Bollywood ର ଏହି 4 ଜଣ କମେଡିଆନ ଙ୍କ ପତ୍ନୀ କୌଣସି ହିରୋଇନ ଙ୍କ ଠାରୁ ନୁହଁନ୍ତି କମ, Sunil Grover ଙ୍କ ପତ୍ନୀ ଲାଗନ୍ତି ପୁରା ସ୍ଵର୍ଗର ପରୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରୀ ରେ ନାୟିକା ଏବଂ ନାୟକ ଙ୍କ ଯେତେ ମାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସେତେ ମାତ୍ରାରେ କମେଡିଆନ ଷ୍ଟାର ଙ୍କ ରହିଛି। ଟିଭି ଇଣ୍ଡଷ୍ଟ୍ରୀ ଏବଂ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅନେକ ପ୍ରସିଦ୍ଧ କମେଡିଆନ ଅଛନ୍ତି। ଯେଉଁ ମାନଙ୍କ ପାଇଁ ଫିଲ୍ମ ଅଥବା ଟିଭି ସୋ ଅଧିକ ରୋଚକ ଲାଗିଥାଏ ଏବଂ ଦର୍ଶକ ମାନେ ମଧ୍ୟ ବହୁତ ମାତ୍ରାରେ ପସନ୍ଦ କରିଥାନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର କିଛି ପ୍ରସିଦ୍ଧ କମେଡ଼ିଆନ ଙ୍କ ପତ୍ନୀ ଙ୍କ ସମ୍ବନ୍ଧରେ କହିବୁ। ଯେଉଁ ମାନଙ୍କ ସମ୍ବନ୍ଧରେ ହୁଏତ ଆପଣ ମାନେ ଜାଣି ନଥିବେ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ଅର୍ଷଦ ୱାର୍ସି- ବନ୍ଧୁଗଣ ଏହି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ନାମିଦାମୀ କମେଡିଆନ ଅଭିନେତା ଅଟନ୍ତି।ଏହି ଅଭିନେତା ଙ୍କ ପତ୍ନୀ ଙ୍କ ନାମ ମାରିଆ ଗୁରେଟି ଅଟେ।ସେ ଇସାଇ ପରିବାର ର ଅଟନ୍ତି। ଏହି ଯୋଡ଼ି ଙ୍କ ସାକ୍ଷାତ ଏକ ଡ୍ୟାନ୍ସ ର ସୁଟିଂ ସେଟ ରେ ହୋଇଥିଲା ଏବଂ ଏମାନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା। ପରେ ଦୁହିଙ୍କ ବନ୍ଧୁତା ଭଲ ପାଇବାରେ ପରିଣତ ହୋଇଥିଲା ଏବଂ ଉଭୟ ପରସ୍ପର କୁ ବିବାହ କରିଥିଲେ। ଏହି ଯୋଡ଼ି ଦୁଇଟି ସନ୍ତାନ ଙ୍କ ମାତାପିତା ଅଟନ୍ତି।

୨. ରାଜପାଲ ୟାଦବ- ବନ୍ଧୁଗଣ ଏହି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ପ୍ରସିଦ୍ଧ କମେଡିଆନ ଅଭିନେତା ଅଟନ୍ତି।ଏହି ଅଭିନେତା ଙ୍କ ପତ୍ନୀ ଙ୍କ ନାମ ରାଧା ୟାଦବ ଅଟେ। ଯେତେବେଳେ ରାଜପାଲ ୟାଦବ ନିଜର ଏକ ଫିଲ୍ମ ର ସୁଟିଂ ପାଇଁ କାନାଡ଼ା ଯାଇଥିଲେ ସେତେବେଳେ ତାଙ୍କ ସାକ୍ଷାତ ରାଧା ଙ୍କ ସହିତ ଏକ କଫି ସପ୍ ରେ ହୋଇଥିଲା ଏବଂ ପରେ ଯେତେବେଳେ ରାଜପାଲ ୟାଦବ ଇଣ୍ଡିଆ ଫେରିଥିଲେ ଉଭୟ ଫୋନ ରେ କଥା ହୋଇଥିଲେ। ଏହି ଯୋଡ଼ି ୨୦୦୩ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ବିବାହ ପରେ ରାଧା ୟାଦବ ମଧ୍ୟ କାନାଡ଼ା ରୁ ଇଣ୍ଡିଆ ଆସିଥିଲେ।

୩. ସୁନୀଲ ଗ୍ରୋବର- ବନ୍ଧୁଗଣ ଏହି ଅଭିନେତା ସଲମାନ ଙ୍କ ଫିଲ୍ମ ଭାରତ ରୁ ପ୍ରସିଦ୍ଧି ଲାଭ କରିଛନ୍ତି ଏବଂ କପିଲ ଶର୍ମା ସୋ ରେ ଗୁତ୍ଥୀ ଚରିତ୍ର ପାଇଁ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ଏହି ଅଭିନେତା ଙ୍କ ପତ୍ନୀ ଙ୍କ ନାମ ଆରତୀ ଗ୍ରୋବର ଅଟେ। ସେ ଜଣେ ଇଣ୍ଟେରିୟର ଡିଯାଇନର ଅଟନ୍ତି।ଏହି ଯୋଡ଼ି ଙ୍କ ଜଣେ ପୁଅ ମଧ୍ୟ ଅଛନ୍ତି। ତାଙ୍କ ନାମ ମୋହନ ଗ୍ରୋବର ଅଟେ।

୪. କପିଲ ଶର୍ମା- ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ଏହି ପ୍ରସିଦ୍ଧ ଅଭିନେତା ଙ୍କୁ ବର୍ତ୍ତମାନ କୌଣସି ପରିଚୟ ର ଆବଶ୍ୟକତା ରହିନାହିଁ।ଏହି ଅଭିନେତା ଙ୍କ ପତ୍ନୀ ଙ୍କ ନାମ ଗିନୀ ଚଟରଥ ଅଟେ। ଏହି ଯୋଡ଼ି ଙ୍କ ସାକ୍ଷାତ ଏକ ରିଆଲିଟି ସୋ ରେ ହୋଇଥିଲା ଏବଂ ଉଭୟ ପରସ୍ପର କୁ ଭଲ ପାଇଥିଲେ। ପରେ ଏହି ଯୋଡ଼ି ୧୨ ଡିସେମ୍ବର ୨୦୧୮ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।