“ରାହୁଲ ଙ୍କୁ ଦେଖି ମୁଁ ଆଉ ରହି ପାରିଲିନି ସାଙ୍ଗେ ସାଙ୍ଗେ ସେଠୁ… Harapriya କହିଲେ ଅପହରଣର ପୁରା କାହାଣୀ, ଦେଖନ୍ତୁ Video

ଭଦ୍ରକ ଜିଲ୍ଲାର ରାହୁଲ ଗୋଛାୟତଙ୍କ ପତ୍ନୀ ହରପ୍ରିୟା ପଣ୍ଡା ଗତ ସପ୍ତାହରେ ପରୀକ୍ଷା ଦେବାକୁ ଯାଇ କୁଆଡେ ଫେରାର ହୋଇ ଯାଇଥିଲେ । ତାଙ୍କର କିଛି ବି ଖୋଜଖବର ନଥିଲା । ପତ୍ନୀଙ୍କୁ ନପାଇ ରାହୁଲ ପାଗଳପ୍ରାୟ ହୋଇ କାନ୍ଦୁଥିଲେ । କିନ୍ତୁ ଗତକାଲି ରାହୁଲ ଓ ହରପ୍ରିୟାଙ୍କ ପୁନଃମିଳନ ହୋଇଛି । ରାହୁଲଅଙ୍କ ପାଖକୁ ଫେରିବା ପରେ ସେ ଅପହରଣ ହୋଇଥିବା କଥା କହିଛନ୍ତି । ଗତ ଛଅମାସ ତଳେ ରାହୁଲଙ୍କ ସହ ତାଙ୍କର ପ୍ରେମ ବିବାହ ହୋଇଥିଲା ।

ଏହାପରେ ସେ ପାଠ ପଢିବା ଇଆନ ଚାହୁଁଛନ୍ତି ବୋଲି ରାହୁଲଙ୍କୁ କହିଥିଲେ । ରାହୁଲ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟରେ ହରପ୍ରିୟାଙ୍କ ଆଡମିଶନ କରାଇଥିଲେ । ସେ ପ୍ରତିଦିନ ହରପ୍ରିୟାଙ୍କୁ କଲେଜ ନେବା ଆଣିବା କରନ୍ତି । ଗତ ମଙ୍ଗଳବାର ଦିନ ହରପ୍ରିୟାଙ୍କର ଶେଷ ପରୀକ୍ଷା ଥିଲା । ସବୁଦିନ ଭଳିଶ ଏଡିନ ମଧ୍ୟ ରାହୁଲ ନିଜ ଗାଡିରେ ପରୀକ୍ଷା ଦେବାକୁ ଯାଇଥିଲେ ।

କିନ୍ତୁ ରାହୁଲ ହରପ୍ରିୟାଙ୍କୁ ଆଣିବାକୁ ଯିବା ପରେ ହରପ୍ରିୟାଙ୍କୁ କିଏ ଉଠେଇ ନେଇଛି ବୋଲି ଶୁଣିବାକୁ ପାଇଥିଲେ । ସେ କାର୍ ପଛରେ ଗୋଡେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଧିକ ବାଟ ଯାଏଁ ଯାଇପାରି ନଥିଲେ । ଯାହାପରେ ନିରାଶ ହୋଇ ଫେରିଥିଲେ ଓ ନିକଟସ୍ଥ ଥାନାରେ ଏକ ଏତଲା ମଧ୍ୟ ଦେଇଥିଲେ ।

ତେବେ ଏନେଇ ହରପ୍ରିୟା କହିଛନ୍ତି କି ସେ କଲେଜରୁ ବାହାରୁଥିବା ବେଳେ ତାଙ୍କୁ ଜଣେ କହିଥିଲେ କି ରାହୁଲ କାର୍ ନେଇ ଆସିଛି ତୋତେ ଅପେକ୍ଷା କରିଛି ଚାଲେ । ସେ ପ୍ରଥମେ ରାଜି ହୋଇ ନଥିଲେ ମଧ୍ୟ ବିଶ୍ବାସ କରି ଯାଇଥିଲେ । କିନ୍ତୁ କାର୍ ପାଖରେ ପହଞ୍ଚିଲା ପରେ ତାଙ୍କ ମୁହଁରେ ରୁମାଲ ପକେଇ ତାଙ୍କୁ କେହି ଜଣେ ବେହୋସ କରି ଦେଇଥିଲେ । ସେ କିଛି ଜାଣି ପାରି ନଥିଲେ ।

ଆଖି ଖୋଲିଲା ବେଳକୁ ସେ ଏକ ବନ୍ଦ କୋଠରିରେ ଥିଲେ । କେଉଁଠି ଥିଲେ ସେ ନିଜେ ବି ଜାଣି ପାରୁ ନଥିଲେ । ତେବେ ଗତକାଲି ତାଙ୍କ ମାମୁଁ ମାଇଁ ଘରଲୋକେ ତାଙ୍କୁ ଜଗନ୍ନାଥ ମନ୍ଦିରକୁ ନେଇ ଯାଇଥିଲେ ଜାତି କରେଇବା ପାଇଁ । କାରଣ ହରପ୍ରିୟା ବ୍ରାହ୍ମଣ ଝିଅ ହୋଇଥିବା ବେଳେ ରାହୁଲ ଖଣ୍ଡାୟତ ପରିବାରର ଅଟନ୍ତି ।

ତେଣୁ ରାହୁଲଙ୍କ ଘରଲୋକ ସନ୍ଦେହ କରୁଛନ୍ତି କି ହରପ୍ରିୟାଙ୍କ ମାମୁଁ ମାଇଁ ଓ ବାପାମା’ଙ୍କର ହରପ୍ରିୟାଙ୍କ ଅପହରଣ ପଛରେ ହାତ ରହିଛି । ତେବେ ହରପ୍ରିୟା କୌଣସିମତେ ରାହୁଲଙ୍କୁ ଏକଥା ଜଣାଇବା ପରେ ରାହୁଲ ଯାଇ ସେଠାରେ ପହଞ୍ଚିଥିଲେ ଆଉ ତାଙ୍କୁ ଉଦ୍ଧାର କରିଥିଲେ । ରାହୁଲଙ୍କୁ ଦେଖିବା ପରେ ହରପ୍ରିୟା ମାମୁଁଙ୍କ ହାତ ଛାଡି ଦୌଡି ପଳାଇ ଆସିଥିଲେ । ଆମ ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।