ଭୟଙ୍କର ଶସ୍ତା ହେଲା ସୁନା, ଜାଣନ୍ତୁ କେତେ ଅଛି ଆଜି 9 Aug ର Gold Rate

ସୁନାର ମୂଲ୍ୟ ଏତେ ଦ୍ରୁତ ଗତିରେ ବଢିଚାଲିଛି କି ଲୋକମାନେ ସୁନା କିଣିବାକୁ ଦୂରର କଥା ସୁନାର ନାଁ ବି ଶୁଣିବାକୁ ଚାହୁଁ ନାହାନ୍ତି । ସମସ୍ତଙ୍କର ସୁନା ବହୁତ ପ୍ରିୟ ହୋଇଥାଏ କିନ୍ତୁ ସୁନାର ମୂଲ୍ୟା ବୃଦ୍ଧି ଲାଗି ନା ହିଁ ସୁନା କିଣିବା ଇଚ୍ଛା ହେଉଛି ଓ ନା ହିଁ ପିନ୍ଧିବା ପାଇଁ ।

କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ପାଇଁ ଖୁସିବାର ଖବର ସୁନାର ମୂଲ୍ୟ ଧୀରେ ଧୀରେ ହ୍ରାସ ପାଉଛି । ସୁନା ବା ଚାନ୍ଦି କିଣିବା ପାଇଁ ଇଚ୍ଛା ରଖୁଥିବା ଲୋକମାନଙ୍କ ପାଇଁ ଖୁସି ଖବର । ସୁନା ଓ ଚାନ୍ଦି ଆଗ ଅପେକ୍ଷା ବହୁତ ଶସ୍ତା ହୋଇଛି । କିଛି ଦିନ ପୂର୍ବରୁ ସୁନା ଓ ଚାନ୍ଦିର ରେଟ ବହୁତ ଅଧିକ ରହିଥିଲା କିନ୍ତୁ ବର୍ତ୍ତମାନ ସୁନା ଓ ଚାନ୍ଦିର ମୂଲ୍ୟ ବହୁତ ହ୍ରାସ ପାଇଛି । ଆସନ୍ତୁ ଜାଣିବା ସୁନା ଆଜି ସୁନା ଓ ଚାନ୍ଦି କେତେ ଶସ୍ତା ହୋଇଛି ।

ଆଜି ୧୮ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୩,୬୯୦ ଟଙ୍କା, ୮ ଗ୍ରାମକୁ ୨୯,୫୨୦ ଟଙ୍କା, ୧୦ ଗ୍ରାମକୁ ୩୬,୯୦୦ ଟଙ୍କା ଅଛି । ଗତକାଲି ୧୮ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୩୭,୩୦୯ ଥିଲା ଓ ଆଜି ୩୬,୯୦୦ ଟଙ୍କା ହୋଇ ଯାଇଛି । କହିବାକୁ ଗଲେ ଗତକାଲି ଆପେକ୍ଷା ଆଜି ୧୮ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୪୦୯ ଟଙ୍କା କମିଛି ।

ସେହିଭଳି ୨୨ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୪,୫୭୫ ଟଙ୍କା, ୮ ଗ୍ରାମକୁ ୩୬,୬୦୦ ଟଙ୍କା, ୧୦ ଗ୍ରାମକୁ ୪୫,୭୫୦ ଟଙ୍କା ଅଛି । ଗତକାଲି ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୪୬,୩୪୦ ଟଙ୍କା ଥିଲା ଓ ଆଜି ୪୫,୭୫୦ ଟଙ୍କା ହୋଇ ଯାଇଛି । କହିବାକୁ ଗଲେ ଗତକାଲି ଆପେକ୍ଷା ଆଜି ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୫୯୦ ଟଙ୍କା କମିଛି ।

୨୪ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୪,୭୭୫ ଟଙ୍କା, ୮ ଗ୍ରାମକୁ ୩୮,୨୦୦ ଟଙ୍କା, ୧୦ ଗ୍ରାମକୁ ୪୭,୭୫୦ ଟଙ୍କା ଅଛି । ଗତକାଲି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୪୯,୦୪୦ ଟଙ୍କା ଥିଲା ଓ ଆଜି ୪୭,୭୫୦ ଟଙ୍କା ହୋଇ ଯାଇଛି । କହିବାକୁ ଗଲେ ଗତକାଲି ଆପେକ୍ଷା ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୧୨୯୦ ଟଙ୍କା କମିଛି ।

ଆଜି ଚାନ୍ଦି ପ୍ରତି ୧ ଗ୍ରାମକୁ ୬୩.୬୦ ଟଙ୍କା, ୮ ଗ୍ରାମକୁ ୫୦୮.୮୦ ଟଙ୍କା, ୧୦ ଗ୍ରାମକୁ ୬୩୬ ଟଙ୍କା, ୧୦୦ ଗ୍ରାମ ୬,୩୬୦ ଟଙ୍କା ଓ ୧ କିଲୋ ଚାନ୍ଦିର ମୂଲ୍ୟ ୬୩,୬୦୦ ଟଙ୍କା ଅଛି । ଆଜି ଚାନ୍ଦିର ମୂଲ୍ୟ ହ୍ରାସ ପାଇଛି । ଗତକାଲି ଚାନ୍ଦି ପ୍ରତି କିଲୋଗ୍ରାମକୁ ୬୫,୦୦୦ ଟଙ୍କା ଥିଲା । ଆଜି ୬୩,୬୦୦ ଟଙ୍କା ହୋଇଛି । ଗତକାଲି ଅପେକ୍ଷା ଆଜି ଚାନ୍ଦି ୧୪୦୦ ଟଙ୍କା କମିଛି । କହିବାକୁ ଗଲେ କିଛି ଦିନ ହେବ ଚାନ୍ଦିର ମୂଲ୍ୟ ଦ୍ରୁତ ଗତିରେ କମିବାରେ ଲାଗିଛି ।