ଉଈ ହୁଙ୍କାରେ ବିତୁଛି ଜୀବନ, ଏହି ବୃଦ୍ଧା ଜଣକ ଯେଉଁ ଭଳି ଅବସ୍ଥାରେ ରହୁଛନ୍ତି ଦେଖିଲେ ଆପଣଙ୍କ ଆଖି ଭିଜିଯିବ, ଦେଖନ୍ତୁ Video

ଉଈ ହୁଙ୍କା ଭଳି ଦିଶୁଥିବା ଏହି ଘରେ ଜଣେ ବୁଢୀମା ରହୁଛନ୍ତି । ଏହି ଘରକୁ ଦେଖିଲେ ୟା ଭିତରେ କିପରି ଜଣେ ମଣିଷ ରହିପାରିବ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ । କିନ୍ତୁ ଏହି ଘରେ ୭୦ ବର୍ଷୀୟା ବୁଢୀମା ଦୁଃଖଦେଈ ବିଶି ରହୁଛନ୍ତି । କୁକୁଡା  ଭାଡି ପରି ଦେଖା ଯାଉଥିବା ଏହି ଘରେ ବୁଢୀମା ଜଣକ ରହୁଛନ୍ତି । ତାଙ୍କର ପରିବାରରେ କେହି ନଥିବାରୁ ନିଜ ଜୀବନର ଶେଷ ସମୟ ତାଙ୍କୁ ଏହି ଘରେ ବିତାଇବାକୁ ପଡୁଛି ।

ଏହି ଛୋଟିଆ ଭାଡି ଭଳି ଘର ଭିତରେ ରାନ୍ଧିବା, ଶୋଇବା ଠାରୁ ନେଇ ସବୁ କାମ କରନ୍ତି ବୁଢୀମା ଜଣକ । ପରିଣତ ବୟସରେ କାରଣ କେହି ସାହାଭରସା ନାହାନ୍ତି । ଘର ଖଣ୍ଡିଏ ପାଇଁ ଦୁଃଖଦେଈ ଅନେକ ଥର ବଡବାବୁଙ୍କୁ ଗୁହାରି କରିଛନ୍ତି, କିନ୍ତୁ କେହି ତାଙ୍କ ଦୁଃଖ ବୁଝିନାହାନ୍ତି । ଏ ବୟସରେ ଆଉ କେତେବା ଲଢିବେ ତେଣୁ ନିଜ ଭାଗ୍ୟକୁ ଆଦରି ପଡି ରହିଛନ୍ତି ଏହି ଘରେ । ଏହି ଘରଟି ରାସ୍ତା ଉପରୁ ଏମିତି ତୀକ୍ଷ ଭଳି ରହିଛି ଯେ ଘର ଭିତରକୁ ଯିବା ପାଇଁ ବି ଦୁଃଖଦେଈଙ୍କୁ ଅସୁବିଧା ହୋଇଥାଏ ।

କିନ୍ତୁ କିଛି ଉପାୟ ନଥିବାରୁ ଦୁଃଖୀ ବାଧ୍ୟ ହୋଇ ଖରା, ବର୍ଷା, ଶୀତ କାକରକୁ ସହି ଏହି ଘରେ ପଡି ରହିଛନ୍ତି । ଆଖରେ କେହି ନାହାନ୍ତି ତେଣୁ ଭିକ ମାଗି ଦିନକୁ ଦୁଇବେଳା ନିଜେ ରୋଷେଇ କରି ଖାଉଛନ୍ତି । ଆଉ ଯେଉଁଦିନ ମାଗିଯାଚ୍ୟ ପାରୁନାହାନ୍ତି ସେଦିନ ପେଟକୁ ମାରି ପାଣି ପିଇ ରହୁଛନ୍ତି ବୁଢୀମା ।

କିଛିଦିନ ତଳେ ନିର୍ବାଚନ ଯାଇଛି । ଗାଁ’ର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଅନେକ ନିର୍ବାଚନ ପ୍ରାର୍ଥୀ ଗାଁକୁ ଆସିଛନ୍ତି । କିନ୍ତୁ ଦୁଃଖୀଙ୍କ ଦୁଃଖ ବୁଝିବାକୁ ସତେ ଯେମିତି କାହା ପାଖରେ ସମୟ ଟିକିଏ ନାହିଁ । ଗରିବ ମାନଙ୍କ ପାଇଁ ଅନେକ ଯୋଜନାମାନ ଆସୁଥିଲେ ମଧ୍ୟ ତାହା ଏହି ବୁଢୀମାଙ୍କ ପାଖେ ପହଞ୍ଚି ପାରିନାହିଁ ।

ବର୍ତ୍ତମାନ ଏହି ବୁଢୀମାଙ୍କ ଅବସ୍ଥା ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସ୍ଥାନୀୟ ବିଡିଓ ବୁଢୀମାଙ୍କ ପାଇଁ ଯଥାଶୀଘ୍ର କୌଣସି ବ୍ୟବସ୍ଥା କରିବେ ବୋଲି କଥା ଦେଇଛନ୍ତି । ଆମେ ଆଶା କରୁଛୁ ଏହି ବୁଢୀମାଙ୍କୁ ତାଙ୍କ ଶେଷ ଜୀବନ ଉଈ ହୁଙ୍କା ପରି ଏହି ଘରେ ବିତାଇବାକୁ ପଡିବନି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।