Anubhav ଙ୍କୁ ତାଗିଦ କଲେ Varsha Priyadarshini, କହିଲେ କଥା ମାନୁନ, ପସ୍ତେଇବ, ସୁଧୁରି ଯାଅ ନହେଲେ…

ନମସ୍କାର ବନ୍ଧୁଗଣ । ଆଜିର ସୂଚନା ଅନୁସାରେ ଓଡିଆ ଚଳଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀ ବର୍ଷା ପ୍ରିୟ ଦର୍ଶିନୀ ଓ ସୁପର ଷ୍ଟାର ଅନୁଭବଙ୍କ ଘର କଳି ଏବେ ଅନ୍ୟ ଏକ ମୋଡ ନେଲାଣି । ବର୍ତ୍ତମାନର ସୂଚନା ଅନୁସାରେ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟ ଦର୍ଶିନୀ ଏବେ ହ୍ୟୁମାନ ରାଇଟ୍ସର ଆଧାରରେ ଅନୁଭବକୁ ତାଗିଦ କରୁଛନ୍ତି । ଅନୁଭବକୁ କଡା ଜବାବ ଦେଲେ ବର୍ଷା ପ୍ରିୟ ଦର୍ଶିନୀ। ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କୁ  କହିବା ଅନୁସାରେ କଥା ମାନୁନ ନିଶ୍ଚୟ ପସ୍ତେଇବ । ଓଡିଆ ଫିଲ୍ମ ଷ୍ଟାର ମାନଙ୍କର ଘର କଳିର ସମାଧାନ ହେବାର ନା ହିଁ ନଉନି।

ଦିନ କୁ ଦିନ ସମସ୍ଯାର ସମାଧାନ ନ ହୋଇ ସମସ୍ଯା ଅଡୁଆ ହେବାରେ ଲାଗିଛି  ଓଡିଆ ଷ୍ଟାର ବାବୁସାନ, ପ୍ରକୃତି ଓ ତୃପ୍ତି ଙ୍କ ବିବାଦ ଥମିବା ମାତ୍ର କେତିକି ଦିନ ହୋଇଛି । ଏହା ପରେ ପୁଣି ମୁଣ୍ଡ ଟେକି ଲାଣି ସେହି ପୁରୁଣା ବର୍ଷା ପ୍ରିୟ ଦର୍ଶିନୀ ଓ ଅନୁଭବଙ୍କ  ବିବାଦ । ବହୁ ଚର୍ଚିତ ଏହି ଓଡିଆ ସିନେ ଦମ୍ପତିଙ୍କ ବିବାଦ ଏବେ ଅନ୍ୟ ଏକ ମୋଡ ନେଇ ସମସ୍ଯା ପୁଣି ଜଟିଳ ହେବା  ପାଇଁ ବସିଲାଣି । କାରଣ ଅନୁଭବଙ୍କୁ ତାଗିଦ କରିବା ପାଇଁ ହ୍ୟୁମାନ ରାଇଟ୍ସରେ ପହଞ୍ଚି ଲେଣି ବର୍ଷା ପ୍ରିୟ ଦର୍ଶିନୀ ।

ସୂଚନା ମୁତାବକ ଘର କଳିକୁ ନେଇ ଅନୁଭବ ସୋସିଆଲ ମିଡିଆରେ ବର୍ଷାଙ୍କୁ ଟାର୍ଗେଟ କରି ଅନେକ ଭିଡିଓ ପୋଷ୍ଟ କରୁଥିଲେ। ଏହି ସମସ୍ତ କଥାକୁ ନେଇ ମର୍ଯ୍ୟାଦା କ୍ଷ୍ଯୁନ୍ନ ହେଉଛି ବୋଲି କୋର୍ଟରେ ଅପିଲ କରିଥିଲେ ବର୍ଷା ପ୍ରିୟ ଦର୍ଶିନୀ । ବର୍ଷାଙ୍କ ଏହି ଅପିଲ ପରେ କୋର୍ଟ  ଅନୁଭବଙ୍କୁ ତାଗିଦ କରି ଘର କଳିକୁ ସୋସିଆଲ ମିଡିଆରେ ପୋଷ୍ଟ ନ କରିବା ପାଇଁ କହିଥିଲେ । ବହୁତ ଦିନର ବ୍ଯବଧାନରେ ପୁଣି ଥରେ ଅନୁଭବ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏହି କଥାକୁ ନେଇ ଗୋଟିଏ ଭିଡ଼ିଓ ପୋଷ୍ଟ କରିଛନ୍ତି ।

ଏହି କଥାକୁ ନେଇ ହ୍ୟୁମାନ ରାଇଟ୍ସକୁ ବର୍ଷା ପ୍ରିୟ ଦର୍ଶିନୀ ଯାଇଛନ୍ତି ବୋଲି ଚର୍ଚା କେନ୍ଦ୍ର ବିନ୍ଦୁ ପାଲଟିଛି । ଯଦି ଏହି କଥା ସତ୍ୟ ହୋଇଥିବ ତାହେଲେ ହାଇକୋର୍ଟଙ୍କ ଆଦେଶ ନ ମାନିବାରୁ ଏହା ଉପରେ କୋର୍ଟ ଅନ୍ୟ କିଛି ରାୟ ଶୁଣାଇପାରନ୍ତି । ବର୍ଷା ପ୍ରିୟ ଦର୍ଶିନୀ ଓ ଅନୁଭବଙ୍କ ଏହି ଘର କଳି ଦାଣ୍ଡରୁ ଯାଇ ହାତରେ ଗଡୁଥିବା ବେଳେ କେବେ ଏହି କଳିର ସମାଧାନ କେବେ ହେବ ବୋଲି ଓଡିଶାବାଶି ସମସ୍ତଙ୍କର ନଜର ରହିଛି ।

କଣ ହେବ ଏହି ଦୁଇ ସୁପର ଷ୍ଟାରଙ୍କର ଘର କଳି ଓ କେବେ ଏହାର ସ୍ଥାଇ ସମାଧାନ ଏହାକୁ ନେଇ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ କମେଣ୍ଟ କରିକି ନିଜର ମତାମତ ନିହାତି  ଜଣାନ୍ତୁ ।