ପୁଅ IPS ଅଫିସର ହେଲେ ଆଜି ବି ଚାଳିଆରେ ଜୀବନ କାଟୁଛନ୍ତି ବାପା-ମା, ଆଉ ଏହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ ଏହି Report

ପୁଅ ଆଇପିଏସ ଅଫିସର ହେଲେ ନୂଆଣିଆ ଚାଳଘରେ ପଡି ରହିଛନ୍ତି ବାପାମା । ପୁଅର ଦାମୀ ଗାଡି, ଘର ଆଦି ଛାଡି ବାପାମା ନିଜ ପୈତୃକ ମାଟିରେ ଦିନ କାଟୁଛନ୍ତି । ତେବେ ଆପଣ ଭାବୁଥିବେ ପୁଅ ଆଇପିଏସ ହେଲା ପରେ ବୋଧହୁଏ ବାପାମାଙ୍କୁ ପଚାରୁନି । କିନ୍ତୁ ଏଠାରେ ବାସ୍ତବ କାରଣ ଏକଦମ ଅଲଗା । ସବୁ ବାପାମାଙ୍କ ସ୍ଵପ୍ନ ଥାଏ କି ପିଲା ଭଲ ପାଠ ପଢି ବଡ ହୋଇ ଦିପଇସା ରୋଜଗାର କଲେ ସେମାନଙ୍କ ଦୁଃଖ ଯିବ ।

ହେଲେ ବହୁତ କମ ବାପାମା ଅଛନ୍ତି ଯେଉଁମାନେ ପିଲା ଯେତେ ସଫଳତା ଅର୍ଜନ କଲେ ମଧ୍ୟ ସବୁ ଐଶ୍ଵର୍ଯ୍ୟକୁ ଛାଡି ନିଜ ପୂର୍ବ ସ୍ଥିତିରେ ପସନ୍ଦ କରନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକରେ । ପୁଅକୁ ଯେଉଁ ଘରେ ରହି ମଣିଷ କରିଛନ୍ତି ସେହି ଘର ଏବଂ ନିଜ ଭିଟାମାଟିକୁ ଛାଡି ନାହାନ୍ତି ଏହି ବାପାଆ । ବରଂ ସେହି ଘରେ ପୁଅକୁ ସବୁବେଳେ ସଂଘର୍ଷର କଥା ମନେ ପକାଇଦେବେ । ଯାହାଫଳରେ ତାଙ୍କ ଆଇପିଏସ ପୁଅ ସବୁବେଳେ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ରହିବ ।

ଆଉ ଏଥିପାଇଁ ବାପାମା ନିଜ ଦଦରା ଛପର ଘରେ ଏବେ ବି ପଡି ରହିଛନ୍ତି । ସେହି ଘରେ ଦାରିଦ୍ର୍ଯରେ ସେମାନଙ୍କ ଦିନ କଟିଛି । ସେହି ଘର ଏବଂ ଦାରିଦ୍ର୍ୟ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପୁଅକୁ ଉତ୍ସାହ ଏବଂ ସାହାସ ଦେଇଥିଲା । ସେହି ଜୀବନଶୈଳୀକୁ ଛାଡିବାକୁ ନାରାଜ ଅଟନ୍ତି ଆଇପିଏସ ଙ୍କ ବାପାମା । କର୍ଣ୍ଣାଟକ ବେଲଗବି ଜିଲ୍ଲାର ଜଗଦୀଶ ଅଦହଲ୍ଲୀ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏବେ ସେ ଆନ୍ଧ୍ରପ୍ରଦେଶ କ୍ୟାଡରର ଜଣେ ଆଇପିଏସ ଅଫିସର ।

ଜଗଦୀଶ ଆଇପିଏସ ହୋଇଥିଲେ ମଧ୍ୟ ତାଙ୍କ ବାପା ଶ୍ରୀକାନ୍ତ ଏବଂ ମା ସାବିତ୍ରୀ ଏବେ ବି ଆଜବେଷ୍ଟସ ଚାଳିଆ ଘରେ ରହୁଛନ୍ତି । ଏହି ଛୋଟିଆ ଘର ତାଙ୍କ ପରିବାର ପାଇଁ ଏକ ଆଶାର ପ୍ରତୀକ ବୋଲି ତାଙ୍କ ବାପାମା କୁହନ୍ତି । ଜୀବନରେ ଦାରିଦ୍ର୍ଯ ଏବଂ ସଂଘର୍ଷ ହିଁ ତାଙ୍କୁ ଶକ୍ତ କରିଛି । ତେଣୁ ରୋଜଗାର ବଢିଗଲା ବୋଲି ସେମାନେ ପୂର୍ବରୁ ଜୀବନଶୈଳୀକୁ କେମିତି ଭୁଲିଯିବେ ? ଯେପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଠିକ ଅଛି ଏବଂ ଯେପର୍ଯ୍ୟନ୍ତ ଖଟି ପାରୁଛନ୍ତି ସେପର୍ଯ୍ୟନ୍ତ ନିଜ ଜମିରେ କାମ କରି ଖାଇବେ ଓ ସେହି ନୂଆଣିଆ ଚାଳ ଘରେ ରହିବେ ।

ଏଥିରେ ହିଁ ତାଙ୍କୁ ଅପାର ଶାନ୍ତି ମିଳୁଛି । ଜଗଦୀଶଙ୍କ ବାପା ଏକ ଚିନି କମ୍ପାନୀରେ ଜଣେ ଡ୍ରାଇଭର ଭାବେ କାମ କରୁଥିଲେ । ତାଙ୍କ ଚାରି ପିଲାଙ୍କ ପାଠପଢା ପାଇଁ ସେ ଖୁବ ପରିଶ୍ରମ କରିଛନ୍ତି । ଶ୍ରୀକାନ୍ତ କୁହନ୍ତି ୨୦୧୩ରେ ସେ ଜଣେ ନିର୍ବାଚନ ଅଧିକାରୀଙ୍କୁ ଗାଡିରେ ନେଇ ଯାଉଥିବା ବେଳେ ତାଙ୍କ ଠାରୁ ପ୍ରଥମେ ୟୁପିଏସସି ପରୀକ୍ଷା ସମ୍ବନ୍ଧରେ ଶୁଣିଥିଲେ ।

ଏହାପରେ ସେ ପୁଅ ଜଗଦୀଶଙ୍କୁ ଏହି ପରୀକ୍ଷା ଦେବାକୁ କହିଥିଲେ । ଋଣ କରି ହେଉପଛେ ସେ ନିଜ ପୁଅକୁ ପଢିବା ପାଇଁ ଦିଲ୍ଲୀ ପଠାଇଥିଲେ, ଆଉ ଆଜି ସେ ତାଙ୍କ ସ୍ଵପ୍ନକୁ ପୂରଣ କରିଛି । କିନ୍ତୁ ପୁଅର ସଫଳତା ପରେ ପୁଅ ସହ ସହରକୁ ଯିବାକୁ ମଙ୍ଗି ନାହାନ୍ତି ଶ୍ରୀକାନ୍ତ ଏବଂ ତାଙ୍କ ପତ୍ନୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।