ବର୍ତ୍ତମାନ : ଆମେରିକାରେ ମହାବିନାଶ ଆରମ୍ଭ ହୋଇ ଯାଇଛି… ୨୩ ମୃତ, ହଜାର ହଜାର ଲୋକ ଆହତ, ବିଜୁଳି – ପାଣି ବନ୍ଦ, ଫୋଟୋରେ ଦେଖନ୍ତୁ ପ୍ରକୃତିର କରାଳ ରୂପ

ଆମେରିକାର ଆଲବାମା ପ୍ରାନ୍ତରେ ଟରନେଡୋ ରେ ୨୩ ଜଣ ଲୋକଙ୍କର ମୁର୍ତ୍ୟୁ ହୋଇ ଯାଇଛି । ଲୀ କାଉଂଟୀର ଶେରିଫ ଜେ ଜୋଂସ ଏହି ମୁର୍ତ୍ୟୁର ପୃଷ୍ଟି କରି ଛନ୍ତି । ଆଘାତ ପାଇ ଥିବା ଲୋକମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେତେକ ଲୋକମାନଙ୍କର ହଜି ଯାଇଥିବା ସୂଚନା ମିଳିଛି । ଏହି ଘୂର୍ଣ୍ଣୀବାର୍ତ୍ୟାରେ ପବନ ୨୬୬ କିଲୋମିଟର ପ୍ରତି ଘଣ୍ଟାରେ ବହିଥିଲା । ବର୍ତ୍ତମାନ ଏଠି ବିଜୁଳି ଏବଂ ପାଣି ବିନା ୫୦୦୦ରୁ ଅଧିକ ଲୋକମାନେ ଅସୁବିଧାର ସମ୍ମୁଖୀନ କରୁଛନ୍ତି ।

ଘୂର୍ଣ୍ଣୀବାର୍ତ୍ୟାର ସବୁଠୁ ଅଧିକ ପ୍ରଭାବ ଲୀ କାଉଂଟୀ ଉପରେ ପଡିଛି । ଏଠିକାର ଶେରିଫ ଜେ ଜୋଂସଙ୍କ ଅନୁସାରେ ତୋଫାନ ବିଭିନ୍ନ ଘରକୁ ବି କ୍ଷତି ପହଞ୍ଚାଛି ।

ଘୂର୍ଣ୍ଣୀବାର୍ତ୍ୟାର ଚଉଡା ୫୦୦ ମିଟର ଥିଲା ଏବଂ ମାଟି ଉପରେ ଏହା ବହୁତ କିମି ପର୍ଯ୍ୟନ୍ତ ବ୍ୟାପୀ ଥିଲା । ଘୂର୍ଣ୍ଣୀବାର୍ତ୍ୟା ହେବାରୁ କେତେକ ବଡ ବଡ ଗଛ ବି ଉପୁଡି ଯାଇଛି ଏବଂ ରାସ୍ତା ଗୁଡିକରେ ମଧ୍ୟ ଅଳିଆ ଆବର୍ଜନା ଭରି ପଡିଛି । ଆଗକୁ ମୃତକଙ୍କ ସଂଖ୍ୟା ବି ବଢିପାରେ ।

ବର୍ମିଂଘମ ସ୍ଥିତ ନେଶନଲ ୱେଦର ସର୍ବିସ (ଏନଡବ୍ଲ୍ଯୂଏସ) ଲୀ କାଉଂଟୀ ଛଡା ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ଚେତାବନୀ ଜାରି କରିଛନ୍ତି । ଅଲବାମା ଏବଂ ଜର୍ଜିୟାରେ ରବିବାର ଦିନ ବହୁତ ଗୁଡିଏ ଟରନେଡୋ ଭୁପୃଷ୍ଠରେ ମାଡ ହେଇଥିଲା । ଲୋକମାନଙ୍କୁ ଘରୁ ବାହାରିଯିବା ପାଇଁ ଏବଂ ବିଲିଡିଙ୍ଗର ତଳ ଭାଗରେ ରହିବା ପାଇଁ କୁହା ଯାଇଥିଲା ।

ଲୀ କାଉଂଟୀ ସହିତ ଯେଉଁ ପ୍ରଥମ ଘୂର୍ଣ୍ଣୀବାର୍ତ୍ୟା ବାଜିଥିଲା, ତାହାର ଗତି ଈଏଫ – ୩ ଥିଲା ଏବଂ ତାହା ୫୦୦ ମିଟର ଚଉଡା ଥିଲା । ଈଏଫ ସ୍କେଲରେ ପବନର ସ୍ପିଡ ଅଙ୍କା ଯାଇଥାଏ । ଈଏଫ – ୩ ରେ ପବନର ସ୍ପିଡ ୨୧୮ ରୁ ୨୬୬ କିମି ପ୍ରତି ଘଣ୍ଟା ହୋଇ ଥିଲା ।

ଗବର୍ନର ଘୂର୍ଣ୍ଣୀବାର୍ତ୍ୟାରେ ମୁର୍ତ୍ୟୁ ବରଣ କରିଥିବା ଲୋକମାନଙ୍କର ପରିବାର ପ୍ରତି ସମ୍ବେଦନା ପ୍ରକାଶ କରଛନ୍ତି । ଅଲବାମାର ସେଲ୍ମାରେ କେତେକ ଲୋକ ଏକାଠି ହୋଇଥିଲେ । ସମସ୍ତେ ୧୯୬୫ର ଶିବିଲ ରାଇଟ୍ସ ମାର୍ଚର ଘଟଣାକୁ ମନେ ପକାଇ ଏକ କାର୍ଯ୍ୟକ୍ରମ କରୁଥିଲେ । ତୋଫାନ କାରଣରୁ କେତେକ ଲୋକ ଆହତ ହୋଇଛନ୍ତି । ଅନ୍ୟ ପଟେ ଜର୍ଜିୟାର ଟାଲବୋଟନ ଅଞ୍ଚଳରେ ତୋଫାନ କାରଣରୁ ଏକ ଆପ୍ରାଟ୍ମେଣ୍ଟ ସହିତ ୧୫ ଟି ଘର ଧ୍ଵସ୍ତ ବିଧ୍ଵସ୍ତ ହୋଇ ଯାଇଛି । ଏଥିରେ ୬ ଜଣ ଲୋକ ଆହତ ହୋଇଛନ୍ତି ।

ଆଗକୁ ଅପଡେଟ ପାଇବ ପାଇଁ ଓଡିଆ ଫାଷ୍ଟ ପେଜକୁ ଏବେହିଁ ଲାଇକ କରନ୍ତୁ ।