ରିଅଲ ଲାଇଫରେ ବି “ଜୋରୁ କା ଗୁଲାମ” ହେଉଛନ୍ତି Bollywood ର ଏହି 8 ଜଣ ସୁପରଷ୍ଟାର, ନିଜ ସ୍ତ୍ରୀଙ୍କ ପାଇଁ କିଛି ବି କରି ପାରନ୍ତି ଏମାନେ

ଆପଣମାନେ ଦେଖିଥିବେ ବଲିଉଡ଼ରେ ପାରିବାରିକ ଫିଲ୍ମରେ ବାହାଘର ପରେ ହୀରୋ କୁ ଜୋରୁ କା ଗୁଲାମ ଟାଇଟଲ ଦିଆଯାଏ, କିନ୍ତୁ ଏସବୁ ଫିଲ୍ମ ପର୍ଯ୍ୟନ୍ତ ସୀମିତ ରହିନାହିଁ । ବରଂ ସତରେ ଏମିତି କିଛି ବଲିଉଡର ଅଭିନେତା ଅଛନ୍ତି ଯିଏ ସତରେ ମଧ୍ୟ ନିଜ ସ୍ତ୍ରୀର ଗୁଲାମ ଅଟନ୍ତି ମାନେ ନିଜ ସ୍ତ୍ରୀର ସବୁ କଥା ମାନନ୍ତି ଓ ତାଙ୍କର ସବୁ ଇଚ୍ଛା ପୂରଣ କରନ୍ତି । ଆସନ୍ତୁ ଜାଣିବା କିଏ ସେହି ବଲିଉଡ ଅଭିନେତା ମାନେ ।

୮- ଅଭିଷେକ ବଚ୍ଚନ : ଯେମିତିକି ସମସ୍ତେ ଜାଣନ୍ତି ଅଭିଷେକ ବଚ୍ଚନ କରିଶ୍ମା କପୁରଙ୍କୁ ଭଲ ପାଉଥିଲେ । ଏମିତିକି ଦୁହିଁଙ୍କର ନିର୍ବନ୍ଧ ମଧ୍ୟ ସରିଥିଲା । ହେଲେ କିଛି ଦିନ ପରେ ଦୁହିଁଙ୍କ ନିର୍ବନ୍ଧ ମଧ୍ୟ ଭାଙ୍ଗିଗଲା । ତାପରେ ଅଭିଷେକ ବଚ୍ଚନ ବିଶ୍ଵ ସୁନ୍ଦରୀ ଐଶ୍ଵର୍ଯ୍ୟା ରାୟଙ୍କୁ ବିବାହ କରି ଥିଲେ । ତାପରେ ସେ ସବୁବେଳେ ନିଜ ସ୍ତ୍ରୀଙ୍କୁ ସବୁବେଳେ ସପୋର୍ଟ କରନ୍ତି ତାହା ବାସ୍ତବ ଜୀବନରେ ହଉ କିମ୍ବା ଫିଲ୍ମ ଦୁନିଆ ।

୭-ସାହିଦ୍ କପୁର : ବଲିଉଡର ଚକୋଲେଟ ହିରୋ ଭାବରେ ପରିଚିତ ସାହିଦ୍ ଦିନେ କରିନା କପୁରଙ୍କ ପ୍ରେମରେ ପଡ଼ିଥିଲେ । ହେଲେ ଏହି ସମ୍ପର୍କ ବେଶି ଦିନ ରହିଲା ନାହିଁ, ଦୁହିଁଙ୍କ ବ୍ରେକଅପ ପରେ ସାହିଦ୍‌ ନିଜ ଠାରୁ ୧୪ବର୍ଷ ଛୋଟ ମୀରା ରାଜପୁତଙ୍କୁ ବିବାହ କଲେ । ବିବାହ ପରେ ଆଜି ତାଙ୍କର ଦୁଇ ସନ୍ତାନ ମଧ୍ୟ ଅଛନ୍ତି । କିନ୍ତୁ ୧୪ବର୍ଷ ବୟସ ଛୋଟ ହୋଇଥିବାରୁ ସେ ତାଙ୍କର ସବୁ କଥା ମାନନ୍ତି ।

