“ଉରୀ” ପରେ ବାଲାକୋଟ ଏୟାର ଷ୍ଟ୍ରାଇକ ଉପରେ ତିଆରି ହେବ ଫିଲ୍ମ, ପ୍ରଫିଟରୁ ମିଳିବାକୁ ଥିବା ଟଙ୍କାର ହେବ ଏମତି ବ୍ୟବହାର

ଆପଣ ସମସ୍ତେ ଜାନୁୟାରୀରେ ରିଲିଜ ହୋଇଥିବା ‘ଉରୀ : ଦ ସର୍ଜିକଲ ଷ୍ଟ୍ରାଇକ’ ଫିଲ୍ମ ନିଶ୍ଚିତ ଦେଖିଥିବେ । ବିକ୍କୀ କୋଶଲ ଏବଂ ମୋହିତ ରାନା ଦ୍ଵାରା ଅଭିନୀତ ଏହି ଫିଲ୍ମ ଏକ ସତ ଘଟଣା ଉପରେ ଆଧାରିତ । ଏଥିରେ ଇଣ୍ଡିଆନ ମିଲିଟ୍ରୀ ଦ୍ୱାରା ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରେ କରାଯାଇଥିବା ସର୍ଜିକଲ ଷ୍ଟ୍ରାଇକ ବିଷୟରେ ଦେଖା ଯାଇଛି । ଏହି ଫିଲ୍ମ ବକ୍ସ ଅଫିସ ଉପରେ ବହୁତ ଭଲ ଚାଲିଥିଲା ।

ବଲୀଉଡ ସବୁବେଳେ ସତ ଘଟଣା ଗୁଡିକ ଫିଲ୍ମ ଜରିଆରେ ଦର୍ଶକ ମାନଙ୍କର ସାମନାକୁ ଆଣିଥାଏ । ଏମିତିରେ ଏକ ନୂଆ ଖବର ଆସୁଛି କି ଜଲ୍ଦି ହିଁ ୨୬ ଫେବ୍ରୁୟାରୀରେ ପାକିସ୍ତାନର ବାଲାକୋଟ ଅଞ୍ଚଳରେ ଇଣ୍ଡିଆନ ଏୟାର ଫୋର୍ସ ଦ୍ଵାରା କରା ଯାଇଥିବା ଏୟାର ଷ୍ଟ୍ରାଇକ ଉପରେ ଫିଲ୍ମ ପ୍ରସ୍ତୁତ କରାଯାଇ ପାରିବ ।

ସୂତ୍ର ଅନୁସାରେ ସଞ୍ଜୟ ଲୀଳା ଭଂଶାଳୀ, ଅଭିଷେକ କପୁର, ମହାବୀର ଜୈନ ଏବଂ ଟି – ଶିରଜ ସିରିଜର ମୁଖ୍ୟ ଭୂଶନ କୁମାର ପରସ୍ପର ସହିତ ମିଶି ଏହି ଘଟଣା ଉପରେ ଫିଲ୍ମ କରିବ ପାଇଁ ପ୍ଲାନିଗ କରୁଛନ୍ତି । କୁହା ଯାଉଛି କି ବର୍ତ୍ତମାନ ଏହି ଫିଲ୍ମ ଉପରେ ରିସର୍ଚ କରା ଯାଉଛି । ଏହା ପରେ ଫିଲ୍ମର ସ୍କ୍ରିପ୍ଟ ଲେଖାଯିବ । କହି ଦେଉଛୁ ଯେ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ବଡ ବଡ ଷ୍ଟାରମାନେ ପାଇଁ ନିଜର ଇଛା ପ୍ରକାଶ କରିଛନ୍ତି । କିନ୍ତୁ ବର୍ତ୍ତମାନ ଏହି ଫିଲ୍ମରେ କାସ୍ଟକୁ ନେଇ କୌଣସି ସୂଚନା ମିଳି ନାହଁ ।

ଫିଲ୍ମରୁ ଆୟ ଟଙ୍କାକୁ ଏହିପରି ଭବାରେ କରାଯିବ ବ୍ୟବହାର

ମିଡିୟା ରିପୋର୍ଟ ଅନୁସାରେ ଏହି ଫିଲ୍ମ ମୁଖ୍ୟ ରୂପରେ ଇଣ୍ଡିଆନ ଏୟାରଫୋର୍ସର ବାହାଦୁରି କାମର ସମ୍ମାନ ପାଇଁ କରାଯିବ । ଏହି ଫିଲ୍ମ ପୂର୍ଣ ରୂପରେ ତାଙ୍କୁ ଏବଂ ତାଙ୍କର ପରିବାରଙ୍କୁ ସମର୍ପିତ ଅଟେ । ଏତିକି ନୁହେଁ ଏହି ଫିଲ୍ମରୁ ହେବାକୁ ଥିବା ପ୍ରଫିଟର ବଡ ଅଂସ ଭାରତୀୟ ସେନାର ୱେଲଫେୟର ଫଣ୍ଡକୁ ଦାନ କରାଯିବ ।

ବର୍ତ୍ତମାନ ଦେଖିବାର ଅଛି କି ଫିଲ୍ମକାର ମାନେ ଏହି ବାଲକୋଟାର ଏୟାର ଷ୍ଟ୍ରାଇକକୁ କେଉଁଭଳି ଅନ୍ଦାଜରେ ଦେଖାଉ ଛନ୍ତି ଏବଂ ଏଥିରେ କେଉଁ କେଉଁ ଷ୍ଟାର କାମ କରିବେ ।

ପୋଷ୍ଟଟି ଭଲ ଲାଗିଲେ ସମାସତାଙ୍କ ସହିତ ଶେୟାର କରିବେ । ଆଗକୀ ଏମିତି ଅନେକ ନୂଆ ନୂଆ ଖବର ପାଇଁ ପେଜକୁ ଲାଇକ କରନ୍ତୁ ।