତ ରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ ଓ ଅନ୍ୟ ରାଜନୀତିକ ପଦ ପଦବୀରେ କାମ କରୁଥିବା ରାଜନେତାମାନଙ୍କୁ କେତେ ଟଙ୍କା ଦରମା ମିଳେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ । କହିଦେଉଛୁ କି ଭାରତୀୟ ରାଷ୍ଟ୍ରପତିଙ୍କୁ ମାସିକ ଦରମା ହିସାବରେ ୫ ଲକ୍ଷ ଟଙ୍କା ଦରମା ମିଳେ । ଏହା ଏକ ବେସିକ ଦରମା ଅଟେ ଏହା ଛଡା ଅତିରିକ୍ତ ସମସ୍ତ ସୁବିଧା ମଧ୍ୟ ମିଳେ ।

ଉପରାଷ୍ଟ୍ର ପତିଙ୍କୁ ବି ୪ ଲକ୍ଷ ଟଙ୍କା ମାସିକ ଦରମା ମିଳିଥାଏ । ଏହା ସହ ଅତିରିକ୍ତ ଆଲାଉନ୍ସ ମାଧ୍ୟମରେ ମଧ୍ୟ କିଛି ଟଙ୍କା ମିଳିଥାଏ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିଥାଏ । ରାଜ୍ୟର ରାଜ୍ୟପାଳଙ୍କୁ ୩,୫୦,୦୦୦ ଟଙ୍କା ଦରମା ମିଳିଥାଏ ।

ଭାରତର ମୁଖ୍ୟ ବିଚାରପତିଙ୍କୁ ମାସିକ ଦରମା ବାବଦରେ ୨,୮୦,୦୦୦ ଟଙ୍କା ଦରମା ମିଳିଥାଏ । ଭାରତର ଉଚ୍ଚତ୍ତମ ନ୍ୟାୟାଳୟର ବିଚାର ପତିଙ୍କୁ ଦରମା ବାବଦରେ ମାସକୁ ୨,୫୦, ୦୦୦ ଟଙ୍କା ମିଳିଥାଏ । ମୁଖ୍ୟ ନିର୍ବାଚନ କମିଶନରଙ୍କୁ ମାସିକ ଦରମା ବାବଦରେ ୨ ,୫୦, ୦୦୦ ଟଙ୍କା ମିଳିଥାଏ । UPSCର ଚେୟାରମ୍ୟାନଙ୍କୁ ୨,୫୦,୦୦୦ ଟଙ୍କା ମାସକୁ ଦରମା ମିଳିଥାଏ । ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ୨,୫୦,୦୦୦ ଟଙ୍କା ମାସକୁ ଦରମା ଆକାରରେ ମିଳିଥାଏ ।

ଉଚ୍ଚ ନ୍ୟାୟାଳୟର ଅନ୍ୟ ବିଚାରପତିଙ୍କୁ ୨,୨୫, ୦୦୦ ଟଙ୍କା ଦରମା ମିଳିଥାଏ । ଭାରତର MP ତଥା ସାଂସଦମାନଙ୍କୁ ମାସିକ ୧ ଲକ୍ଷ ଟଙ୍କା ଦରମା ଆକାରରେ ମିଳିଥାଏ । ଏହା ଛଡା ଏମାନଙ୍କୁ ଅତିରିକ୍ତ ଆଲାଉନ୍ସ ଆକାରରେ ମଧ୍ୟ କିଛି ଟଙ୍କା ମିଳିଥାଏ । ଭାରତର ପ୍ରଧାନ ମନ୍ତ୍ରୀଙ୍କୁ ମାସକୁ ୨ ଲକ୍ଷ ୮୦, ୦୦୦  ଟଙ୍କା ଦରମା ଆକାରରେ ମିଳିଥାଏ । ଭାରତର ସବୁ ରାଜ୍ୟର ବିଧାୟକ ତଥା MLA ମାନଙ୍କ ଦରମା ରାଜ୍ୟମାନେ ନିର୍ଧାରିତ କରିଥାନ୍ତି ।

ଏହା ଅନୁସାରେ ସବୁଠୁ ଅଧିକ ମାସିକ ଦରମା ତେଲେଙ୍ଗାନା ରାଜ୍ୟର ବିଧାୟକମାନଙ୍କୁ ଦରମା ଆକାରରେ ମିଳିଥାଏ ଓ ନାଗାଲାଣ୍ଡର ବିଧାୟକମାନଙ୍କୁ ସବୁଠୁ କାମ ମାସିକ ଦରମା ମିଳିଥାଏ । ଏହି ବିଧାୟକ ମାନଙ୍କ ମଧ୍ୟରୁ ଜଣଙ୍କୁ ସେହି ରାଜ୍ୟର ମୁଖ୍ୟ ମନ୍ତ୍ରୀ ଭାବରେ ନିର୍ବାଚିତ କରାଯାଏ । ଏହା ଅନୁସାରେ ମୁଖ୍ୟ ମନ୍ତ୍ରୀ ମାନଙ୍କ ମାସିକ ଦରମା ନିଜ ନିଜ ରାଜ୍ୟମାନେ ନିର୍ଧାରିତ କରିଥାନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ମାସକୁ ୪,୧୦, ୦୦୦ ଟଙ୍କା ଦରମା ମିଳିଥାଏ ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ମାସିକ ଦରମା ବାବଦକୁ ୩,୯୦,୦୦୦ ଟଙ୍କା ମିଳିଥାଏ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ମାସକୁ ୩,୬୫ ,୦୦୦ ଟଙ୍କା ଦରମା ମିଳିଥାଏ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ୩,୪୦,୦୦୦ ଟଙ୍କା ଦରମା ମିଳେ । ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ୩,୪୫ ,୦୦୦ ଟଙ୍କା ଦରମା ଆକାରରେ ମିଳିଥାଏ । ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ୧,୧୦,୦୦୦ ଟଙ୍କା ଦରମା ମିଲିଥାଏ । ଏହିଭଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିଜ ରାଜ୍ୟ ଅନୁସାରେ ଦରମା ମିଳିଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।