Indian Idol ସ୍ଟେଜ ରେ “ବଚପନ କା ପ୍ୟାର” ଗାଇ ସହଦେବ ମଚେଇଲା ହଙ୍ଗାମା, ଝୁମିଲେ Judges ଆଉ Contestants, ଦେଖନ୍ତୁ Video

ଆଜିର ସମୟରେ ସୋ-ସି-ଆ-ଲ ମି-ଡ଼ି-ଆ ଏପରି ଏକ ପ୍ଲାଟଫର୍ମ ଅଟେ ଯାହା ଯୋଗୁଁ ଜଣେ ସାଧାରଣ ଲୋକ ମଧ୍ୟ ରାତାରାତି ସୁପରଷ୍ଟାର ବନି ଯାଉଛି । ବଚପନ୍ କା ପ୍ୟାର ଗୀତର ଜାଦୁ ଆଜିକାଲି ସମସ୍ତଙ୍କ ଉପରେ ଛାଇ ହୋଇ ରହିଛି ।

ଛତିଶଗଡର ଏହି ଛୋଟ ପିଲା ସହଦେବ ଡିର୍ଡୋ ଏହି ଗୀତ ଗାଇ ସୋ-ସି-ଆ-ଲ ମି-ଡି-ଆ-ରେ ଜମେଇକି ଟ୍ରେଣ୍ଡ କରୁଛନ୍ତି । ସବୁଆଡେ କେବଳ ତାଙ୍କର ଗୀତ ହିଁ ଗାଉଛନ୍ତି ଲୋକେ । ସହଦେବଙ୍କ ଲୋକପ୍ରିୟତା ଏତେ ବଢି ଯାଇଛି ଯେ ତାଙ୍କୁ ଏବେ ପ୍ରସିଦ୍ଧ ଶିଙ୍ଗିଙ୍ଗ ଶୋ ‘ଇଣ୍ଡିଆନ ଆଇଡଲ’ ସେଟକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏହି ଶୋ ର ଆଙ୍କର ଆଦିତ୍ଯ ନାରାୟଣ ଇଣ୍ଡିଆନ ଆଇଡଲ ସେଟରୁ ଏକ ଗୋଟିଏ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସବୁ ଜଜ୍ ଙ୍କ ସମେତ ସମସ୍ତ ପ୍ରତିଯୋଗୀ ବଚପନ୍ କା ପ୍ୟାର ଗୀତରେ ଝୁମୁ ଥିବାର ଦେଖିବାକୁ ମିଳୁଛି ।

ଶୁଣା ଯାଉଛି କି ପବନଦୀପ ଇଣ୍ଡିଆନ ଆଇଡଲ ପ୍ରତିଯୋଗୀ ପବନଦୀପ ରାଜନଙ୍କ ସହ ମଧ୍ୟ ଗୀତ ଗାଇବେ । ଆପଣ ଜାଣିଥିବେ ପବନଦୀପଙ୍କ ସ୍ଵରକୁ ସାରା ଦେଶରେ ଖୁବ ଭଲ ପାଇବା ମିଳୁଛି । ଏହିପରି ବେଳେ ସହଦେବ ତାଙ୍କ ସହ ଗୀତ ଗାଇବା ଖୁବ ବେଶ୍ ବଡ କଥା ଅଟେ । ଆପଣଙ୍କୁ ଜଣାଇ ରଖୁଛୁ ଯେ, ୧୫ ଅଗଷ୍ଟରେ ଇଣ୍ଡିଆନ ଆଇଡଲର ଫାଇନାଲ ଶୋ ପ୍ରସାରିତ ହେବାକୁ ଯାଉଛି ଏବଂ ଫାଇନାଲ ଏପିସୋଡ ପାଇଁ ଜବରଦସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଯାଇଛି ।

