କଣ ଏହି ବଲିଉଡ ହିରୋଇନଙ୍କ ପାଇଁ ନିଜ ସ୍ତ୍ରୀଙ୍କୁ ଡିଭୋର୍ସ ଦେବା ପାଇଁ ପ୍ରସ୍ତୁତ ଥିଲେ ସୌରଭ ଗାଙ୍ଗୁଲି !

ଭାରତୀୟ କ୍ରିକେଟ ଦଳର ଖେଳାଳି ସୌରଭ ଗାଙ୍ଗୁଲିଙ୍କୁ ସମସ୍ତେ ଜାଣିଛନ୍ତି । ସୌରଭ ମଧ୍ୟ ଭାରତୀୟ ଦଳର କ୍ୟାପଟେନ ହୋଇ ଥିଲେ । ସୌରଭ ଜଣେ ବହୁତ ଧନୀ ଅଟନ୍ତି । ସୌରଭ କ୍ରିକେଟ ଦ୍ଵାରା ବହୁତ ନାମ କମାଇଛନ୍ତି । ସୌରଭ ଗାଙ୍ଗୁଲି କେବେ ହେଲେ ଦାରିଦ୍ରତା ଦେଖି ନାହାଁନ୍ତି । ତାଙ୍କ ପାଇଁ ମହଲରେ ହିଁ କ୍ରିକେଟ ପିଚ ତିଆରି ହୋଇଥିଲା । ଆଜି ଆମେ ଆପଣଙ୍କୁ ସୌରଭ ଗାଙ୍ଗୁଲିଙ୍କ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ ।

ସୌରଭ ଗାଙ୍ଗୁଲି ୧୯୯୭ ମସିହାରେ ଡୋନା ରାୟଙ୍କ ସହିତ ବିବାହ କରିଥିଲେ । ୧୯୯୯ ମସିହାରେ ଏକ ପ୍ରେସ କଂଫରେନ୍ସ ସମୟରେ ବଲିଉଡ ଅଭିନେତ୍ରୀ ନାଗମାଙ୍କ ସହିତ ସୌରଭ ଙ୍କର ଦେଖା ହୋଇଥିଲା । ସେହି ଠାରୁ ଦୁଇଜଣ ବନ୍ଧୁତା ଆରମ୍ଭ କରିଥିଲେ ଏବଂ ପରେ ଏହି ବନ୍ଧୁତା ଭଲ ପାଇବାରେ ବଦଳି ଯାଇଥିଲା । ସୌରଭ ଗାଙ୍ଗୁଲି ବିବାହିତ ହେବା ପରେ ମଧ୍ୟ ଏହି ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ହୋଇଯାଇ ଥିଲେ । ଦୁଇ ଜଣ ପରସ୍ପରକୁ ୨ ବର୍ଷ ପର୍ଯ୍ୟନ୍ତ ଡେଟ କଲେ ଏବଂ ଦୁଇ ବର୍ଷ ପରେ ନଗମା ସୌରଭଙ୍କୁ ବିବାହ କରିବା ପାଇଁ କହିଲେ ।

ସୌରଭ ଗାଙ୍ଗୁଲି ବିବାହିତ ହେବା ପରେ ମଧ୍ୟ ସେ ନଗମା ଙ୍କ କଥାରେ ରାଜି ହୋଇଗଲେ । ସୌରଭ ନଗମାଙ୍କ ପାଇଁ ତାଙ୍କ ସ୍ତ୍ରୀ ଡୋନାଙ୍କୁ ଛାଡପତ୍ର ଦେବା ପାଇଁ ସ୍ଥିର କରିଲେ । କିନ୍ତୁ ଯେତବେଳେ ସେମାନଙ୍କର ପ୍ରେମ ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇଲା ସେତବେଳେ ସୌରଭ ନଗମାଙ୍କ ସହିତ ସମ୍ପର୍କ ଭାଙ୍ଗି ଦେଲେ ।

୨୦୦୦ ମସିହାରେ ଗାଙ୍ଗୁଲି ଙ୍କର କ୍ୟାରିୟର ଏକ ଶିଖର ଉପରେ ଥିଲା ଏବଂ ପ୍ରଶଂସକ ମାନେ ଭାରତୀୟ ଦଳର ପରାଜୟ ଏବଂ ଅଧିନାୟକତ୍ଵ ବହନ କରିବାକୁ ଅସମର୍ଥ ହୋଇଥିଲେ ଏବଂ ଏହାର ପ୍ରଭାବ ତାଙ୍କ ସମ୍ପର୍କ ଉପରେ ପଡିଲା । ଏପରି ସମୟରେ ସୌରଭ ଗାଙ୍ଗୁଲି ନଗମାଙ୍କୁ ଛାଡି ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ଆବଶ୍ୟକ ବୋଲି ଭାବିଲେ ।

ଗାଙ୍ଗୁଲିଙ୍କ ଅନୁସାରେ ଏହା ତାଙ୍କ ପାଇଁ ଠିକ ନିଷ୍ପତ୍ତି ଥିଲା କିନ୍ତୁ ଏହି ସମୟରେ ସେ ବହୁତ ଚିନ୍ତିତ ହୋଇଯାଇ ଥିଲେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।