‘ଉତରନ ର ଇଚ୍ଛା’ ଶୁଣାଇଲେ ଏମିତି କଥା, କହିଲେ- ସାଙ୍ଗମାନଙ୍କ ସାମ୍ନାରେ ପିଟୁଥିଲା ବୟଫ୍ରେଣ୍ଡ, ୫ବର୍ଷ ପର୍ଯ୍ୟନ୍ତ କଲା ଶୋଷଣ

ଟିଭି ଏକ୍ଟ୍ରେସ  ଟିନା ଦତ୍ତା ବହୁତ କମ ବୟସରୁ ଅଭିନୟ କରିବା ଆରମ୍ଭ କରିଥିଲେ ଓ ଶିଶୁ କଳାକାର ଭାବରେ ସେ ବଙ୍ଗାଳୀ ଟିଭି ସିରିଏଲରେ କାମ କରିଥିଲେ । ଏହା ବ୍ୟତୀତ ସେ ବିଦ୍ୟା ବାଲନଙ୍କ ଫିଲ୍ମ ପରିଣୀତା ରେ ତାଙ୍କ ଭଉଣୀର ଅଭିନୟ କରିଥିଲେ । ଟିନାଙ୍କର ଅଭିନୟର କ୍ୟାରିୟର ଇଣ୍ଡଷ୍ଟ୍ରିରେ ବହୁତ ଲମ୍ବା ଅଟେ ଓ ଏଥିରେ ସେ ସଫଳ ମଧ୍ୟ ହୋଇଛନ୍ତି । ଏହା ବ୍ୟତୀତ ସେ ହିନ୍ଦୀ ଟିଭି ସିରିଏଲ ଉତରନରେ ସବୁଠୁ ଅଧିକ ଚର୍ଚ୍ଚିତ ଚରିତ୍ର ର ଅଭିନୟ କରିଥିଲେ ।

ଯାହା ପରେ ଟିନାଙ୍କୁ ଘରେ ଘରେ ସମସ୍ତେ ଜାଣିବାକୁ ଲାଗିଲେ । ଏବେ ଆପଣ ଭାବନ୍ତୁ କି ଏତେ ସଫଳ ଓ ସ୍ଵତନ୍ତ୍ର ଅଭିନେତ୍ରୀ ହେବା ପରେ ମଧ୍ୟ ସିରିଏଲ ‘ଉତରନ’ର ଅଭିନେତ୍ରୀଙ୍କର ବଡ ରାଜ ବାହାରକୁ ଆସିଛି ।  ଟିନା ଦତ୍ତା ନିଜେ ଏକ ଇଣ୍ଟରଭ୍ୟୁ ସମୟରେ ଏହି କଥା ସ୍ପଷ୍ଠ କରିଥିଲେ ।

ସିରିଏଲ ‘ଉତରନ’ର ଅଭିନେତ୍ରୀଙ୍କର ବଡ ପର୍ଦାଫାସ

ଟିନା ନିଜ ଇଣ୍ଟରଭ୍ୟୁ ରେ କହିଲେ କି, “ମୁଁ ଗୋଟିଏ ଏମିତି ଲୋକ ସହିତ ରିଲେଶନସିପରେ ଥିଲି ଯାହାର ସମ୍ପର୍କ ଇଣ୍ଡଷ୍ଟ୍ରି ସହିତ ନାହିଁ । ସେହି ଲୋକ ଜଣଙ୍କ ମୋତେ ଶାରୀରିକ ଓ ମାନସିକ ରୂପରେ ଶୋଷଣ କରିଛି ଓ ଏତିକି ନୁହେଁ ସେ ମୋ ସାଙ୍ଗମାନଙ୍କ ସାମ୍ନାରେ ମୋତେ ମାରୁଥିଲା । ମୁଁ ଏହି ସବୁ କଥାରେ ବହୁତ ଚିନ୍ତିତ ଥିଲି ଓ ମୋ ଭିତରେ ଥିବା ଆତ୍ମବିଶ୍ଵାସ ବି ଶେଷ ହୋଇଗଲା ପୁଣି ମୋ ମଧ୍ୟରେ ସାହସ ଆସିଲା ଓ ମୁଁ ଏହି ସଂପର୍କକୁ ଶେଷ କରିଦେଲି ।

