ପାକିସ୍ତାନରୁ ଫେରିବା ପରେ ଅଭିନନ୍ଦନ ଜାହିର କଲେ ନିଜର ଇଛା, କହିଲେ କରିବାକୁ ଚାହୁଁଛନ୍ତି ଏହି କାମ

ପାକିସ୍ତାନରୁ ଭାରତକୁ ଫେରିଥିବା ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ହିଁ ନିଜର ଏକ ଇଛାକୁ ଜାହିର କରିଛନ୍ତି । ଏବଂ ଭାରତର ଏହି ବୀର ପୁତ୍ର ଜଲ୍ଦି ହିଁ ନିଜ କାମ ଉପରକୁ ଫେରିବ ପାଇଁ କହିଛନ୍ତି । ହସ୍ପିଟାଲରେ ଭର୍ତ୍ତି ଅଭିନନ୍ଦନ ନିଜର ଏହି ଇଛାକୁ ବାୟୁସେନାର ଏକ ଉଚ୍ଚ ଅଧିକାରୀଙ୍କୁ କହିଛନ୍ତି । ଏବଂ ବାୟୁସେନା ତରଫରୁ ତାଙ୍କୁ ଏହି କଥାର ବିଶ୍ଵାସ ଦିଆ ଯାଇଛି କି ସେ ଚେଷ୍ଟା କରିବେ କି ସେ ତାଙ୍କୁ ଜଲ୍ଦି ରୁ ଜଲ୍ଦି ଲଢାକୁ ବିମାନ ଉଡାଇବା ପାଇଁ ଅନୁମତି ଦେବେ ।

ଦୁଇ ଦିନ ହେବ ହସ୍ପିଟାଲରେ ଅଛନ୍ତି ଭର୍ତ୍ତି

ପାକିସ୍ତାନରୁ ଫେରିବା ପରେ ଅଭିନନ୍ଦନଙ୍କୁ ସିଧା ଦିଲ୍ଲୀ ନିଆ ଗଲା । ଏବଂ ଦିଲ୍ଲୀରେ ତାଙ୍କୁ ସେନାଙ୍କର ରିସର୍ଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ହସ୍ପିଟାଲରେ ଦୁଇ ଦିନ ହେବ ଅଭିନନ୍ଦନଙ୍କର ଚିକିସ୍ଛା ଚାଲିଛି । ଡାକ୍ତରମାନେ ତାଙ୍କୁ କୂଲିଂଗ ଡାଉନ ପ୍ରକ୍ରିୟା ଦ୍ଵାରା ଯାଞ୍ଚ କରୁଛନ୍ତି । ଅନ୍ୟ ପଟେ ଅଭିନନ୍ଦନଙ୍କୁ ଦେଖା କରିବା ପାଇଁ ଭାରତର ରକ୍ଷାମନ୍ତ୍ରୀ ନିର୍ମଲା ସୀତାରମଣ ବି ସେନା ରିସର୍ଚ ହସ୍ପିଟାଲକୁ ଯାଇଥିଲେ ।

ଯେଉଁଠି ଯାଇ ସେ ଅଭିନନ୍ଦନ ଏବଂ ତାଙ୍କର ପରିବାର ଲୋକମାନଙ୍କ ସହ ଦେଖା କରିଥିଲେ । ନିର୍ମଲା ସୀତାରମଣଙ୍କର ସହ ସାକ୍ଷାତରେ ଅଭିନନ୍ଦନ କହିଲେ କି କେଉଁଭଳି ଭାବରେ ପାକିସ୍ତାନ ସେନା ତାଙ୍କ ସହିତ ବ୍ୟବହାର କରିଥିଲେ ।

ଦିଆଯିବ ପୁରସ୍କାର

ଅଭିନନ୍ଦନଙ୍କର ସାହସକୁ ଦେଖି ତାଙ୍କୁ ଭଗବାନ ମହାବୀର ଅହିଂସା ପୁରସ୍କାର ଦିଆଯିବ ବୋଲି ଘୋଷଣା ହେଇଛି । ଏବଂ ତାଙ୍କୁ ଏହି ପୁରସ୍କାର ୧୭ ଏପ୍ରିଲକୁ ଦିଆଯିବ । ଏହି ପୁରସ୍କାରକୁ ଗ୍ରହଣ କରୁଥିବା ସେ ପ୍ରଥମ ବ୍ୟକ୍ତି ଅଟନ୍ତି । ଏହି ପୁରସ୍କାରକୁ ଅଖିଲ ଭାରତୀୟ ଦିଗମ୍ବର ଜୈନ ମହାସମିତି ତରଫରୁ ଦିଆଯିବ । ଏହା ସହିତ ତାଙ୍କୁ ୨.୫୧ ଲକ୍ଷ ଟଙ୍କାର ନଗଦ ରାସୀ ଏବଂ ପ୍ରଶସ୍ତି ପତ୍ର ବି ଦିଆଯିବ ।

ପାକିସ୍ତାନରେ ବିତାଇଲେ ୫୮ ଘଣ୍ଟା

ଅଭିନନ୍ଦନ ପାକିସ୍ତାନରେ ୫୮ ଘଣ୍ଟା ବିତାଇ ଥିଲେ ଏବଂ ସେହି ସମୟରେ ପାକିସ୍ତାନ ସେନା ତାଙ୍କୁ ବନ୍ଦି କରି ରଖିଥିଲେ । ଏହି ସମୟରେ ପାକିସ୍ତାନ ସେନା ଅଭିନନ୍ଦନଙ୍କର ଏକ ଭିଡିଓ ବି କରିଥିଲେ । ଏହି ଭିଡିଓରେ ଅଭିନନ୍ଦନ ନିଜର ସୂଚନା ପାକିସ୍ତାନ ସେନାଙ୍କୁ ଦେଉଛନ୍ତି । ଏବଂ କହୁଛନ୍ତି କି ସେ ଏକଦମ ଠିକ ଅଛନ୍ତି ଏବଂ ତାଙ୍କର ଧ୍ୟାନ ପାକିସ୍ତାନ ସେନା ରଖୁଛନ୍ତି ।

କିନ୍ତୁ ନିଜ ଦେଶକୁ ଆସିବା ପରେ ଅଭିନନ୍ଦନ କହିଛନ୍ତି କି ପାକିସ୍ତାନ ସେନା ତାଙ୍କୁ ଶାରୀରିକ ଯନ୍ତ୍ରଣା ଦେଇ ନାହାନ୍ତି । କିନ୍ତୁ ମାନସିକ ରୂପରେ ତାଙ୍କୁ ବହୁତ ଯନ୍ତ୍ରଣା ଦେଇଛନ୍ତି ଏବଂ ତାଙ୍କର ଏହି ୫୮ ଘଣ୍ଟା ଏହି ଦେଶରେ ବିତାଇବା ବହୁତ କଷ୍ଟକର ଥିଲା ।

ପୋଷ୍ଟଟିକୁ ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।