ଜୁନ ରୁ ଜୁଲାଇ ପର୍ଯ୍ୟନ୍ତ ୩୦ ଦିନରେ ଲାଗିବ ୩ଟି ଗ୍ରହଣ, ଏଥିରେ ଦୁଇଟି ଚନ୍ଦ୍ର ଗ୍ରହଣ ଓ ଗୋଟିଏ ସୂର୍ଯ୍ୟ ପରାଗ, ଜାଣନ୍ତୁ କେଉଁଦିନ ପଡୁଛି

ଏହି ବର୍ଷର ଦ୍ଵିତୀୟ ଚନ୍ଦ୍ର ଗ୍ରହଣ ୫ ଜୁନରେ ଲାଗିବାର ଅଛି । କିନ୍ତୁ ଏହା ଭାରତରେ ଦେଖା ଯିବ ନାହିଁ । ୫ ଜୁନରେ ଲାଗୁଥିବା ଏହି ଚନ୍ଦ୍ର ଗ୍ରହଣ ଏକ ଉପଛାୟା ଚନ୍ଦ୍ର ଗ୍ରହଣ ଅଟେ । ଏହି ଚନ୍ଦ୍ର ଗ୍ରହଣ କ୍ୟାଲେଣ୍ଡର ହିସାବରେ ଚୈତ୍ର ଶୁକ୍ଲ ପ୍ରତିପଦାକୁ ଲାଗିବାକୁ ଯାଉଛି । କୁହାଯାଉଛି କି ଏହି ଚନ୍ଦ୍ର ଗ୍ରହଣ ୟୁରୋପ, ଏସିଆ, ଅଷ୍ଟ୍ରେଲିୟା, ସାଉଥ/ଇସ୍ଟ ଆମେରିକା, ପୈସେଫିକ, ଅଂଟାର୍କଟିକାରେ ଦେଖା ଯିବ ।

Image courtesy: Google

ଏହି ଚନ୍ଦ୍ର ଗ୍ରହଣ ୫ ଜୁନ ରାତିରେ ୧୧ :୧୫ରେ ଆରମ୍ଭ ହେବ ଓ ୬ ଜୁନ ରାତି ୨.୩୪ ପର୍ଯ୍ୟନ୍ତ ରହିବ । ୬ ଜୁନ ରାତି ୧୨ : ୫୪ ସମୟରେ ଏହାର ପ୍ରଭାବ ଅଧିକ ରହିବ । ଗ୍ରହଣ ୩ ଘଣ୍ଟା ୧୮ ମିନିଟ ପର୍ଯ୍ୟନ୍ତ ହେବ ।

କଣ ଅଟେ ଉପଛାୟା ଚନ୍ଦ୍ର ଗ୍ରହଣ :

ଉପଛାୟା ଚନ୍ଦ୍ର ଗ୍ରହଣ ସେହି ସମୟରେ ଲାଗିଥାଏ, ଯେତେବେଳେ ପୃଥିବୀର ପରିକ୍ରମା କରୁଥିବା ‘ପେନୁମ୍ବ୍ରା’ (ପୃଥିବୀର ଛାଇର ଅଳ୍ପ ଭାଗ) ହୋଇ ଯାଇ ଥାଏ । କହିବାକୁ ଗଲେ ଏହି ଗ୍ରହଣକୁ ଆପଣମାନେ ସଫା ସଫା ଆକାଶରେ ଦେଖି ପାରିବେ ନାହିଁ । ଜ୍ୟୋତିଷୀଙ୍କ କହିବା ଅଟେ କି ଏହି ଗ୍ରହଣ ଭାରତରେ ଦେଖା ଯିବ ନାହିଁ । ସେଥିପାଇଁ ଏହି ଗ୍ରହଣର ପ୍ରଭାବ ଭାରତରେ ପଡିବ ନାହିଁ । ଆପଣଙ୍କୁ କହିଦେଉଛୁ କି ଏହି ବର୍ଷ ଜୁନ ମାସରେ ଦୁଇଟି ଗ୍ରହଣ ପଡୁଛି ।