ଏହି କଥାକୁ ମୁଁ କାହା ସହିତ ସେୟାର କରିବାକୁ ଚାହୁଁନଥିଲି କିନ୍ତୁ ଏବେ ନିଜ କଥା କହିବାର ସମୟ ଆସିଯାଇଛି ଏମିତି ମୋତେ ଲାଗୁଛି ।“ ଏହି କଥା ତ ଠିକ କି କୌଣସି ବି ଝିଅ ପାଇଁ ଏଥିରୁ ବାହାରି ଆସିବା କଷ୍ଟ ଅଟେ ଓ ଟିନା ଦତ୍ତା ବହୁତ ସାହାସିକତା କାମ କରିଛନ୍ତି ।

ଏଥିପାଇଁ ଲଭ ମ୍ୟାରେଜ ବିପକ୍ଷରେ ଟିନା

ଟିଭି ଅଭିନେତ୍ରୀ ଟିନା ସିରିଏଲରେ ରୋମାଣ୍ଟିକ ଭୂମିକା ବା ଲଭ ମ୍ୟାରେଜ କରିଥିଲେ ମଧ୍ୟ ଗୋଟିଏ ସମ୍ପର୍କ ଉପରୁ ବିଶ୍ଵାସ ଉଠିବା ପରେ ଏବେ କାହା ଉପରେ ଭରସା କରିପାରିବେ ନାହିଁ । ନିଜ ଲଭ ଲାଇଫ ବିଷୟରେ କହିଲାବେଳେ ଟିନା କହିଲେ କି ସେ ଏବେ ବି ସିଂଗଲ ଅଛନ୍ତି ଓ କାହାରିକୁ ଡେଟ କରିବାକୁ ଚାହାଁନ୍ତି ନାହିଁ ।

ତାଙ୍କ ଅନୁସାରେ ସେ ଏବେ କୌଣସି ଫିଲିଙ୍ଗ୍ସ ରେ ବିଶ୍ଵାସ ରଖନ୍ତି ନାହିଁ ଓ ସେ ଲଭ ମ୍ୟାରେଜ କରିବାକୁ ପସନ୍ଦ କରୁଥିଲେ ମଧ୍ୟ ଏବେ ସେ ଆରେଞ୍ଜ ମ୍ୟାରେଜ କରିବାକୁ ଚାହୁଁଛନ୍ତି ଯଦି କେହି ଏମିତି ମିଳନ୍ତି । ଟିନା ଏହା ମଧ୍ୟ କହିଲେ କି ଯଦି ବି ସେ ଆରେଞ୍ଜ ମ୍ୟାରେଜ କରିବାକୁ ଚାହୁଁଛନ୍ତି ତେବେ ସେ କୌଣସି ଟିଭି ଆକ୍ଟର ସହିତ କରିବେ ନାହିଁ କାରଣ ସେ ବହୁତ ଆକ୍ଟରଙ୍କର ବିବାହ ସମ୍ପର୍କ ଭାଙ୍ଗିଯିବାର ଦେଖିଛନ୍ତି ।

ଟିନାଙ୍କ ବୟଫ୍ରେଣ୍ଡର ବିଷୟରେ ଆପଣଙ୍କ ମତ ନିଶ୍ଚୟ ଦେବେ। ଅପଣଙ୍କ ପ୍ରିୟା ଅଭିନେତା ବା ଅଭିନେତ୍ରୀ ମାନଙ୍କ ବିଷୟରେ ଏହିଭଳି କିଛି ଅଜଣା କଥା ଆଗକୁ ମଧ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।