ଏହି ମହିଳାଙ୍କ ଠାରୁ ଶାଢୀ ପିନ୍ଧିବା ପାଇଁ ଲୋକମାନେ ଦେଇଥାନ୍ତି ଲକ୍ଷ ଲକ୍ଷ ଟଙ୍କା, କେତେ ବଡ ବଡ ସେଲିବ୍ରିଟିଜ ଏହି ମହିଳାଙ୍କ ଠାରୁ ପିନ୍ଧି ସାରିଛନ୍ତି ଶାଢୀ

ଶାଢୀ ଏକ ଭାରତୀୟ ପରିଧାନ ଅଟେ । ଯାହାକୁ ଦେଶର କୋଟି କୋଟି ମହିଳାମାନେ ପିନ୍ଧିଥାନ୍ତି । ଦେଶର ବିଭିନ୍ନ ମହିଳାମାନେ ଶାଢୀକୁ ଭିନ୍ନ ଭିନ୍ନ ପ୍ରକାର ପିନ୍ଧିଥାନ୍ତି । ଆପଣ ଶାଢୀକୁ କେଉଁ ଅନ୍ଦାଜରେ ଏବଂ ଷ୍ଟାଇଲରେ ପିନ୍ଧୁଛନ୍ତି ତାହା ଆପଣଙ୍କର ଲୁକ ଉପରେ ପ୍ରଭାବ ପକାଇ ଥାଏ । ଆଜି ବି କେତେକ ଏମିତି ମହିଳା ଅଛନ୍ତି ଯାହାଙ୍କୁ ଶାଢୀ ପିନ୍ଧିବା ଆସେ ନାହିଁ । ସେମାନେ ଅନ୍ୟ ଏକ ବ୍ୟକ୍ତିଙ୍କର ସାହାର୍ଯ୍ୟ ନେଇଥାନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏମିତି ଜଣେ ମହିଳା ଅଛନ୍ତି ଯାହାଙ୍କ ଠାରୁ ଶାଢୀ ପିନ୍ଧିବା ପାଇଁ କିଛି ମହିଳାମାନେ ତାଙ୍କୁ ୨୫ ହଜାର ଟଙ୍କାରୁ ନେଇ ଲକ୍ଷ ଲକ୍ଷ ଟଙ୍କା ଦେଇଥାନ୍ତି । ଏହି ମହିଳା ଜଣକ କେତେକ ବଡ ବଡ ସେଲିବ୍ରିଟିଙ୍କୁ ବି ଶାଢୀ ପିନ୍ଧାଇ ସାରିଛନ୍ତି ।

ସେ ହେଉଛନ୍ତି ଡଲୀ ଜୈନ । ବାଙ୍ଗାଲୋରରେ ଜନ୍ମ ଗ୍ରହଣ କରିଥିବା ଡଲୀ ଶାଢୀ ପିନ୍ଧାଇବାର ବିଜନେସ କରୁଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରିୟଙ୍କା ଚୋପାଡା, ଦୀପିକା ପାଦୁକୋନ, ଈଶା ଅମ୍ବାନୀ, ନୀତା ଅମ୍ବାନୀ, ଆଶା ଭୋଶଲେ ଏବଂ ଶ୍ରୀଦେବୀ ସହିତ ଅନେକ ସେଲିବ୍ରିଟିମାନଙ୍କୁ ଶାଢୀ ପିନ୍ଧାଇ ସାରିଛନ୍ତି । କୌଣସି ବି ସେଲିବ୍ରିଟିଙ୍କୁ ଯଦି କୌଣସି ଫଙ୍କସନଙ୍କୁ ଯିବାର ଅଛି ତେବେ ସେମାନେ ଶାଢୀ ପିନ୍ଧିବା ପାଇଁ ଡଲୀଙ୍କୁ ହିଁ ଡାକିଥାନ୍ତି ।