ଖବରରୁ ଜଣା ପଡିଛି ସହଦେବ ବହୁତ ଶୀଘ୍ର ଲୋକପ୍ରିୟ ଶୋ ‘ଡାନ୍ସ ଦିୱାନେ- ୩’ ରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି । ଏପରିକି ସେ ଏହି ଶୋ ର ଶୁ-ଟି-ଙ୍ଗ ମଧ୍ୟ ଶେଷ କରି ସାରିଛନ୍ତି । ଏହି ଶୋ କୁ ମାଧୁରୀଙ୍କ ସହ ଧର୍ମେଶ ଓ ତୁଷାର କାଲିଆ ଜଜ୍ କରୁଛନ୍ତି ।

ସହଦେବ ଛତିଶଗଡର ସୁକମା ଜିଲ୍ଲାର ଛିନ୍ଦଗଡର ବାସିନ୍ଦା ଅଟନ୍ତି । ସହଦେବଙ୍କ ଗୀତକୁ ସର୍ବପ୍ରଥମେ ପ୍ରସିଦ୍ଧ ଗାୟକ ଏବଂ ରାପର୍ ବାଦଶାହ ପସନ୍ଦ କରି ତାଙ୍କୁ ଡକାଇଥିଲେ । କୁହାଯାଉଛି କି, ବାଦଶାହ ଖୁବ ଶୀଘ୍ର ସହଦେବଙ୍କ ସହ ଗୋଟିଏ ଗୀତ ଗାଇବାକୁ ଯାଉଛନ୍ତି ।

ଏହାପୂର୍ବରୁ ଛତିଶଗଡର ମୁଖ୍ୟମନ୍ତ୍ରୀ ମଧ୍ୟ ସହଦେବଙ୍କୁ ଭେଟି ସାରିଛନ୍ତି । ଖାସ କଥା ହେଉଛି ସହଦେବଙ୍କ ଏହି ଗୀତ ସାଧାରଣ ଲୋକଙ୍କ ସହ ବଡ ବଡ ବଲିଉଡ ତାରକାଙ୍କୁ ମଧ୍ୟ ଖୁବ ପସନ୍ଦ ହୋଇଛି । ଏହି ଗୀତରେ ଇନଷ୍ଟାଗ୍ରାମରେ ସମସ୍ତେ ରିଲ ବନାଉଥିବାର ଦେଖିବାକୁ ମିଳିଛି । ଅଭିନେତ୍ରୀ ଅନୁଷ୍କା ଶର୍ମା ଏହି ଗୀତର ଏକ ମିମ ପ୍ରସ୍ତୁତ କରି ସେଥିରେ ଲେଖିଥିଲେ କି, ବଚପନ୍ କା ପ୍ୟାର ଗୀତ ତାଙ୍କ ରାତିର ନିଦ ଉଡେଇ ଦେଇଛି । ପ୍ରାୟ ଦୁଇ ବର୍ଷ ତଳେ ସ୍କୁଲ ଶିକ୍ଷକଙ୍କ ସାମନାରେ ଏହି ଗୀତ ଗାଇଥିଲେ ସହଦେବ ।

ଯାହା ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭାଇରାଲ ହେବା ସହ ସମସ୍ତେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ଏହି ଗୀତର ଅରିଜିନାଲ ଗୀତଟି ଗୁଜୁରାଟୀ ଶିଂଗାର କମଲେଶ ବାରୋଟ ଗାଇଥିଲେ । ୨୦୧୮ରେ ଏହି ଗୀତ ରିଲିଜ ହୋଇଥିଲା କିନ୍ତୁ ୨୦୨୧ ରେ ହିଁ ଏହି ଗୀତକୁ ଅଧିକ ଲୋକପ୍ରିୟତା ମିଳିଛି ।

ସହଦେବ ଏହି ଗୀତକୁ ନିଜର ଏକ ଭିନ୍ନ ଅନ୍ଦାଜରେ ଗାଇଥିବାରୁ ଲୋକମାନଙ୍କୁ ଏହା ଖୁବ ପସନ୍ଦ ହେଉଛି । ଆପଣଙ୍କୁ ସହଦେବଙ୍କ ଏହି ଗୀତ କିପରି ଲାଗୁଛି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।