ପ୍ରଧାନମନ୍ତ୍ରୀ Modi ଙ୍କୁ ପ୍ରଶଂସା କଲେ ପାକିସ୍ତାନୀ ଝିଅ, ଭିଡିଓ ବନେଇ ମୋଦୀଙ୍କ ପାଇଁ କହିଲେ କିଛି ଏମିତି…ଦେଖନ୍ତୁ video

ଗତ ଫେବୃୟାରୀ 24 ତାରିଖରେ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲା ଋଷ । ଏହାପରେ ସାରା ବିଶ୍ବରେ ଭୟର ବାତାବରଣ ଖେଳି ଯାଇଥିଲା । ଏବେବି ଏହି ଯୁଦ୍ଧ ଉପରେ ସାରା ବିଶ୍ଵର ନଜର ରହିଛି । ଯୁଦ୍ଧରୁ ବଞ୍ଚିବା ପାଇଁ ହଜାର ହଜାର ୟୁକ୍ରେନବାସୀ ଦେଶ ଛାଡି ପଳାଇଛନ୍ତି । ଋଷ ସୈନ୍ୟଙ୍କ ଅନବରତ ମୋର୍ଟାର ଓ ବୋମାମାଡରେ ପୁରା ୟୁକ୍ରେନ ସହର ଜଳୁଥିଲା । ପ୍ରାଣ ବିକଳରେ ଲୋକେ ବଙ୍କର ଓ ଷ୍ଟେସନ ଭିତରେ ଲୁଚି ରହିଥିଲେ ।

ଅନେକ ଲୋକ ଭିଟାମାଟି ଛାଡି ଅନ୍ୟ ଦେଶକୁ ପଳାଇ ଯାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଯୁଦ୍ଧର ଏହି ଭୟଙ୍କର ହୁଙ୍କାର ମଧ୍ୟରେ ୟୁକ୍ରେନରେ ଫସିଥିଲେ ପ୍ରାୟ ୧୮ ହଜାରରୁ ଊର୍ଦ୍ଧ୍ଵ ଭାରତୀୟ ଛାତ୍ରଛାତ୍ରୀ । ଅଧିକାଂଶ ଛାତ୍ରଛାତ୍ରୀ ୟୁକ୍ରେନରେ ଡାକ୍ତରୀ ପାଠ ପଢିବା ପାଇଁ ଯାଇଥାନ୍ତି । ଆଉ ଯୁଦ୍ଧ ବେଳେ ନିଜ ଦେଶକୁ ଫେରିବାକୁ ସମସ୍ତେ ବ୍ଯାକୁଳ ହୋଇ ପଡୁଥିଲେ । ଯୁଦ୍ଧ ପରିସ୍ଥିତି ବର୍ଣ୍ଣନା କରି ଅନେକ ସାହାଯ୍ୟ ପାଇଁ ଭିଡିଓ ମାଧ୍ୟମରେ ଭାରତ ସରକାରଙ୍କୁ ଅନୁରୋଧ କରୁଥିଲେ ।

ଏହାପରେ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଓ ଭାରତ ସରକାରଙ୍କ ଅନୁମତି ଓ ସହଯୋଗ କ୍ରମେ ଆରମ୍ଭ କରା ଯାଇଥିଲା ଉଦ୍ଧାର ପ୍ରକ୍ରିୟା । ଭାରତ ଦୁନିଆକୁ ସର୍ବଦା ଶାନ୍ତି ଓ ସଦଭାବର ବାର୍ତ୍ତା ଦେଇ ଆସିଛି । ତେଣୁ ୟୁକ୍ରେନ ଓ ଋଷ ମାମଲାରେ ଭାରତ ନିରପେକ୍ଷ ରହି ଆସିଛି । ସେପଟେ ୟୁକ୍ରେନରେ ଭାରତୀୟ ଛାତ୍ରଛାତ୍ରୀଙ୍କ ବ୍ଯତୀତ ଅନେକ ପାକିସ୍ତାନୀ ଏବଂ ତୁର୍କୀ ଛାତ୍ରଛାତ୍ରୀ ମଧ୍ୟ ଫସି ରହିଥିଲେ ।

ସେମାନେ ନିଜ ଦେଶର ସରକାରଙ୍କୁ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଥିବା ବେଳେ ସେମାନଙ୍କୁ ସାହାଯ୍ୟର ହାତ ବଢାଇଥିଲା ଭାରତ । ଭାରତୀୟ ଛାତ୍ରଛାତ୍ରୀଙ୍କ ସମେତ ଅନେକ ପାକିସ୍ତାନୀ ଏବଂ ତୁର୍କୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଭାରତ ଉଦ୍ଧାର କରିଥିଲା । ସମସ୍ତେ ତ୍ରିରଙ୍ଗା ଦେଖାଇ ରକ୍ଷା ପାଇଥିଲେ । ଇତିମଧ୍ୟରେ ଜଣେ ପାକିସ୍ତାନୀ ଛାତ୍ରୀ ଯାହାଙ୍କ ନାମ ଜସ୍ମିନ ସୁପ୍ରୀତ, ସେ ଏକ ଭିଡିଓ ଜାରି କରି ପାକିସ୍ତାନରୁ ଇଣ୍ଡିଆନ ଏମ୍ବାସୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସହୃଦୟେ ଧନ୍ୟବାଦ ଜ୍ଞାପନ କରିଛି ।

ଯୁଦ୍ଧର ଭୟଙ୍କର ପରିସ୍ଥିତିରୁ ତାଙ୍କୁ ଉଦ୍ଧାର କରି ଆଣିଥିବାରୁ ସେ ଭାରତ ନିକଟରେ ଧନ୍ୟବାଦୀ ବୋଲି କହିଛି । ପାକିସ୍ତାନୀ ଛାତ୍ରୀଙ୍କ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ପୁଣି ଥରେ ସାରା ଦୁନିଆକୁ ନିଜ ମହାନତା ଦେଖାଇଛି ଭାରତ । ଜଣେ ଭାରତୀୟ ଭାବେ ଆପଣ ନିଶ୍ଚୟ ଗର୍ବ ଅନୁଭବ କରୁଥିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।