ଉତ୍ତର ଦିଗରୁ ବହେ ପବନ, ମା’ ନଥାଇ ପୁଅ ଜନମ, ପୁଅ ଯେତେବେଳେ ଜନ୍ମ ହେଲା ବାପା ସେତେବେଳେ ଘରେ ନଥିଲା ? (Odia Dhaga Dhamali)

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।

1- ପୃଥିବୀ ର ଆନୁମାନିକ ବୟସ କେତେ ?

ଉ: 4,700 ନିୟୁତ ବର୍ଷ ।

2- ପୃଥିବୀର ପରିକ୍ରମଣ ସମୟ କେତେ ?

ଉ: 365 ଦିନ 6 ଘଣ୍ଟା 9 ମିନିଟ 45 ସେକେଣ୍ଡ ।

 

3- କେଉଁ କାଳ୍ପନିକ ରେଖା ପୃଥିବୀକୁ ଦୁଇ ଭାଗରେ ବିଭକ୍ତ କରେ ?

ଉ: ବିଷୁବରେଖା ।

4- ସକଳ ଶକ୍ତିର ଆଧାର ବୋଲି କାହାକୁ କୁହାଯାଏ ?

ଉ: ସୂର୍ଯ୍ୟଙ୍କୁ କଳ ଶକ୍ତିର ଆଧାର କୁହାଯାଏ ।

5- ପୃଥିବୀ ର ଦୁଇ ପ୍ରାନ୍ତକୁ କଣ କୁହାଯାଏ ?

ଉ: ଉତ୍ତର ମେରୁ ଓ ଦକ୍ଷିଣ ମେରୁ ।

6- ପୃଥିବୀ ର ଦୈନିକ ଗତିକୁ କଣ କୁହାଯାଏ ?

ଉ: ଆହ୍ନିକ ଗତି ।

7- ପୃଥିବୀ ର ବାର୍ଷିକ ଗତି ର ଅନ୍ୟ ନାମ କଣ ?

ଉ: ପରିକ୍ରମଣ ।

8- ସୂର୍ଯ୍ୟଙ୍କ ଚାରିପଟେ କେତୋଟି ଗ୍ରହ ପ୍ରଦକ୍ଷିଣ କରୁଛନ୍ତି ?

ଉ: 9 ଟି ଗ୍ରହ ।

9- ସୂର୍ଯ୍ୟଙ୍କ ନିକଟତମ ଗ୍ରହ କିଏ ?

ଉ: ବୁଧ ଗ୍ରହ ସୂର୍ଯ୍ୟଙ୍କ ସବୁଠୁ ନିକଟରେ ଅଛି ।

 

10- କେଉଁ ଗ୍ରହ ର ସର୍ବାଧିକ ଉପଗ୍ରହ ଅଛନ୍ତି ?

ଉ: ବୃହସ୍ପତି ଗ୍ରହ ।

11- ପୃଥିବୀ କେତେ ଦିନରେ ଥରେ ସୂର୍ଯ୍ୟଙ୍କ ଚାରିପଟେ ବୁଲେ ?

ଉ: 365 ଦିନରେ ଥରେ ।

12- ସୂର୍ଯ୍ୟଙ୍କ ଆବର୍ତ୍ତନ ଗତି ଦ୍ଵାରା ପୃଥିବୀରେ କଣ ହୁଏ ?

ଉ: ପୃଥିବୀରେ ଦିନ ଏବଂ ରାତି ହୁଏ ।

13- ବ୍ରହ୍ମଦେଶ ଭାରତରୁ କେବେ ଅଲଗା ହେଲା ?

ଉ: 1936 ମସିହାରେ ।

14- ଭାରତ ର ଶାସନ ନିୟମ କେବେ ପ୍ରଣିତ ହୋଇଥିଲା ?

ଉ: 1935 ମସିହାରେ ।

15- ସାଇମନ କମିଶନ କେବେ ଭାରତ ଆଗମନ କରିଥିଲେ ?

ଉ: ଖ୍ରୀଷ୍ଟାବ୍ଦ 1928 ରେ ।

16- ବିଭାଜିତ ବଙ୍ଗ ର ପୁନଃ ମିଶ୍ରଣ କେବେ ହୋଇଥିଲା ?

ଉ: 1911 ମସିହାରେ ।

17- କେଉଁ ଗଛ ଜୀବନକାଳ ମଧ୍ୟରେ ଥରେ ଫଳ ଦିଏ ?

ଊ: କଦଳୀ ଗଛ ।

18- କେଉଁ ଜୀବ ର ଗୋଟିଏ ମାତ୍ର ଶିଙ୍ଘ ଥାଏ ?

ଉ: ଗଣ୍ଡା ।

19- ଉଭୟ ଜଳ ଓ ସ୍ଥଳରେ ବାସ କରୁଥିବା ପ୍ରାଣୀ କିଏ ?

ଉ: ବେଙ୍ଗ ।

20- ଉତ୍ତର ଦିଗରୁ ବହେ ପବନ, ମା’ ନଥାଇ ପୁଅ ଜନମ, ପୁଅ ଯେତେବେଳେ ଜନ୍ମ ହେଲା ବାପା ସେତେବେଳେ ଘରେ ନଥିଲା ?

ଉ- ଏହାର ଉତ୍ତର ଜାଣିଥିଲେ ତେବେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କାରନ୍ତୁ ।