ଏହା ପଛର କାରଣ ହେଉଛି ଡଲୀଙ୍କର ନାମ ଲିମ୍କା ବୁକ ଅଫ ରେକର୍ଡରେ ବି ସାମିଲ ଅଛି । ସେ ଗୋଟିଏ ଶାଢୀକୁ ୩୨୫ ଥର ଅଲଗା ଅଲଗା ପ୍ରକାରରେ ପିନ୍ଧାଇବାର ରେକର୍ଡ କରିଛନ୍ତି । ଏହା ସହିତ ସେ ଗୋଟିଏ ଶାଢୀକୁ ମାତ୍ର ୧୮ ସେକେଣ୍ଡରେ ପିନ୍ଧାଇବାର ରେକର୍ଡ ବି ନିଜ ନାମରେ କରିଛନ୍ତି ।

ଏମିତି ମିଳିଲା ପ୍ରେରଣା

ଡଲୀ କହିଲେ କି ବାହାଘର ପୂର୍ବରୁ ତାଙ୍କୁ ବିଲକୁଲ ଶାଢୀ ପିନ୍ଧିବାକୁ ପସନ୍ଦ ନଥିଲା । ସେ ପ୍ରାୟତଃ ଜିନ୍ସ ପିନ୍ଧୁଥିଲେ । କିନ୍ତୁ ବାହଘର ପରେ ତାଙ୍କୁ ଶାଢୀ ବ୍ୟତୀତ ଅନ୍ୟ କିଛି ପିନ୍ଧିବାକୁ ଅନୁମତି ମିଳିଲା ନାହିଁ । ଏହା ପରେ ସେ ଶାଢୀଙ୍କୁ ଭିନ୍ନ ଭିନ୍ନ ଷ୍ଟାଇଲରେ ପିନ୍ଧିବାକୁ ଆରମ୍ଭ କରିଲେ । ଡଲୀ ପ୍ରଥମେ ଛୋଟ ମୋଟ ବାହାଘରରେ ଶାଢୀ ଏବଂ ଲେହେଙ୍ଗା ପିନ୍ଧାଇବାର କାମ ଆରମ୍ଭ କରିଲେ । କିନ୍ତୁ ସେ ଲିମ୍କା ବୁକ ଅଫ ରେକର୍ଡ କରିବା ପରେ ତାଙ୍କୁ ଅଧିକ ପରିଚୟ ମିଳିଲା ।

ଶ୍ରୀଦେବୀଙ୍କୁ ଶାଢୀ ପିନ୍ଧାଇ ଆରମ୍ଭ କରିଲେ ନିଜର କ୍ୟାରିୟର

ଥରେ ସେ ମୁମ୍ବାଇରେ ଅନୁଷ୍ଠିତ ଏକ ବାହାଘରକୁ ଯାଇଥିଲେ । ଯେଉଁଠି ତାଙ୍କୁ ଶ୍ରୀଦେବୀ ଦେଖି ଶାଢୀ ପିନ୍ଧାଇବାକୁ ଡାକିଥିଲେ ଏବଂ ସେ ଶ୍ରୀଦେବୀଙ୍କୁ ଶାଢୀ ପିନ୍ଧାଇ ନିଜର ଏହି ବିଜନେସ ଆରମ୍ଭ କରିଥିଲେ । ଏହା ପରେ ସେ ମୁମ୍ବାଇରେ ଶାଢୀ ପିନ୍ଧାଇବା କାମକୁ ପ୍ରଫେସନାଲ କରିବାକୁ ଲାଗିଲେ । ଆଜି ଡଲୀଙ୍କୁ ଏହି କାମ କରିବାର ୧୫ ବର୍ଷ ହୋଇଗଲାଣି ଏବଂ ବର୍ତ୍ତମାନ ତାଙ୍କ ପାଖରେ ନିଜର ଏକ ବଡ ଟିମ ବି ଅଛି ।