ଆପଣଙ୍କ ଶରୀରରେ ୟୁରିକ ଏସିଡର ମାତ୍ରା ଅଧିକ ରହୁଛି କି ? ତୁରନ୍ତ ବନ୍ଦ କରିଦିଅନ୍ତୁ ଏହି ସବୁ ଖାଦ୍ଯ (Diet Tips For Uric Acid)

ୟୁରିକ ଏସିଡ ଆମ ଆମ ରକ୍ତ ଦେଇ କିଡନୀ ପର୍ଯ୍ୟନ୍ତ ପହଞ୍ଚିଥାଏ । ଅଧିକାଂଶ ସମୟ ୟୁରିନ ଜରିଆରେ ୟୁରିକ ଏସିଡ ଆମ ଶରୀରରୁ ବାହାରିଯାଏ । କିନ୍ତୁ କିଛି ମାମଲାରେ ଯେତେବେଳେ ୟୁରିକ ଏସିଡ ଶରୀରରୁ ବାହାରି ପାରେନାହିଁ ଆମ ଶରୀରରେ ଏହାର ମାତ୍ରା ବଢିବ ହେତୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ଦେଖା ଦେଇଥାଏ । ଆଣ୍ଠୁଗଣ୍ଠି ବିନ୍ଧା ହେବ ଫୁଲିବା ଆଦି ସମସ୍ଯା ହୋଇଥାଏ । ଯଦି ଆପଣଙ୍କ ଶରୀରରେ ୟୁରିକ ଏସିଡର ମାତ୍ରା ବଢିଯାଇଛି ତେବେ ତୁରନ୍ତ ଖାଇବା ବନ୍ଦ କରିଦିଅନ୍ତୁ ଏହିସବୁ ଖାଦ୍ଯ ।

ୟୁରିକ ଏସିଡ କାର୍ବନ, ହାଇଡ୍ରୋଜେନ, ଅକ୍ସିଜେନ ଏବଂ ନାଇଟ୍ରୋଜେନ ଭଳି ପଦାର୍ଥରୁ ତିଆରି ହୋଇଥାଏ । ଯାହା ଶରୀରକୁ ଏମିନୋ ଏସିଡ ନାମକ ପ୍ରୋଟିନ ଦ୍ଵାରା ମିଳିଥାଏ । ୟୁରିଆ ୟୁରିକ ଏସିଡରେ ପରିଣତ ହୋଇ ହାଡମାନଙ୍କ ମଧ୍ୟରେ ଜମା ହୋଇଯାଏ । ହାଡରେ ୟୁରିକ ଏସିଡର ମାତ୍ର ବଢିଲେ ହାଡଗଣ୍ଠି ଆଦିରେ ସମସ୍ଯା ଦେଖା ଦେଇଥାଏ ତଥା ବ୍ୟଥା ହୋଇଥାଏ । ୟୁରିକ ଏସିଡ ସମସ୍ଯାରୁ ବଞ୍ଚିବା ପାଇଁ ଦହି, ଭାତ, ଡ୍ରାଇ ଫ୍ରୁଟ୍ସ, ଡାଲି ଏବଂ ପାଳଙ୍ଗ ଶାଗ ଆଦି ସେବନ କରନ୍ତୁ ନାହିଁ ।

ଏହିସବୁ ଜିନିଷରେ ପ୍ରୋଟିନ ଅଧିକ ମାତ୍ରାରେ ରହିଛି ଯାହା ଆପଣଙ୍କ ସମସ୍ଯାକୁ ଆହୁରି ବଢାଇଦିଏ । ରାତିରେ ଶୋଇବା ପୂର୍ବରୁ କ୍ଷୀର କିମ୍ବା ଭାତ ଖାଆନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କ ଶରୀରରେ ୟୁରିକ ଏସିଡ ଜମା ହୋଇଥାଏ । ଚୋପା ଲଗା ଡାଲି ଖାଇବାରୁ ମଧ୍ୟ ବଞ୍ଚିତ ରୁହନ୍ତୁ । ଯଦି ଆପଣ ବହୁତ ଆମିଷ ପ୍ରିୟ ଅଟନ୍ତି ତେବେ ମାଂସ, ଅଣ୍ଡା, ମାଛ ଆଦିର ସେବନ ତୁରନ୍ତ ବନ୍ଦ କରିଦିଅନ୍ତୁ । କାରଣ ଏହିସବୁ ସେବନ କରିବା ଦ୍ଵାରା ମଧ୍ୟ ଶରୀରରେ ୟୁରିକ ଏସିଡର ମାତ୍ରା ବଢିଥାଏ ।

ପାଣି ପିଇବାର କିଛି ନିୟମ ରହିଛି ତାହା ନିଶ୍ଚୟ ପାଳନ କରନ୍ତୁ । ଖାଇବା ସମୟରେ ବିଲକୁଲ ମଧ୍ୟ ପାଣି ପିଅନ୍ତୁ ନାହିଁ । ଖାଦ୍ଯ ଖାଇବାର ଏକ ଘଣ୍ଟାରୁ ଦେଢ ଘଣ୍ଟା ପରେ ପାଣି ପିଅନ୍ତୁ । ଶରୀରରେ ୟୁରିକ ଏସିଡର ମାତ୍ର ବୃଦ୍ଧି କରିବାରେ ପ୍ୟୁରିନ ନାମ ପ୍ରୋଟିନର ସବୁଠୁ ବଡ ହାତ ରହିଥାଏ । ଶରୀର ଯେତେବେଳେ ପ୍ୟୁରିନକୁ ଭାଙ୍ଗିଥାଏ ସେତେବେଳେ ଶରୀରରେ ୟୁରିକ ଏସିଡ ସୃଷ୍ଟି ହୋଇଥାଏ । ଏଥିପାଇଁ ଆପଣଙ୍କୁ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସହ ଖାଦ୍ୟପେୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ବା ପରିବର୍ତ୍ତନ କରିବା ଆବଶ୍ୟକ ।

ସେଥିପାଇଁ ପନୀର, ରେଡମିଟ୍, ରାଜମା ଓ ଭାତ ଆଦି ଖାଇବା ଏକଦମ ବନ୍ଦ କରିଦିଅନ୍ତୁ । ଏହା ବ୍ଯତୀତ ରାତିରେ ଅଧିକ ସମୟ ପେଟ ଖାଲି ରହିବା ବା ଉପବାସ କରିବା ମଧ୍ୟ ୟୁରିକ ଏସିଡର ମାତ୍ରାକୁ ବଢାଇ ଦେଇଥାଏ । ଅନେକ ସମୟରେ ଉଚ୍ଚ ରକ୍ତଚାପ ପାଇଁ ଔଷଧ ସେବନ ମଧ୍ୟ ୟୁରିକ ଏସିଡ କରିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।