ରାସ୍ତାକଡରେ ଠିଆ ହୋଇ ପ-ରି-ସ୍ରା କଲେ କଂଗ୍ରେସ ବିଧାୟକ Suresh Routray, ଭିଡିଓ ହେଉଛି ଭାଇରାଲ, ଦେଖନ୍ତୁ video

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି । ରାଜ୍ୟର କୌଣସି ଚର୍ଚ୍ଚିତ ମାମଲା ହେଉ ଅବା ସରକାରଙ୍କ ବିଷୟରେ କିଛି ମନ୍ତବ୍ୟ ଦେବାରେ ହେଉ ସୁର ଭାଇ ସବୁଥିରେ ଖୋଜା ପଡନ୍ତି । ତାଙ୍କ ମଜାଳିଆ କଥା ଶୁଣିବାକୁ ସମସ୍ତେ ବେଶ ଭଲପାନ୍ତି । ଏକଦମ ନିର୍ବାକ ହୋଇ ସବୁ ମାମଲାରେ ନିଜର ମତ ରଖନ୍ତି ସୁର ଭାଇ । ନିକଟରେ କଂଗ୍ରେସର ଧାରଣା ବେଳେ ତାଙ୍କୁ ଉଠେଇନେବା ଘଟଣାକୁ ନେଇ ସୁର ଭାଇ ଚର୍ଚ୍ଚାରେ ଆସିଥିଲେ ।

ଏହାର ଦୁଇଦିନ ନ ପୁରୁଣୁ ସୁର ଭାଇ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି । ତେବେ ଏଥର କଥା ପାଇଁ ନୁହେଁ ବରଂ କାମ ପାଇଁ ଭାଇରାଲ ହେଉଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ । ତେବେ କାମଟି କଣ ଜାଣିଲେ ଆପଣ ବି ଠୋ ଠୋ ହୋଇ ହସିବେ । ଏକ ଭାଇରାଲ ଭିଡିଓରେ ସୁର ଭାଇ ସର୍ବ ସାଧାରଣରେ ପରିସ୍ରା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କାର୍ ରୁ ଓହ୍ଲାଇ ସୁର ଭାଇ ବାହାରେ ପରିସ୍ରା କରୁଥିବା ବେଳେ କେହି ଜଣେ ତାଙ୍କର ଭିଡିଓ ଉତ୍ତୋଳନ କରିଥିବା ଜଣାପଡିଛି ।

କେନ୍ଦ୍ର ସରକାରଙ୍କ ସ୍ଵଚ୍ଛ ଭାରତ ଅଭିଯାନ ଠାରୁ ଆରମ୍ଭ କରି ରାଜ୍ୟ ସରକାର ମଧ୍ୟ ପରିବେଶ ନିର୍ମଳ ରଖିବା ନେଇ ଅନେକ ପ୍ରଚାର ଓ କାର୍ଯ୍ୟକ୍ରମ କରୁଛନ୍ତି । ଲୋକଙ୍କୁ ବାହାରେ ଝାଡା ପରିସ୍ରା ନଯାଇ ପାଇଖାନା ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଏପରିକି ସ୍ଥାନେ ସ୍ଥାନେ ଶୌଚାଳୟ ସୁବିଧା ମଧ୍ୟ କରିଛନ୍ତି ସରକାର ।

କିନ୍ତୁ ଜଣେ ଲୋକନିଧି ହୋଇ ବାହାରେ ଏଭଳି ପରିସ୍ରା କରିବାକୁ ସମସ୍ତେ ନିନ୍ଦା କରିଛନ୍ତି । ତେବେ ସେହି ପାଖରେ ଏକ ସୁଲଭ ଶୌଚାଳୟ ଥିବା ମଧ୍ୟ ଦେଖିବାକୁ ମିଳିଛି । ହେଲେ ସୁର ଭାଇ ଶୌଚାଳୟ ବାହାରେ ଠିଆ ହୋଇ ରାସ୍ତା କଡରେ ପରିସ୍ରା କରୁଛନ୍ତି । ଏମିତି ଅନେକ ସମୟରେ ସୁର ଭାଇଙ୍କ ନିଜ କଥାରେ ତାଳମେଳ ନଜର ଆସେନି । ମିଡିଆ ଆଗରେ ରାଜ୍ୟ ସରକାରଙ୍କୁ ଭଲ ମନ୍ଦ ଶୁଣେଇ ବିଧାନସଭାରେ ଯାଇ ତାଙ୍କର ପ୍ରଶଂସା କରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

ବାହାରେ ଆଗ ପାର୍ଟି ତା’ପରେ ମାଟି କହୁଥିବା ସୁର ଭାଇ ବିଧାନସଭାରେ ଦଳ ଫଳ ଛାଡ ହେ କାମ ହୋଇଯାଉ ବୋଲି କହୁଛନ୍ତି । ଯାହାକୁ ନେଇ ସାଧାରଣ ଲୋକେ ଖୁବ ଥଟ୍ଟା ପରିହାସ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।