ରାଜ୍ୟରେ ଘୁ ଘୁ ହୋଇ Omicron ସଂକ୍ରମଣ ବଢୁ ଥିବାରୁ ଏହି ତାରିଖରୁ ବନ୍ଦ ହେବ ସମସ୍ତ School, ବଢିଲା ନାଇଟ କର୍ଫ୍ଯୁ ସମୟ !

ଦେଶରେ ତଥା ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ଦିନକୁ ଦିନ ବଢିବାରେ ଲାଗିଛି । କୋଭିଡର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଖୁବ ଦ୍ରୁତଗତିରେ ମାଡି ଚାଲିଛି । ଏହି ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତକାଳୁ ନୂଆ ଗାଇଡଲାଇନ ଘୋଷଣା କରାଯାଇଛି । ରାଜ୍ୟର କୋଭିଡ କଟକଣାକୁ କିଛି ମାତ୍ରାରେ ବଢାଯାଇଛି । ନାଇଟ କର୍ଫ୍ଯୁ ସମୟସୀମାକୁ ବଢାଇଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୯ଟା ଠାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ଯୁ ଜାରି କରାଗଲା ।

ଆସନ୍ତା ଜାନୁୟାରୀ ୭ ତାରିଖ ସକାଳ ଠାରୁ ନେଇ ଫେବୃୟାରୀ ୧ ତାତିଖ ପର୍ଯ୍ୟନ୍ତ ଲାଗୁ ହୋଇଛି ଏହି କଟକଣା । ରାଜ୍ୟର ସମସ୍ତ ସ୍କୁଲ କଲେଜରେ ଦ୍ଵାଦଶ ଶ୍ରେଣୀ ଯାଏଁ ପାଠପଢା ବନ୍ଦ ରହିବ । କେବଳ ୮ ତାରିଖ ଯାଏଁ ଦଶମ ଶ୍ରେଣୀର ଚାଲିଥିବା ପରୀକ୍ଷା ଯେପରି ଚାଲୁଅଛି ସେପରି ଚାଲିବ । କିନ୍ତୁ ଅନଲାଇନରେ ପାଠପଢା ଜାରି ରହିବ । କରୋନା ମହାମାରୀ ଯୋଗୁଁ ଗତ ଦୁଇବର୍ଷ ହେଲା ସାଧାରଣ ଲୋକଙ୍କ ଜୀବନ ଏବଂ ଜୀବିକା ଅତ୍ୟଧିକ ମାତ୍ରାରେ ବାଧାପ୍ରାପ୍ତ ହେଉଛି ।

ତେଣୁ ଲୋକଙ୍କ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅତ୍ୟଧିକ କଟକଣା କରୁ ନାହାନ୍ତି ବୋଲି କହିଛନ୍ତି । ସେଥିପାଇଁ କେବଳ ଯେତିକି ନିହାତି ଆବଶ୍ୟକ ସେତିକି କଟକଣା ଲଗାଯାଇଛି । ପୂର୍ବରୁ ନାଇଟ କର୍ଫ୍ଯୁ ରାତି ୧୦ଟା ସମୟରୁ ଲାଗୁ ହେଉଥିଲା । ବର୍ତ୍ତମାନ ଏହାକୁ ରାତି ୯ଟା କରିଦିଆ ଯାଇଛି । ଆଉ ଏହି ନାଇଟ କର୍ଫ୍ଯୁ ସମୟରେ କେବଳ ଅତ୍ୟାବଶ୍ୟକ ସେବା ଗୁଡିକ ବ୍ଯତୀତ ଅନ୍ୟ ସମସ୍ତ ବନ୍ଦ ରହିବ । ମଲ୍, ମାର୍କେଟ ସବୁ ରାତି ୯ଟା ଯାଏଁ ଖୋଲା ରହିବ ।

ସ୍କୁଲ, କଲେଜ ସବୁ ବନ୍ଦ ରହିବ । କିନ୍ତୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲାଙ୍କ ଅଭିଭାବକଙ୍କ ପରାମର୍ଶ କ୍ରମେ ଛୋଟ ଛୋଟ ବ୍ୟାଚରେ ଡାଉଟ କ୍ଲିୟରିଂ କ୍ଳାସ କରାଯିବ । ତେବେ ଆମେ ଯଦି ଏବେ ଠାରୁ ସଚେତନ ହେବା ତେବେ ନିଶ୍ଚିତ ଭାବେ କୋଭିଡ ସଂକ୍ରମଣକୁ ଅଧିକ ବ୍ୟାପିବାରୁ ରୋକିପାରିବା । ସେଥିପାଇଁ ପ୍ରତ୍ଯେକ ଲୋକ କୋଭିଡ ଗାଇଡଲାଇନ ମାନିବା ନିହାତି ଆବଶ୍ୟକ ରହିଛି ।

ଏଥିପାଇଁ ସାମାଜିକ ଦୂରତା ରକ୍ଷା କରନ୍ତୁ, ମାସ୍କ ପିନ୍ଧନ୍ତୁ, ନିୟମିତ ହାତ ସାନିଟାଇଜ କରନ୍ତୁ ଓ ନିଜକୁ ଏବଂ ନିଜ ପରିବାରକୁ କୋଭିଡ ସଂକ୍ରମଣରୁ ରକ୍ଷା କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।