ମକର ରାଶି (Capricorn) August 2022 ମାସିକ ରାଶିଫଳ, ମାସଟି ଆପଣଙ୍କ ପାଇଁ କିପରି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ କରିବେ ପ୍ରତିକାର ?

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହଙ୍କ ଚଳନ ଓ ସ୍ଥିତି ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ଫଳରେ ଆମ ଜୀବନରେ ସୁଖ ଓ ଦୁଃଖ ଲାଗି ରହିଥାଏ । ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଅନୁଧ୍ୟାନ କରି କୌଣସି ବ୍ୟକ୍ତିଙ୍କ ଭାଗ୍ୟ ଓ ଭବିଷ୍ୟତ ବିଷୟରେ ଅନେକ କିଛି ତଥ୍ୟ ମିଳିଥାଏ । ସେହି ଅନୁସାରେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ମକର ରାଶି ପାଇଁ ୨୦୨୨ ଅଗଷ୍ଟ ମାସଟି କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ କରିବେ ପ୍ରତିକାର ।

୨୦୨୨ ମସିହା ଅଗଷ୍ଟ ମାସଟି ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବାକୁ ଯାଉଛି । ଆପଣଙ୍କ ପ୍ରକୃତିରେ ପରିବର୍ତ୍ତନ ଯୋଗୁଁ ଆପଣଙ୍କ କ୍ଯାରିୟରରେ ଏହା ନକରାତ୍ମକ ପ୍ରଭାବ ପକାଇପାରେ । ଏହି ମାସରେ ଆପଣଙ୍କ କ୍ଯାରିୟରରେ ଆପଣଙ୍କୁ ଉତ୍ଥାନ ପତନର ସମୁଖୀନ ହେବାକୁ ପଡିପାରେ । କିନ୍ତୁ ଏହି ମାସରେ ପ୍ରେମ ଜୀବନରେ ଭଲ ଫଳାଫଳ ଦେଖିବାକୁ ପାଇବେ ଓ ଆପଣଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ମଧ୍ୟ ଦୂର ହେବାର ସମ୍ଭାବନା ରହିଛି ।

ଏହି ମାସରେ ଆପଣଙ୍କ କ୍ଯାରିୟର କ୍ଷେତ୍ରରେ କିଛି ଅସୁବିଧାର ସମୁଖୀନ ହେବାକୁ ପଡିପାରେ ଓ ଆପଣଙ୍କ ଦ୍ଵାରା କରା ଯାଇଥିବା କାର୍ଯ୍ୟ ନଷ୍ଟ ହେବାର ସମ୍ଭାବନା ମଧ୍ୟ ରହିଛି । ଏହି ସମୟରେ ଆପଣଙ୍କ କ୍ରୋଧଭାବ ବଢିପାରେ, ତେଣୁ ଆପଣ ଯେକୌଣସି ବିବାଦରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ ।

ଏହି ସମୟରେ ଆପଣଙ୍କ ଉପରେ ଅଳସୁଆପଣ ହବି ହୋଇପାରେ, ଫଳରେ ଆପଣ ଠିକ ସମୟରେ ନିଜ ଲକ୍ଷ୍ୟକୁ ପୂରଣ କରିବାରେ ଅସଫଳ ହେବେ । କିନ୍ତୁ କିଛି ଭଲ ଦୁଯୋଗ ମଧ୍ୟ ମିଳିପାରେ, ଯାହା ଆପଣଙ୍କ କ୍ଯାରିୟର ଉପରେ ସକାରାତ୍ମକ ପ୍ରଭାବ ପକାଇପାରେ । ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣଙ୍କ ପାଇଁ ଅଗଷ୍ଟ ମାସଟି ଅନୁକୂଳ ରହିବ । ଏହି ସମୟରେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ ଓ କୌଣସି ସ୍ଥାନରୁ ଆପଣ ଟଙ୍କା ପାଇପାରନ୍ତି ।

ଛାତ୍ର ଛାତ୍ରୀମାନେ ନିଜ ସମୟକୁ ଅଦରକାରୀ କାର୍ଯ୍ୟରେ ବ୍ୟବହାର କରିବା ହେତୁରୁ ଅସୁବିଧାରେ ପଡ଼ିପାରନ୍ତି । ତେଣୁ ଅଧ୍ୟୟନ ଓ ଅନ୍ଯାନ୍ଯ କାର୍ଯ୍ୟ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ଉଚିତ ହେବ । ଏହି ସମୟରେ ପ୍ରେମ ଏବଂ ଦାମ୍ପତ୍ୟ ଜୀବନ ଅଧିକ ମଜବୁତ ହେବ ଓ ସବୁ କାର୍ଯ୍ୟରେ ସାଥିଙ୍କର ପୂର୍ଣ୍ଣ ସହଯୋଗ ପାଇବେ ।

ଏହି ମାସରେ ଆପଣଙ୍କ ଘରେ କିଛି ଶୁଭ କାର୍ଯ୍ୟର ଆୟୋଜନ ହୋଇପାରେ । ପାରିବାରିକ ଦୃଷ୍ଟିରୁ ମଧ୍ୟ ଅଗଷ୍ଟ ମାସଟି ସକାରାତ୍ମକ ଫଳାଫଳ ନେଇଆସିବ । କିନ୍ତୁ ସବୁ କ୍ଷେତ୍ରରେ ଆପଣଙ୍କୁ ନିଜ କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖିବା ନିହାତି ଆବଶ୍ୟକ ହେବ । ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତିଦିନ ଭଗବାନ ଶନିଦେବଙ୍କ ପୂଜା କରନ୍ତୁ ଓ ସନ୍ଧ୍ଯା ବେଳେ ଓସ୍ତ ଗଛମୂଳେ ଏକ ସୋରିଷ ତେଲର ଦୀପ ନିଶ୍ଚୟ ଜଳାନ୍ତୁ ।

ଏହାସହ ଭଗବାନ ଶନିଦେବଙ୍କ ବୀଜମନ୍ତ୍ର ଜପକରନ୍ତୁ ଓ ଶୁକ୍ରବାର ଦିନ ମା ଦୂର୍ଗାଙ୍କ ମନ୍ଦିରକୁ ଯାଇ ଅତର ଅର୍ପଣ କରନ୍ତୁ । ଦେଖିବେ ଯାହା ଅଶୁଭତା ରହିଥିଲା ତାହା ଖଣ୍ଡନ ହୋଇ ଶୁଭଫଳ ନିଶ୍ଚିୟ ପ୍ରାପ୍ତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।