ଚା ପିଇବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ, ନଚେତ ହେଇପାରେ ଏହି ସବୁ ଗମ୍ଭୀର ରୋଗ

ଭାରତର ଅଧିକାଂଶ ଘରେ ସକାଳର ଆରମ୍ଭ ଚା ରେ ହୋଇଥାଏ । ଏହି କଥା ମଧ୍ୟ ସତ ଯେଉଁ ଲୋକମାନଙ୍କୁ ଚାର ଅଭ୍ୟାସ ଅଛି, ସେମାନେ ଦିନକୁ ଥରେ ଚା ନ ପିଇଲେ ରହିପାରିବେ ନାହିଁ । ବହୁତ ଲୋକ ଅଛନ୍ତି ଯେଉଁମାନେ ଦିନକୁ ସହଜରେ ଚାରିରୁ ପାଞ୍ଚ କପ ଚା ପିଇଥାନ୍ତି । କିନ୍ତୁ ଅଧିକ ମାତ୍ରାରେ ଚା ପିଇବା ବି ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଏତିକି ନୁହେଁ କେତେକ ଲୋକ ଚା ପିଇବା ସମୟରେ ଏମିତି କିଛି ଭୁଲ କରି ଦିଅନ୍ତି ଯାହା ଫଳରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଏ । ତେବେ ଆସନ୍ତୁ ଜାଣିବା ସେହି ସବୁ ଭୁଲ ବିଷୟରେ ।

ସାଧାରଣତଃ ଲୋକମାନେ ସକାଳେ ଉଠି ଖାଲି ପେଟରେ ଚା ପିଇଥାନ୍ତି । କିନ୍ତୁ ଏହା କରିବା ଦ୍ଵାରା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡିପାରେ । ଖାଲି ପେଟରେ ଚା ପିଇଲେ ଏସିଡିଟି ହେବା ସହ ଗମ୍ଭୀର ରୋଗ ହେବାର ବି ସମ୍ଭାବନା ଥାଏ ।

ଖାଲି ପେଟରେ ଚା ପିଇଲେ ମଣିଷର ବୟସ ବି କମ ହୋଇଯାଏ । ତେଣୁ ଚା ପିଇବା ପୂର୍ବରୁ ଗୋଟେ ଗ୍ଳାସ ପାଣି କିମ୍ବା ବିସ୍କୁଟ ଖାଇ ଦିଅନ୍ତୁ । ଏହା ଛଡା କେତେକ ଲୋକମାନେ ଖାଇ ସାରିବା ପରେ ଚା ପିଇଥାନ୍ତି । କିନ୍ତୁ ଖାଇବା ପରେ ତୁରନ୍ତ ଚା ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ଯେତେବେଳେ ଆମେ ଖାଦ୍ୟ ଖାଇଥାଉ ଖାଦ୍ୟ ଖାଇବା ପରେ ଆମ ଶରୀର ଖାଦ୍ୟରେ ଥିବା ପୋଷଣ ଗୁଡିକୁ ଅବଶୋଷିତ କରିବା ପାଇଁ କିଛି ସମୟ ନେଇଥାଏ ।

ତେଣୁ ଯଦି ଆପଣ ଖାଦ୍ୟ ଖାଇବା ପରେ ତୁରନ୍ତ ଚା ପିଇଥାନ୍ତି ତେବେ ଆପଣଙ୍କ ଶରୀର ଭୋଜନର ପୋଷଣକୁ ସଠିକ ରୂପରେ ଅବଶୋଷିତ କରିପାରେ ନାହିଁ । ଯାହା ଫଳରେ ଆପଣଙ୍କୁ ଡାଇବେଟିସ ଭଳି ରୋଗର ସମ୍ମୁଖୀନ ହେବାକୁ ପଡିପାରେ । ବହୁତ ଲୋକ ଅଧିକ କଡ ଚା ପିଇବାକୁ ପସନ୍ଦ କରନ୍ତି ।

କିନ୍ତୁ ସେମାନେ ଜାଣି ନ ଥାନ୍ତି କି ଚା କୁ ଅଧିକ ଗରମ କରି ପିଇବା ଠିକ ନୁହେଁ । ଥରେ ଚା ହେବା ପରେ ଦ୍ଵିତୀୟ ଥର ଏହାକୁ ଗରମ କରିବା ଠିକ ନୁହେଁ ଏହା ଦ୍ଵାରା ଏସିଡିଟି ହୋଇପାରେ । ବହୁତ ଲୋକ ଚା ରେ ଲଙ୍କା, ତୁଳସୀ, ଗୁଜୁରାତି ଆଦି ପକେଇ ପିଅନ୍ତି । କିନ୍ତୁ ଏହା ବି ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।