୬-ରଣବିର୍ ସିଂ : ବାଜିରାଓ ମସ୍ତାନୀ ଏବଂ ରାମଲୀଳା ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ କିଣିଥିବା ରଣବୀର ସିଂ ଆଜିର ଜୁବ ସମାଜ ପାଇଁ ଏକ କିମ୍ବଦନ୍ତୀ ପାଲଟିଛନ୍ତି । ସେ ୨୦୧୮ରେ ଦୀପିକା ପାଦୁକୋନଙ୍କୁ ବିବାହ କରିଥିଲେ । ବାହାଘର ପରେ ଏହି ଦୁହେଁ ନିଜ ପ୍ରେମ ସମ୍ପର୍କ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଯାନ୍ତି । ଗୋଟେ ସାକ୍ଷାତକାରରେ ରଣବୀର ସିଂ କହିଥିଲେ ତାଙ୍କ ସ୍ତ୍ରୀଙ୍କୁ ସିଏ ବେଶି ଗୁରୁତ୍ତ୍ଵ ଦିଅନ୍ତି ।

୫-ଅକ୍ଷୟ କୁମାର : ବଲିଉଡର ଖିଲାଡ଼ି ଅକ୍ଷୟ କୁମାରଙ୍କୁ ସମସ୍ତେ ଜାଣିଛନ୍ତି । ସେ ବଲିଉଡରେ କମେଡି, ଆକ୍ସନ ଓ ଅନ୍ୟାନ୍ୟ ପ୍ରଭୁତିର ଫିଲ୍ମ କରି ଦର୍ଶକଙ୍କ ମନ ଜିତିଛନ୍ତି । ଏମିତି ବହୁତ ଅଭିନେତ୍ରୀଙ୍କ ସହ କାମ କରିଛନ୍ତି କିନ୍ତୁ ସେ ୨୦୦୧ମସିହାରେ ଅଭିନେତ୍ରୀ ଟ୍ବିଙ୍କଲ୍ ଖାନ୍ନାଙ୍କୁ ବିବାହ କରିଥିଲେ । ଦୁଇ ସନ୍ତାନ ମଧ୍ୟ ଏମାନଙ୍କର ଅଛନ୍ତି । ଅକ୍ଷୟ କୁମାର ନିଜ ସ୍ତ୍ରୀକୁ ରାଣୀ ଭଳି ବ୍ୟବହାର କରନ୍ତି ।

୪-ସାହାରୁଖ୍ ଖାଁ : ବଲିଉଡର କିଙ୍ଗସ୍ ଖାଁ ଏବଂ ଗ୍ୟୋରି ଖାଁଙ୍କ ଲଭ୍ ଷ୍ଟୋରି ବଲିଉଡର ଲଭ୍ ଷ୍ଟୋରି ଠାରୁ କମ୍ ନୁହେଁ । ୧୯୯୧ ମସିହାରେ ଦୁହେଁ ବିବାହ କରିଥିଲେ, ତାପରେ ସାହାରୁଖ୍ ବଲିଉଡରେ ଡେବ୍ୟୁ କରିଥିଲେ । ଆଉ ଭାଗ୍ୟ ତାଙ୍କୁ ବଲିଉଡର ବାଦଶାହ ବନେଇ ଦେଲା । ଆଜି ବିଶ୍ୱରେ ସେ ଜଣେ ସଫଳ ଅଭିନେତା ଭାବରେ ପରିଚିତ ଯୋଉଠି ତାଙ୍କୁ କିଙ୍ଗ୍ ଅଫ୍ ରୋମାନ୍ସ ଆଉ ବାଦଶାହ ମଧ୍ୟ କୁହନ୍ତି । ଏବେ ସେ ନିଜ ବଙ୍ଗଳା ମନ୍ନତରେ ତାଙ୍କ ସ୍ତ୍ରୀକୁ ରାଣୀ ଭଳି ରଖନ୍ତି ।

