ଜାଣିଛନ୍ତି କି ସ୍ଵପ୍ନରେ ସାପ ଦେଖିବାର ଅର୍ଥ କ’ଣ ହୋଇଥାଏ ? ଯଦି ଏମିତି 5ଟି ସ୍ଵପ୍ନ ଦେଖୁଛନ୍ତି ତେବେ ଭୁଲ୍ ରେ ମଧ୍ୟ କାହାକୁ କୁହନ୍ତୁ ନାହିଁ, ମିଳିଥାଏ ଶୁଭ ଫଳ

ଶୋଇବା ସମୟରେ ସ୍ଵପ୍ନ ଦେଖିବା ଏକ ସାଧାରଣ ପ୍ରକ୍ରିୟା । ଆମେ ଦେଖୁଥିବା କିଛି ସ୍ଵପ୍ନ ଆମକୁ ମନେରୁହେ ତ ଆଉ କିଛି ଆମେ ଭୁଲିଯାଉ । ଅନେକ ସମୟରେ ଦେଖିଥିବା ସ୍ଵପ୍ନକୁ ଅନ୍ୟ ଆଗରେ କହିବାକୁ ଆମକୁ ଭଲ ଲାଗିଥାଏ । କିନ୍ତୁ ଆପଣ କ’ଣ ଜାଣିଛନ୍ତି କି ଶାସ୍ତ୍ର ଅନୁସାରେ ଏହି ସ୍ଵପ୍ନ ଆପଣଙ୍କ ଭବିଷ୍ୟତକୁ ନେଇ କୌଣସି ସଂକେତ ହୋଇପାରେ ? ଯାହା ଅନ୍ୟ ଆଗରେ କହିବା ଦ୍ଵାରା ସେଥିରୁ ମିଳିବାକୁ ଥିବା ଫଳରୁ ଆପଣ ବଞ୍ଚିତ ରହିବେ । ତେଣୁ ନିମ୍ନଲିଖିତ ସ୍ଵପ୍ନ ବିଷୟରେ ଭୁଲରେ ମଧ୍ୟ ଅନ୍ୟ ଆଗରେ କହିବେ ନାହିଁ ।

୧- ପ୍ରକୃତି ସହ ସମ୍ବନ୍ଧିତ ସ୍ଵପ୍ନ:

ଯେପରି ପ୍ରକୃତିର ନିକଟକୁ ଯାଇ ଆମର ମନ ପ୍ରସନ୍ନ ହୋଇଥାଏ, ଠିକ ସେହିପରି ସ୍ଵପ୍ନରେ ନିଜକୁ ପ୍ରକୃତିର ଅତି ନିକଟରେ ଦେଖିବା ଅର୍ଥ ମଧ୍ୟ କୌଣସି ଏକ ବଡ ଖୁସି ଖବର ଆପଣଙ୍କୁ ମିଳିବାକୁ ଯାଉଛି । ସ୍ଵପ୍ନରେ ଯଦି ଆପଣ ନିକଟକୁ ପାହାଡ, ସମୁଦ୍ର, ଜଙ୍ଗଲ, ନଦୀ ଆଦିର ଖୁବ୍ ନିକଟରେ ଦେଖୁଛନ୍ତି ତେବେ ଏହା ଭୁଲରେ ମଧ୍ୟ କାହାରିକୁ କୁହନ୍ତୁ ନାହିଁ । ଏପରି କରିବା ଦ୍ଵାରା ଉକ୍ତ ସ୍ଵପ୍ନରୁ ମିଳିବାକୁ ଫଳ ଆପଣଙ୍କୁ ପ୍ରାପ୍ତ ହୋଇ ନପାରେ ।

୨- ମୃତ୍ୟୁ ସମ୍ବନ୍ଧିତ ସ୍ଵପ୍ନ:

