ଅସରାଏ ବର୍ଷାରେ ବୁଡିଗଲା ବଡଦାଣ୍ଡ, ସିଂହଦ୍ଵାର ସାମ୍ନାରେ ସୃଷ୍ଟି ହେଲା କୃତ୍ରିମ ବନ୍ୟା ସ୍ଥିତି ! ଦେଖନ୍ତୁ video

ଅସରାଏ ବର୍ଷାରେ ବେହାଲ ହୋଇଯାଇଛି ପୁରୀ ସହର । ଘରେ ଘରେ ପାଣି ପଶିବା ସହ ରାସ୍ତାରେ ବି ପାଣି ସତେ ଯେମିତି ଲହଡି ମରୁଛି । ଯାତ୍ରୀ ତଥା ପର୍ଯ୍ୟଟକମାନେ ନାକେଦମ ହେବା ସହ ପୁରୀ ବାସିନ୍ଦା ମଧ୍ୟ ଖୁବ ହଇରାଣ ହେଲେଣି । ବଡଦାଣ୍ଡ ଜଳମଗ୍ନ ହୋଇ ଏକ ସମୁଦ୍ରର ଭ୍ରମ ସୃଷ୍ଟି କରୁଛି । ବିଶ୍ଵ ଐତିହ୍ୟସ୍ଥଳୀର ଏହି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । କେଉଁଠି ବର୍ଷା ଜଳରେ ବ୍ୟାରିକେଡ଼ ଭାସିଯାଉଛି ତ ଆଉ କେଉଁଠି ଗାଡି ଏବଂ ପଥଚାରୀମାନେ ଫସି ରହିଛନ୍ତି ।

ବଡଦାଣ୍ଡରେ ଆଣ୍ଠୁଏ ଆଣ୍ଠୁଏ ପାଣି ସହ ଘର ଭିତରେ ମଧ୍ୟ ବର୍ଷାଜଳ ଲହଡି ଭାଙ୍ଗୁଛି । ପୁରୀ ସହରର ବଡ ଡାକ୍ତରଖାନା ଛକ, ବଳଗଣ୍ଡି, ମାର୍କେଟ ଛକଏ ବଂ ସହରର ତଳିଆ ଅଞ୍ଚଳ ଗୁଡିକ ସଂପୂର୍ଣ୍ଣ ଭାବେ ଜଳମଗ୍ନ ହୋଇଯାଇଛି । ବଡ ଡାକ୍ତରଖାନା ଠାରୁ ନେଇ ମାର୍କେଟ ଛକ ପର୍ଯ୍ୟନ୍ତ ଯୁଆଡେ ଦେଖିବେ ସେମାଡେ ପାଣି ମାଡିଛି । ପ୍ରବଳ ବର୍ଷା ଯୋଗୁଁ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ସାଧାରଣ ଜୀବନ ଓ ଯାତାୟାତ ମୁସ୍କିଲ ହୋଇପଡିଛି ।

ଶ୍ରୀଜିଉଙ୍କ ନବ କଳେବର ସମୟରେ କୋଟି କୋଟି ଟଙ୍କା ବ୍ୟୟରେ ପୁରୀ ସହରର ମଧ୍ୟ ନବ କଳେବର କରା ଯାଇଥିଲା । ପୁରୀ ସହରର ସ୍ଥିତି ନିଶ୍ଚୟ ସୁଧୁରିବ ବୋଲି ସମସ୍ତଙ୍କର ବିଶ୍ବାସ ଥିଲା । ହେଲେ ଏବେ ସ୍ଥିତି ଦେଖି ଲାଗୁଛି ପୁରୀର ସ୍ଥିତି ସୁଧୁରିବା ବଦଳରେ ଅଧିକ ବିଗିଡି ଯାଇଛି ।

ଲଗାଣ ବର୍ଷା ଯୋଗୁଁ ପୁରୀ ବଡଦାଣ୍ଡ ସମେତ ଅନ୍ୟ ତଳିଆ ଅଞ୍ଚଳରେ ମଧ୍ୟ ପାଣି ଭର୍ତ୍ତି ହୋଇ ରହିଛି । ଆଉ ଏହି ଜଳ ନିଷ୍କାସନର ସୁବିଧା ନଥିବାରୁ ବହୁ ହଇରାଣ ହରକତ ହେଉଛନ୍ତି ସାଧାରଣ ଜନତା । ତେବେ ଏଠାରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି କି କୋଟି କୋଟି ଟଙ୍କାର ସୁଫଳ କୁଆଡେ ଗଲା ? ପୁରୀ ସହରର ନବ କଳେବର ପରେ ବି ଏଭଳି ସ୍ଥିତି କାହିଁକି ଉପୁଜୁଛି ? ଡ୍ରେନ ଗୁଡିକ ତିଆରି କରା ଯାଇଥିଲେ ମଧ୍ୟ ସେଗୁଡିକ ବର୍ଷା ପାଣିରେ ଫୁଲି ରାସ୍ତା ଉପରକୁ ମଧ୍ୟ ପାଣି ମାଡି ଆସୁଛି ।

ଡ୍ରେନେଜ ବ୍ୟବସ୍ଥାଙ୍କୁ ସରକାର ଗୁରୁତ୍ଵ ଦେଉଥିବା ବେଳେ ଡ୍ରେନେଜ ବ୍ୟବସ୍ଥା କୁଆଡେ ଗଲା ? ଏହା ନିମ୍ନ ମାନର କାର୍ଯ୍ୟର ପରିଣତି ନୁହେଁ ତ ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।