୩- ରିତେଶ୍ ଦେଶ୍ମୂଖ୍ : ରିତେଶ୍ ତାଙ୍କ ଫିଲ୍ମ କ୍ୟାରିୟରରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ସଫଳତା ପାଇଛନ୍ତି । ରିତେଶ୍ ଜେନିଲିଆ ଡିସୋଜାଙ୍କୁ ବିବାହ କରିଥିଲେ । ବିବାହ ପୂର୍ବରୁ ଦୁହେଁ ଦୁହିଁଙ୍କୁ ବହୁତ ଦିନ ଧରି ଡେଟ୍ କରିଥିଲେ । ରିତେଶ ତାଙ୍କ ସ୍ତ୍ରୀକୁ ବହୁତ ଭଲ ପାଆନ୍ତି । ଦୁହେଁ ସୋସିଆଲ ମିଡିଆରେ ଫଟୋ ଆଉ ଭିଡିଓ ସେୟାର କରନ୍ତି । କେତେବେଳେ ସେ ବାସନ ଧୋଇବା ରେ ନଜର ଆସନ୍ତି ତ କେତେବେଳେ ପିଲାମାନଙ୍କୁ କେୟାର କରିବାରେ । ତେବେ ଏଥିରୁ ଜଣାପଡେ ଯେ ସେ ତାଙ୍କ ସ୍ତ୍ରୀକୁ କେତେ ଭଲପାଆନ୍ତି ।

୨-ଅଜୟ ଦେବଗନ୍ : ଅଜୟ କୁହନ୍ତି ଯେ ପ୍ରଥମେ ତାଙ୍କ ସ୍ତ୍ରୀଙ୍କୁ ସେ ଅଧିକ କଥାବାର୍ତ୍ତା ପାଇଁ ଜମାବି ପସନ୍ଦ କରୁ ନଥିଲେ । ପରେ ପରେ ଯେମିତି ତାଙ୍କ ସହ ସମୟ ବିତାଇ ଚାଲିଲେ ସେତେବେଳେ ସିଏ କାଜଲଙ୍କ ରୂପରେ ସେଇ ଲାଇଫ୍ ପାର୍ଟନର ମିଳିଲେ ଯାହା ତାଙ୍କୁ ଦରକାର ଥିଲା । ତାପରେ ଅଜୟ କାଜଲଙ୍କୁ ବିବାହ କରିଥିଲେ ଯାହା ଫଳରେ ବଲିଉଡରେ ଏହି ଦୁହିଁଙ୍କୁ ସୁନ୍ଦର ଯୋଡ଼ି ବୋଲି ମାନନ୍ତି ।

୧-ମିଥୁନ ଚକ୍ରବର୍ତ୍ତୀ : ଡିସ୍କୋ ଡ୍ୟାନ୍ସ ପାଇଁ ଚର୍ଚ୍ଚିତ ମିଥୁନ ଚକ୍ରବର୍ତ୍ତୀ ନା କେବଳ ସୁନ୍ଦର ଅଭିନୟ, ଡ୍ୟାନ୍ସ ପାଇଁ ମଧ୍ୟ ବହୁତ ଚର୍ଚ୍ଚିତ ଥିଲେ । ବଲିଉଡ୍ ଅଭିନେତ୍ରୀ ୟୋଗିତା ବାଲିଙ୍କୁ ବିବାହ କରିଥିଲେ । ତାଙ୍କର ତିନି ପୁଅ ମଧ୍ୟ ଅଛନ୍ତି । କିଛି ଲୋକ ଜାଣିଛନ୍ତି ଯେ ୟୋଗିତା କିଶୋର କୁମାରଙ୍କୁ ବିବାହ କରିଥିଲେ, ହେଲେ ସେହି ସମ୍ପର୍କ ଅଧିକ ଦିନ ରହିଲା ନାହିଁ ।

ତାପରେ ମିଥୁନ ୟୋଗିତାଙ୍କ ପ୍ରେମରେ ପଡ଼ିଥିଲେ । ତାପରେ ଦୁହେଁ ବିବାହ କରିଥିଲେ । ବାହାଘର ପରେ ମଧ୍ୟ ଦୁହିଁଙ୍କ ପ୍ରେମ କମ୍ ଦେଖିବାକୁ ମିଳିନି । ବାହାଘର ପରେ ୟୋଗିତା ବାଲି ମିଥୁନ ଚକ୍ରବର୍ତ୍ତୀଙ୍କୁ କଣ୍ଟ୍ରୋଲ କରନ୍ତି । ମିଥୁନ ଚକ୍ରବର୍ତ୍ତୀ ତାହା କଲେ ଯାହା ୟୋଗିତା ବାଲି କହିଲେ । ଏହି ଅଭିନେତାଙ୍କ ମଧ୍ୟରୁ କେଉଁ ଯୋଡ଼ି ଭଲ ଲାଗିଲା କମେଣ୍ଟରେ ଲେଖି ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।