ଛୋଟବେଳେ ବାକିରେ ଖାଇଥିବା ବାଦାମ ପଇସା ଦେବା ପାଇଁ 11 ବର୍ଷ ପରେ ଆମେରିକାରୁ ଭାରତ ଆସିଲେ ଭାଇ-ଭଉଣୀ, କିନ୍ତୁ ବାଦାମ ବିକାଳିର…

ପିଲାବେଳେ ବାପାଙ୍କ ସହ ସମୁଦ୍ରକୂଳ ବୁଲି ଯାଇଥିବା ବେଳେ ବାଦାମ ଖାଇଥିଲେ । ହେଲେ ବାପା ପର୍ସ ଘରେ ଭୁଲିଯାଇ ଥିବାରୁ ବାଦାମବାଲା ଠାରୁ ବାକିରେ ବାଦାମ ଖାଇବାକୁ ପଡିଥିଲା । ଆଉ ବାଦାମବାଲା ପାଖରେ ୨୫ଟଙ୍କା ବାକି ରହି ଯାଇଥିଲା । ସମୟକ୍ରମେ ପାଠପଢି ଉଚ୍ଚ ଶିକ୍ଷିତ ହୋଇ ବିଦେଶ ଚାଲି ଯାଇଥିଲେ ପିଲାମାନେ । ହେଲେ ସେଠାକାର ଚାକଚକ୍ୟ ଭିତରେ ଥାଇ ମଧ୍ୟ ମନେ ପଡି ଯାଇଥିଲା ପିଲାବେଳେ ବାଦାମବାଲା ଠାରୁ ବାକିରେ ବାଦାମ ଖାଇବା କଥା ।

ଆଉ ସେହି ମାତ୍ର ୨୫ ଟଙ୍କା ଫେରାଇବାକୁ ସୁଦୂର ଆମେରିକାରୁ ଭାରତ ଆସିଲେ ଭାଇ ଭଉଣୀ । ଏହା ହେଉଛି ୨୦୧୦ ମସିହାର କଥା । ନେମାନୀ ପ୍ରଣବ ଓ ତାଙ୍କ ଭଉଣୀ ସୁଚିତା ସେମାନଙ୍କ ବାପାଙ୍କ ସହ ଆନ୍ଧ୍ରପ୍ରଦେଶର ୟୁକୋଥାପାଲି ବେଳାଭୂମିକୁ ବୁଲିବାକୁ ଯାଇଥିଲେ । ସେଠାରେ ସେମାନଙ୍କ ବାଦାମ ଖାଇବାକୁ ମନ ହେବାରୁ ସତ୍ୟା ନାମକ ଜଣେ ବାଦାମ ବେପାରୀଙ୍କ ଠାରୁ ବାଦାମ କିଣିଥିଲେ । ହେଲେ ପକେଟ ଦେଖିବା ବେଳକୁ ପାଖରେ ପାଖରେ ପଇସା ନାହିଁ, କାରଣ ବାପା ଘରେ ପର୍ସ ଭୁଲି ଯାଇଥିଲେ ।

କିନ୍ତୁ ପିଲାମାନଙ୍କ ଜିଦ୍ ଦେଖି ବାପା ବାଦାମ କିଣିଲେ ଆଉ ବାଦାମ ବିକାଳିକୁ କହିଲେ ସେ ଖୁବ ଶୀଘ୍ର ବାଦାମ ଟଙ୍କା ଦେଇଦେବେ । କିନ୍ତୁ ବାପା ମୋହନ ଜଣେ NRI ଥିବାରୁ ବାଦାମବାଲାକୁ ଦେଇଥିବା ପ୍ରତିଶ୍ରୁତି ରଖିପାରି ନଥିଲେ । କିଛିଦିନ ପରେ ସେ ଆମେରିକା ଫେରି ଯାଇଥିଲେ । କିନ୍ତୁ ବାପାଙ୍କ ଏହି ପ୍ରତିଶ୍ରୁତିକୁ ଭୁଲି ନଥିଲେ ଭାଇଭଉଣୀ । ଦୀର୍ଘ ୧୧ ବର୍ଷରେ ନେମାନୀ ଭଉଣୀ ସୁଚିତାଙ୍କ ସହ ଭାରତ ଆସି ବାଦାମବାଲାକୁ ଖୋଜି ଖୋଜି ଋଣ ପରିଶୋଧ କରିବାକୁ ନିଷ୍ପତ୍ତି ନେଲେ ।

ଏହାପରେ ଉଭୟ ବାଦାମ ବିକାଳି ସତ୍ୟାଙ୍କୁ ଖୋଜିବା ପାଇଁ ଆନ୍ଧ୍ରପ୍ରଦେଶ କାକିନାଡା ସହରର ବିଧାୟକ ଚନ୍ଦ୍ରଶେଖର ରେଡ୍ଡିଙ୍କ ସାହାଯ୍ୟ ନେଇଥିଲେ । ବିଧାୟକ ସେମାନଙ୍କ ଅନୁରୋଧ କ୍ରମେ ଫେସବୁକରେ ଏକ ପୋଷ୍ଟ କରିଥିଲେ । ଯାହାପରେ ବାଦାମ ବିକାଳିଙ୍କ ଜନ୍ମଗ୍ରାମ ନାଗୁଲାପାଲିର କିଛି ଲୋକ ବିଧାୟକଙ୍କ କାର୍ଯ୍ୟଳୟକୁ ଯାଇଥିଲେ । ସେଦିନର ବାଦାମ ବିକାଳି ସତ୍ୟା ଆଉ ଦୁନିଆରେ ନାହାନ୍ତି ବୋଲି ସେମାନେ କହିଥିଲେ ।

ଏହାପରେ ତାଙ୍କ ଘରକୁ ଯାଇଥିଲେ ନେମାନୀ ଓ ସୁଚିତା । ଆଉ ୨୫ ଟଙ୍କା ଫେରାଇବା ବଦଳରେ ତାଙ୍କ ପରିବାରକୁ ଦେଇଥିଲେ ୨୫ ହଜାର ଟଙ୍କା । ଆଜିର ସ୍ଵାର୍ଥ ସର୍ବସ୍ଵ ଦୁନିଆରେ ଏହି ଭାଇଭଉଣୀଙ୍କ ଏହିପରି କାର୍ଯ୍ୟ ନିଶ୍ଚିତ ଭାବେ ଏକ ଉଦାହରଣ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।