Sanaya Iraniଙ୍କୁ ପ୍ରପୋଜ କରି ସାରିଛନ୍ତି ଏହି ସବୁ ହିରୋ, ଏତେ ପାଗଳ କଣ ପାଇଁ ଥିଲେ ସନାୟାଙ୍କ ପ୍ରେମରେ

ଷ୍ଟାର ପ୍ଲସ ର ପପୁଲାର ଶୋ ରହିଛି ଇସ ପ୍ୟାର କୋ କ୍ୟା ନାମ ଦୁଁ କିନ୍ତୁ ଏହି ଶୋ କୁ ଏତେ ପପୁଲାର ବନେଇବାର ସବୁ ଶ୍ରେ ଏହି ଶୋ ର ଲିଡ ଅଭିନେତ୍ରୀ ସନାୟା ଇରାନି ଙ୍କ ଯାଉଛି । ଯିଏ ଶୋର ଲିଡ ଅଭିନେତ୍ରୀ ଖୁସି କୁମାରୀ ଗୁପ୍ତା ସିଂ ରାଇଯାଦା ର ଚରିତ୍ର ନିଭାଇଥିଲେ । ସନାୟା ନିଜ ଅଭିନୟ ଦ୍ଵାରା ସବୁ ଦର୍ଶକଙ୍କ ହୃଦୟ କିଣିନେଇଥିଲେ । ଯାହା ଫଳରେ ଶୋଟି ବହୁତ ପପୁଲାର ହୋଇଥିଲା ।

ଶୋରେ ତାଙ୍କ ନୀରିହପଣ ସବୁ ମହିଳାଙ୍କ ହୃଦୟକୁ କିଣିଥିଲେ । କେବଳ ଦର୍ଶକ ନୁହନ୍ତି ବରଂ ବହୁତ ଅଭିନେତା ମଧ୍ୟ ତାଙ୍କର ଦିୱାନା ହୋଇଥିଲେ ଏବଂ ତାଙ୍କୁ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ । ଆଜି ଆମେ ଆପଣଙ୍କୁ ସେହି ଅଭିନେତା ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ବରୁନ ସୋବତି :- ସନାୟା ଙ୍କ ସହ ଏହି ଶୋରେ ଅଭିନୟ କରୁଥିଲେ ବରୁନ । ଏହି ସିରିଏଲ କରିବା ସମୟରେ ବରୁନ ସନାୟା ଙ୍କୁ ପସନ୍ଦ କରିବାକୁ ଲାଗିଥିଲେ ଏବଂ ତାଙ୍କୁ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ । ଯେତେବେଳେ ବରୁନ ଙ୍କୁ ପଚରା ଯାଇଥିଲା କି ସେ କେଉଁ ଟିଭି ଅଭିନେତ୍ରୀ ଙ୍କୁ ବିବାହ କରିବାକୁ ଚାହାନ୍ତି ସେତେବେଳେ ସେ ସନାୟା ଙ୍କ ନାମ କହିଥିଲେ । ଏବଂ ସେ କହିଥିଲେ କି ସେ ସନାୟା ଙ୍କୁ ପସନ୍ଦ କରନ୍ତି । ଏବଂ ସେ ସନାୟା ଙ୍କୁ କିଛି କହିବା ପୂର୍ବରୁ ସନାୟା ବିବାହ କରିଦେଇଥିଲେ ତେଣୁ ସେ ତାଙ୍କ ପ୍ରେମକୁ ଆଗେଇ ପାରିଲେନାହିଁ ।

ଅକ୍ଷୟ ଦୋଗ୍ରା:- ବହୁତ ହିଟ ଟିଭି ଶୋ କରିସାରିଥିବା ଅକ୍ଷୟ ଦୋଗ୍ରା ମଧ୍ୟ ସନାୟା ଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଅକ୍ଷୟ ପୂର୍ବରୁ ବିବାହ କରିସାରିଥିଲେ କିନ୍ତୁ ସେ ସନାୟା ଙ୍କ ପ୍ରେମରେ ଏମିତି ପାଗଳ ଥିଲେ କି ସେ ତାଙ୍କୁ ବିବାହ କରିବାପାଇଁ ନିଜ ପତ୍ନୀ ଙ୍କୁ ମଧ୍ୟ ଛାଡ଼ିଦେବେ ବୋଲି କହିଥିଲେ ।

କରନ ଗୋଡ଼ୱାନି:- ଦିଆ ଅର ବାତି ହମ ଶୋରେ ବିକ୍ରମର ରୋଲ କରୁଥିବା କରନ ମଧ୍ୟ ଏହି ଲିଷ୍ଟ ରେ ଅଛନ୍ତି । କରନ ନିଜର ଗୋଟେ ଇଣ୍ଟର୍ଭ୍ୟୁରେ କହିଥିଲେ କି ସେ ସନାୟା ଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ତାଙ୍କୁ ବିବାହ ମଧ୍ୟ କରିବାକୁ ଚାହାନ୍ତି । ସେ ସନାୟା ଙ୍କୁ ମଧ୍ୟ ନିଜ ପ୍ରେମ ବିଷୟରେ କହିଥିଲେ କିନ୍ତୁ ସନାୟା ତାଙ୍କୁ ମନା କରିଥିଲେ ।

ସିଭିନ ନାରଙ୍ଗ:- ସନାୟା ଙ୍କୁ ପ୍ରଥମ ନଜରରେ ଭଲ ପାଇବସିଥିଲେ ସିଭିନ । ଆଜି ମଧ୍ୟ ସେ ସନାୟା ଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କୁ ବିବାହ କରିବାକୁ ଚାହାନ୍ତି ବୋଲି ସେ ନିଜର ଗୋଟେ ଇଣ୍ଟର୍ଭ୍ୟୁ ରେ କହିଥିଲେ । ସିଭିନ କହିଥିଲେ ସେ ସନାୟା ଙ୍କୁ ପସନ୍ଦ କରନ୍ତି କିନ୍ତୁ ସନାୟା ତାଙ୍କୁ ପସନ୍ଦ କରନ୍ତି କି ନାହିଁ ସେ ଜାଣିନାହାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।