ଓଡିଆ ଗାୟିକା Abhilipsa Panda ଙ୍କ ଗୀତ ଚୋରି କରିବାକୁ ଉଦ୍ୟମ, ଜାତୀୟ ଗଣମାଧ୍ୟମରେ ଶ୍ରେୟ ନଦେବାରୁ ରାଗିଗଲେ Abhilipsa…ଦେଖନ୍ତୁ Video

ଖୁବ ଚର୍ଚ୍ଚାରେ ରହିଛି ଓଡିଆ ଗାୟିକା ଅଭିଲିପ୍ସା ପଣ୍ଡାଙ୍କ ଗୀତ “ହର ହର ଶମ୍ଭୁ” । ସେ ଗାଇଥିବା ଏହି ଶିବ ଶ୍ଳୋକଟିକୁ ସବୁ ମହଲରେ ବେଶ ପସନ୍ଦ କରାଯାଉଛି । ଏହି ଗୀତଟି ଗାଇ ରାତାରାତି ପ୍ରଶଂସା ସାଉଁଟିଥିଲେ ଅଭିଲିପ୍ସା ଓ ଗୀତଟି ଖୁବ ଭାଇରାଲ ମଧ୍ୟ ହୋଇଛି । ହେଲେ ବର୍ତ୍ତମାନ ସେ ଗାଇଥିବା ଗୀତକୁ କପି କରି ତାଙ୍କ ଶ୍ରେୟ ଛଡାଇ ନେବାକୁ ଉଦ୍ୟମ କରାଯାଇଛି । ଯାହାଫଳରେ ମାମଲାଟି ଚର୍ଚ୍ଚାର ବିଷୟ ସାଜିଛି ।

ଫର୍ମାନି ନାଜ୍ ନାମକ ଜଣେ ଗାୟିକା ନିଜେ ଗୀତଟିକୁ ଗାଇବା ସହ ଏହାକୁ ନିଜେ ଲେଖିଛନ୍ତି ଓ କମ୍ପୋଜ ମଧ୍ୟ କରିଛନ୍ତି ବୋଲି ଦାବି କରିଛନ୍ତି । ଫର୍ମାନି ନାଜ୍ ଙ୍କୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ସର୍ବାଧିକ ଚର୍ଚ୍ଚା ଚାଲିଛି । ଗୀତ ଗାଇବା ସହ ତାଙ୍କ ଉପରେ ଆରୋପ ଲଗାଯିବା ପରେ ଏବେ ତାଙ୍କୁ ନେଇ ସବୁଥି ଚର୍ଚ୍ଚା ହେଉଛି । ତେବେ ପ୍ରକୃତରେ ଏହି ଗୀତର ପ୍ରକୃତ ଗାୟିକା କଣ ଫର୍ମାନି ନାଜ୍ ? ଏନେଇ ପ୍ରଶ୍ନ ଉଠିଥିବା ବେଳେ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି ହର ହର ଶମ୍ଭୁ ଗୀତର ସିଙ୍ଗିଙ୍ଗ ସେନ୍ସେସନ ଅଭିଲିପ୍ସା ପଣ୍ଡା ।

ଅଭିଲିପ୍ସା ନିଜ ଟ୍ବିଟର ଆକାଉଣ୍ଟରେ ଫର୍ମାନିଙ୍କୁ ଲେଖିଛନ୍ତି, “ଟିକେ ତ ଲଜ୍ଜା କର । ମୋ ଗୀତ କପି କରିଛ ବୋଲି ମିଡିଆକୁ କେବେ କହିବ ?” ଅଭିଲିପ୍ସା ଫର୍ମାନିଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଗୀତ ଚୋରି ଅଭିଯୋଗରେ କପିରାଇଟ ପାଇଁ କ୍ଳେମ କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଜିତୁ ଶର୍ମା ।

ଆଉ ଜିତୁ ଶର୍ମା କପିରାଇଟ ପାଇଁ କ୍ଳେମ କରିବା ପରେ ଫର୍ମାନି ନିଜ ଆଇଡିରୁ ଗୀତଟିକୁ ହଟାଇ ଦେଇଛନ୍ତି । ଏହାସହ ସଙ୍ଗୀତ ନିର୍ଦ୍ଦେଶକ ଜିତୁ ଶର୍ମା କହିଛନ୍ତି କି, ଆଗକୁ ଯଦି ଫର୍ମାନି ନାଜ୍ ଏହି ଗୀତରେ ଶ୍ରେୟ ନିଜେ ନେବେ ତେବେ ସେ ନିହାତି ଭାବେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବେ । ଅଭିଲିପ୍ସା ପଣ୍ଡାଙ୍କ ବିନା କ୍ରେଡିଟରେ ଗୀତଋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅଭିଯୋଗ ହୋଇଛି ।

ଫର୍ମାନି ନାଜ୍ ସାକ୍ଷାତକାରରେ ଅଭିଲିପ୍ସାଙ୍କ ନାମ ମଧ୍ୟ ନେଇନାହାନ୍ତି । ସେ ଯଦି ଜାତୀୟ ଗଣମାଧ୍ୟମରେ ସତ ସ୍ଵୀକାର ନ କରନ୍ତି ତେବେ ଆଇନର ଆଶ୍ରୟ ନେବେ ହର ହର ଶମ୍ଭୁର ସଙ୍ଗୀତ ନିର୍ଦ୍ଦେଶକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।