ଉପର ମହଲାରେ ରହିବାକୁ ରାଜି ହେଲେ Tapaswini, କିନ୍ତୁ ଶ୍ଵଶୁରଙ୍କ ସାମ୍ନାରେ ରଖିଲେ ଏହି ସବୁ ସର୍ତ୍ତ, ଦେଖନ୍ତୁ video

ନିଷ୍ପତ୍ତି ବଦଳାଇଛନ୍ତି ଡିମ୍ପଲ ଓରଫ ତପସ୍ଵିନୀ ଦାସ । ଉପର ମହଲାରେ ରହିବାକୁ ରାଜି ହେଲେ କିନ୍ତୁ ଶ୍ଵଶୁର ଘର ସାମ୍ନାରେ ରଖିଲେ କିଛି ସର୍ତ୍ତ । ସୁମିତଙ୍କ ଘରେ ରହିବା ପାଇଁ କୋର୍ଟ ରାୟ ଶୁଣାଇବେ ପରେ ସ୍ଵାମୀ ସୁମିତଙ୍କ ସହ ବେଡରୁମ ରେ ରହିବାକୁ ଜିଦ୍ କରିଥିଲେ ତପସ୍ଵିନୀ । କିନ୍ତୁ ଶ୍ଵଶୁର ଉପର ମହଲାରେ ତପସ୍ଵିନୀଙ୍କ ରହିବା ପାଇଁ ବନ୍ଦୋବସ୍ତ କରିଥିଲେ । ମାଜିଷ୍ଟ୍ରେଟ ଓ ପୋଲିସକର୍ମୀଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର ବାଟ ବାହାରି ନଥିଲା ।

ତଳ ମହଲାରେ ଜାଗା ନଥିବା ଦର୍ଶାଇ ଉପର ଘରେ ରହିବାକୁ କହିଥିଲେ ସୁମିତଙ୍କ ବାପା । ହେଲେ ଏଥିରେ ଡିମ୍ପଲ ରାଜି ନଥିଲେ । କିନ୍ତୁ ଏବେ ଉପର ମହଲାକୁ ବାସୋପଯୋଗୀ କଲେ ଉପର ମହଲାରେ ରହିବାକୁ ତାଙ୍କର ଆପତ୍ତି ନାହିଁ ବୋଲି କହିଥିଲେ ଡିମ୍ପଲ । କୋର୍ଟଙ୍କ ରାୟ ପରେ ଘରର ଉପର ମହଲାରେ ବୋହୂ ଡିମ୍ପଲଙ୍କ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ଶ୍ଵଶୁର ପ୍ରମୋଦ କୁମାର ସାହୁ ।

ସେହି ଘରକୁ ଭଲ ଭାବେ ସଫା କରିବା ସହ ସେଠାରେ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଉଛି । କୋର୍ଟଙ୍କ ରାୟକୁ ସମ୍ମାନ ଜଣାଇ ସୁମିତଙ୍କ ବାପା ଯଦିଓ ବୋହୂ ତପସ୍ଵିନୀଙ୍କ ରହିବା ପାଇଁ ଘରେ ବ୍ୟବସ୍ଥା କରୁଛନ୍ତି, ମାତ୍ର ଆଗକୁ ରାୟ ବିରୋଧରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି । ତପସ୍ଵିନୀ ଯେଉଁ ଘରେ ରହିବେ ସେଠାରେ ୫ଜଣ ମୂଲିଆ ଲଗାଇ ଘରକୁ ସଫା କରୁଛନ୍ତି ତପସ୍ଵିନୀଙ୍କ ଶ୍ଵଶୁର ।

ଏହାସହ ଘରେ ଆଟାଚ ଲାଟିନ ଏବଂ ବାଥରୁମ୍ ଓ ବିଦ୍ୟୁତ, ପାଣି ଆଦିର ବ୍ୟବସ୍ଥା ଥିବା ମଧ୍ୟ ସେ କହିଛନ୍ତି । ଏହାସହ ସେଠାରେ ଶୋଇବା ଖଟ, ଲାଇଟ, ଫ୍ୟାନ ଏବଂ ଅନ୍ଯାନ୍ଯ ମୌଳିକ ସୁବଧା ମଧ୍ୟ ଉପଲବ୍ଧ ଅଛି । ଦେଢ ମାସ ଧରି ସ୍ଵାମୀଙ୍କ ଘର ସାମ୍ନାରେ ଧାରଣା ଦେବା ପରେ ଗତ ୪ ତାରିଖ ଦିନ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ କୋର୍ଟ । ଏହିପରି ଭାବେ ଦାଣ୍ଡରୁ ବାରଣ୍ଡା ପର୍ଯ୍ୟନ୍ତ ପହଞ୍ଚିଥିବା ଡିମ୍ପଲଙ୍କୁ ଦେଢ ମାସ ପରେ ମିଳିଛି ଘରେ ରହିବାର ସୁଯୋଗ ।

ଏଥିସହ ସ୍ଵାମୀ ସୁମିତ ପତ୍ନୀ ଡିମ୍ପଲଙ୍କୁ ମାସିକ ୧୭ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ ମଧ୍ୟ ଦେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜଜ୍ । ପୂର୍ବରୁ ମଧ୍ୟ ସପ୍ତାହକ ପାଇଁ ଏକାଠି ରହିଥିଲ ଡିମ୍ପଲ ଏବଂ ସୁମିତ । ହେଲେ ହୃଦୟ ଯୋଡି ହେବା ବଦଳରେ ବଢିଥିଲା ଦୂରତା । ଏବେ ଉଭୟଙ୍କ ସମ୍ପର୍କ କେଉଁ ମୋଡ ନେବ ତାହା କେବଳ ସମୟ ହିଁ କହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।