Image courtesy: Google

ଗୋଟିଏ ଚନ୍ଦ୍ର ଗ୍ରହଣ ଯାହାକି ୫ ଜୁନରେ ଓ ଦ୍ଵିତୀୟ ସୂର୍ଯ୍ୟ ଗ୍ରହଣ ଯାହାକି ୨୧ ଜୁନକୁ ପଡୁଛି । ୨୧ ଜୁନକୁ ପଡୁଥିବା ସୂର୍ଯ୍ୟ ଗ୍ରହଣ ଭାରତରେ ଦେଖାଯିବ ଓ ଏହାର ପ୍ରଭାବ ବି ଭାରତରେ ପଡିବ । ୨୧ ଜୁନକୁ ପଡୁଥିବା ସୂର୍ଯ୍ୟ ଗ୍ରହଣ ସମୟରେ ୬ ଗ୍ରହ ବକ୍ରୀ ହେବ । ବହୁତ ଦଶକ ପରେ ଏହିଭଳି ସଂଯୋଗ ହେଉଛି । ଯେତେବେଳେ ଏକତ୍ରିତ ୬ ଟି ଗ୍ରହ ସୂର୍ଯ୍ୟ ଗ୍ରହଣ ଉପରେ ବକ୍ରୀ ହେବେ ।

ଜ୍ୟୋତିଷୀମାନେ ଏହାକୁ ବିଲକୁଲ ଶୁଭ ବୋଲି କହୁ ନାହାନ୍ତି । ଗ୍ରହଣ ସମୟରେ ୨୧ ଜୁନକୁ ସ୍ପର୍ଶ ୧୦.୩୦, ମଧ୍ୟ ୧୨.୧୭ ଓ ମୋକ୍ଷ ୨.୦୪ ଦିନରେ ଅଛି । ସୂର୍ଯ୍ୟ ଗ୍ରହଣ ସାଢେ ୩ ଘଣ୍ଟାର ହେବ । ଏହା ପରେ ଜୁଲାଇରେ ପୁଣି ଚନ୍ଦ୍ର ଗ୍ରହଣ ପଡିବ ।

୫ ଜୁନ ୨୦୨୦ ଚନ୍ଦ୍ରଗ୍ରହଣ

ଏହି ଚନ୍ଦ୍ରଗ୍ରହଣ ୫ ଜୁନ ରାତିରେ ୧୧:୧୫ରେ ଆରମ୍ଭ ହେବ ଓ ୬ ଜୁନ ରାତି ୨.୩୪ ପର୍ଯ୍ୟନ୍ତ ରହିବ । ଏହି ଚନ୍ଦ୍ର ଗ୍ରହଣ ୟୁରୋପ, ଏସିଆ, ଅଷ୍ଟ୍ରେଲିୟା, ସାଉଥ/ଇସ୍ଟ ଆମେରିକା, ପୈସେଫିକ, ଅଂଟାର୍କଟିକାରେ ଦେଖା ଯିବ ।

Image courtesy: Google

୨୧ ଜୁନ ୨୦୨୦ ସୂର୍ଯ୍ୟ ଗ୍ରହଣ

ଏହି ସୂର୍ଯ୍ୟ ଗ୍ରହଣ ୨୧ ଜୁନ ସକଳ ୯:୧୫ ରୁ ଦ୍ଵିପହର ୩:୦୩ ପର୍ଯ୍ୟନ୍ତ ରହିବ । ଏହି ସୂର୍ଯ୍ୟ ଗ୍ରହଣ ଭାରତ, ଦକ୍ଷିଣ ପୂର୍ବ ୟୁରୋପ ଓ ଏସିଆରେ ଦେଖାଯିବ ।

୫ ଜୁଲାଇ ୨୦୨୦ ଚନ୍ଦ୍ର ଗ୍ରହଣ

୫ ଜୁଲାଇ ସକାଳ ୮:୩୭ ମିନିଟରୁ ୧୧:୨୨ ମିନିଟ ପର୍ଯ୍ୟନ୍ତ ରହିବ । ଏହି ଚନ୍ଦ୍ର ଗ୍ରହଣ ଆମେରିକା, ଦକ୍ଷିଣ ପୂର୍ବ ୟୁରୋପ ଓ ଆଫ୍ରିକାରେ ଦେଖାଯିବ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।