ଅନେକ ସମୟରେ ଆମେ ନିଜର ଅବା ଅନ୍ୟ କାହାର ମୃତ୍ୟୁ ବିଷୟରେ ସ୍ଵପ୍ନ ଦେଖିଥାଉ । ଆଉ ଏପରି ଦେଖିବା ପରେ ଅତ୍ୟନ୍ତ ବିଚଳିତ ହୋଇଯାଉ । ତେବେ ଯଦି ଆପଣ ଏପରି ସ୍ଵପ୍ନ ଦେଖୁଛନ୍ତି ତେବେ ବିଚଳିତ ହେବାର ଆବଶ୍ୟକତା ନାହିଁ । କାରଣ ଏହା ଆପଣଙ୍କ ଚିନ୍ତା ଏବଂ ସମସ୍ଯାର ଅନ୍ତ ହେବାର ସଂକେତ ଅଟେ । କିନ୍ତୁ ଏପରି ସ୍ଵପ୍ନ କାହାରି ଆଗରେ କହିବା ଦ୍ଵାରା ଆପଣ ଉପଯୁକ୍ତ ଫଳ ପାଇବେ ନାହିଁ ।

୩- ସର୍ପ ସମ୍ବନ୍ଧିତ ସ୍ଵପ୍ନ:

ଅନେକ ସମୟରେ ସ୍ଵପ୍ନରେ ସାପ ଦେଖିଲେ ଆମେ ଡରିଯାଇ ଥାଉ । କିନ୍ତୁ ଆପଣ ଯଦି ସ୍ଵପ୍ନରେ ସାପ ଦେଖୁଛନ୍ତି ତେବେ ବିଲକୁଲ ମଧ୍ୟ ଡରନ୍ତୁ ନାହିଁ । ଏପରି ସ୍ଵପ୍ନ ଦେଖିବା ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଡକୁ ଇଶାରା କରେ । ଅର୍ଥାତ ସ୍ଵପ୍ନରେ ଦେଖିବାର ଅର୍ଥ ଆପଣଙ୍କୁ ଧନଲାଭ ହେବାକୁ ଯାଉଛି । କିନ୍ତୁ ଏହି ସ୍ଵପ୍ନ କଥା କାହାକୁ କହିବା ଦ୍ଵାରା ମଧ୍ୟ ତାହା ବିଫଳ ହୋଇଯାଏ ।

୪- ଭଗବାନଙ୍କ ଦର୍ଶନ ସମ୍ବନ୍ଧିତ ସ୍ଵପ୍ନ:

ଆପଣ ଯଦି ସ୍ଵପ୍ନରେ କୌଣସି ଭଗବାନଙ୍କୁ ଦେଖୁଛନ୍ତି ତେବେ ଏହି ବିଷୟରେ ମଧ୍ୟ କାହାକୁ କୁହନ୍ତୁ ନାହିଁ । କାରଣ ସ୍ଵପ୍ନରେ ଭଗବାନଙ୍କୁ ଦେଖିବାର ଅର୍ଥ ଆପଣଙ୍କ ଜୀବନରେ କୌଣସି ଖୁସି ଆସିବାକୁ ଯାଉଛି । ଆପଣ ଜୀବନରେ କୋଣସି ସଫଳତା ପାଇବାକୁ ଯାଉଛନ୍ତି । କିନ୍ତୁ ଏହା ଅନ୍ୟ ଆଗରେ କହିବା ଦ୍ଵାରା ସ୍ଵପ୍ନର ପ୍ରଭାବ କମ୍ ହୋଇଯାଏ ।

୫-ମାଛ ସମ୍ବନ୍ଧିତ ସ୍ଵପ୍ନ:

ସ୍ଵପ୍ନରେ ମାଛକୁ ପହଁରିବାର ବା କାହାକୁ ମାଛ ଧରିବା କିମ୍ବା ଖାଉଥିବାର ଦେଖିବା ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ମାନାଯାଏ । କାରଣ ଏହାର ଅର୍ଥ ହେଉଛି ଅଚାନକ ବଡ ଧନଲାଭ ହେବା । ଏହି ସ୍ଵପ୍ନ କାହାକୁ କହିବା ଦ୍ଵାରା ଏହାର ଫଳରୁ ମଧ୍ୟ ଆପଣ ବଞ୍ଚିତ ହୋଇପାରନ୍ତି । ତେଣୁ ଏହି ସ୍ଵପ୍ନ ବିଷୟରେ ମଧ୍ୟ କାହାକୁ କୁହନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।