ଅଣ୍ଡରପାସ୍ ରେ ବୁଡିଗଲା ‘ମୋ ବସ୍’, ପାଣିରେ ଉବୁଟୁବୁ ହୋଇ ପହଁରିଲେ ଯାତ୍ରୀ, ଦେଖନ୍ତୁ video

ବର୍ଷାଜଳ ଜମି କୃତ୍ରିମ ବନ୍ୟା ସୃଷ୍ଟି ହେବା ଫଳରେ ସେଥିରେ ଫସି ରହିଥିଲା ମୋ ବସ୍ । ପ୍ରବଳ ବର୍ଷା ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ସୀତାରାମ ଛକ ନିକଟ ଅଣ୍ଡରପାସ୍ ରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ପରିସ୍ଥିତି । ଜଟଣୀରୁ ପିପିଲିକୁ ସଂଯୋଗ କରୁଥିବା ଏହି ଅଣ୍ଡରପାସ୍ ରାସ୍ତାରେ ୧୫ ଫୁଟ ଉଚ୍ଚର ପାଣି ଜମିରହିଛି । ଏହା ଯୋଗୁଁ ସେହି ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଏକ ମୋ ବସ୍ ସେହି ବାଟ ଦେଇ ଯାଉଥିବା ବେଳେ ବିଷମ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଜଟଣୀ ପିପିଲି ଅଣ୍ଡରପାସରେ ମୋ ବସ୍ ଟି ଫସି ଯାଇଥିଲା । ବସ୍ ଟି ଅଧାରୁ ଅଧିକ ବୁଡି ଯିବା ସହ ସେଥିରେ କିଛି ଯାତ୍ରୀ ମଧ୍ୟ ଥିଲେ । ସେମାନେ ପହଁରି ପହଁରି ରାସ୍ତା ପାର ହେବାକୁ ଚେଷ୍ଟା କରୁଥିବା ସମୟ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ସ୍ଥାନୀୟ ଲୋକେ ମଧ୍ୟ ବୁଡି ଯାଇଥିବା ବସ୍ ରୁ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ପାଇଥିବା ସୂଚନା ମିଳିଛି ।

ବର୍ଷା ଯୋଗୁଁ ରାସ୍ତାରେ ପାଣି ଜମିବା ହେତୁ ଏଭଳି ଏକ ପରିସ୍ଥିତି ସୃଷ୍ଟି ହେବା ଦେଖି ସମସ୍ତେ ଭୟଭୀତ ହେଉଛନ୍ତି । ବସ୍ ଟି ପାଣି ଭିତରେ ପଶିବା ପରେ ଅଟାଳି ଯାଇଥିଲା ଏବଂ ଆଉ ଷ୍ଟାର୍ଟ ହୋଇ ପାରି ନଥିଲା । ଫଳରେ ସେହି ବସ୍ ରେ ଥିବା ଯାତ୍ରୀମାନେ ଏକ ବିପଦସଙ୍କୁଳ ଅବସ୍ଥାକୁ ଆସି ଯାଇଥିଲେ ।

ହେଲେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଯାତ୍ରୀ ଉଦ୍ଧାର ପାଇଛନ୍ତି । ବର୍ତ୍ତମାନ ସେହି ସ୍ଥାନରେ ଜଟଣୀ ଅଗ୍ନିଶମ ବାହିନୀ ଓ ରେଲୱେ ର କିଛି କର୍ମଚାରୀ ପହଞ୍ଚି ଜଳ ନିଷ୍କାସନ କରିବା ପାଇଁ ପମ୍ପ ଲଗାଇଛନ୍ତି । ସାମାନ୍ଯ ବର୍ଷା ହେଲେ ମଧ୍ୟ ଏହି ଅଣ୍ଡରପାସ ମଧ୍ୟରେ ପାଣି ପଶିଯାଏ । ପୂର୍ବରୁ ଏହି ପାଣି ଯୋଗୁଁ ବହୁ ଲୋକଙ୍କର ମୃତ୍ୟୁ ଘଟିଥିବା ମଧ୍ୟ ଦେଖିବାକୁ ମିଳିଛି । ଆଉ କହିବାକୁ ଗଲେ ଗତକାଲି ଏକ ବଡ ଅଘଟଣରୁ ମୋ ବସ୍ ର ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ପାଣିରୁ ବାହାରିବା ପାଇଁ ଯାତ୍ରୀମାନେ କିପରି ସଂଘର୍ଷ କରୁଛନ୍ତି ଦେଖିଲେ ଆପଣ ଅନୁମାନ କରୁଥିବେ ପରିସ୍ଥିତି କେତେ ଭୟଙ୍କର ଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।