ତୁଳା ରାଶି |(Libra) June 2022 ମାସିକ ରାଶିଫଳ, ମାସଟି କିପରି ବିତିବ ଓ ଅଶୁଭ ଖଣ୍ଡନ ପାଇଁ କଣ କରିବେ ପ୍ରତିକାର ?

ଜ୍ଯୋତିଷ ଅନୁସାରେ ଗ୍ରହ ମାନଙ୍କ ଚଳନ ଓ ସ୍ଥିତି ଉପରେ ବ୍ୟକ୍ତିଙ୍କ ଭାଗ୍ୟ ଏବଂ ଭବିଷ୍ୟତ ନିର୍ଭର କରିଥାଏ । କାରଣ ଗ୍ରହ ମାନଙ୍କର ଚଳନରେ ପରିବର୍ତ୍ତନ ପ୍ରତ୍ଯେକ ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । ତେବେ ଜୁନ ମାସରେ ଗ୍ରହଙ୍କ ଚଳନରେ ପରିବର୍ତ୍ତନ ଯୋଗୁଁ ସମସ୍ତ ରାଶିଙ୍କ ଉପରେ ଏହାର ପ୍ରଭାବ ପଡିବାକୁ ଯାଉଛି । ଆଜି ଆମେ ଆପଣଙ୍କୁ ତୁଳା ରାଶି ଉପରେ ଗ୍ରହଙ୍କ ପରିବର୍ତ୍ତନର କଣ ପ୍ରଭାବ ପଡିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ତାହା କହିବୁ ।

ତୁଳା ରାଶିର ବ୍ୟକ୍ତି ବାକଶକ୍ତିସମ୍ପନ୍ନ ଓ ସ୍ବାଭିମାନୀ ହୋଇଥାନ୍ତି । ସବୁ କାର୍ଯ୍ୟ ପରୀକ୍ଷା ନିରୀକ୍ଷା କରି ଭାବିଚିନ୍ତି କରନ୍ତି । ଏମାନେ ଅନ୍ୟ କଥାରେ ମୁଣ୍ଡ ନପୁରାଇ ନିଜ କାମକୁ ଗୁରୁତ୍ଵ ଦିଅନ୍ତି । ଆପଣଙ୍କ ପାଇଁ ଶୁଭରଙ୍ଗ ହେଉଛି ଧଳା ବା ସିଲଭର ରଙ୍ଗ ଓ ଶୁଭବାର ତଥା ବ୍ରତ ଉପବାସ ବାର ହେଉଛି ଶୁକ୍ରବାର । ଶୁଭଦେବତା ହେଉଛନ୍ତି କୁବେର ଦେବ ଏବଂ ଶୁଭଦେବୀ ହେଉଛନ୍ତି ମା ସନ୍ତୋଷୀ ଏବଂ ମା କମଳା । ଶୁଭସଂଖ୍ୟା ହେଉଛି ୬ ଏବଂ ପ୍ରତ୍ଯେକ ମାସର ୬,୧୫ ଏବଂ ୨୪ ତାରିଖ ଶୁଭ ଅଟେ ।

ଆପଣଙ୍କ ପାଇଁ ୨୦୨୨ ଜୁନ ମାସଟି ଉତ୍ତମ ଅନୁକୂଳ ରହିଛି । ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ୍ ଦେବ । ଯାହାଫଳରେ ଭାଗ୍ୟ ଓ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ । କିନ୍ତୁ ବିଦ୍ୟାର୍ଥୀ ଛାତ୍ରଛାତ୍ରୀଙ୍କ ପାଇଁ ମାସଟି ମଧ୍ୟମ ଧରଣର ରହିବ । କ୍ଯାରିୟର ଦୃଷ୍ଟିରୁ ମାସଟି ଉତ୍ତମ ଅନୁକୂଳ ରହିବ । ପରିଶ୍ରମ କରିବା ଦ୍ଵାରା ଉତ୍ତମ ଫଳ ପ୍ରାପ୍ତ ହେବ ।

କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ ଓ ପଦୋନ୍ନତି ହେବାର ଯୋଗ ମଧ୍ୟ ରହିଛି । କିନ୍ତୁ କାର୍ଯ୍ୟକ୍ଷେତ୍ରରେ ଲୋକଙ୍କ ସହ ଉତ୍ତମ ବ୍ୟବହାର କରନ୍ତୁ ଓ ସାବଧାନ ରୁହନ୍ତୁ । କେହି ଆପଣଙ୍କ ବିରୋଧରେ ଷଡଯନ୍ତ୍ର କରିପାରନ୍ତି । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ମଧ୍ୟ ମାସଟି ବେଶ ଅନୁକୂଳ ରହିବ ଓ ବ୍ୟବସାୟରେ ଉତ୍ତମ ରୋଜଗାର କରିବାରେ ଆପଣ ସଫଳ ହେବେ । ନୂଆ କ୍ଷେତ୍ରରେ ମଧ୍ୟ ବ୍ୟବସାୟ ଆରମ୍ଭ କରିପାରନ୍ତି ।

ଆର୍ଥିକ ସ୍ଥିତି ଦୃଷ୍ଟିରୁ ସମୟ ଉତ୍ତମ ଅନୁକୂଳ ରହିଛି । ଆପଣଙ୍କୁ ପୈତୃକ ସମ୍ପତ୍ତି ମିଳିବାର ସମ୍ଭାବନା ମଧ୍ୟ ରହିଛି । କିନ୍ତୁ ଘରବାଡି ଓ ଜମି ଆଦି କ୍ରୟ କିମ୍ବା ବିକ୍ରୟ କରିବାକୁ ନେଇ ସାବଧାନ ରୁହନ୍ତୁ । ଏହି ସମୟରେ ଶେୟାର ମାର୍କେଟ ନିବେଶରେ ଲାଭ ପ୍ରାପ୍ତି ହେବ ଓ ଆପଣଙ୍କ ଆର୍ଥିକ ସ୍ଥିତି ଆହୁରି ମଜବୁତ ହେବ ।

ପ୍ରେମୀଙ୍କ ସହ କୌଣସି ଛୋଟ କଥାକୁ ନେଇ କଳି ସୃଷ୍ଟି ହୋଇପାରେ, ତେଣୁ ମନକୁ ସଂଯମରେ ରଖନ୍ତୁ । କିନ୍ତୁ ବୈବାହିକ ଜୀବନ ସୁଖମୟ ରହିବ ଓ ପ୍ରତ୍ଯେକ କ୍ଷେତ୍ରରେ ଜୀବନସାଥିଙ୍କ ସହଯୋଗ ପ୍ରାପ୍ତ ହେବ । ପାରିବାରିକ ବାତାବରଣ ମଧ୍ୟ ଉତ୍ତମ ଅନୁକୂଳ ରହିବ, କିନ୍ତୁ ପୈତୃକ ସମ୍ପତ୍ତିକୁ ନେଇ ପରିବାରିକ ଶାନ୍ତି ଦେଖା ଦେଇପାରେ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମାସଟି ମଧ୍ୟମ ଧରଣର ରହିବ ।

ଆପଣଙ୍କ ପାଇଁ ପ୍ରତିକାରକ ହେଉଛି ଆପଣ ପ୍ରତ୍ଯେକ ବୁଲା କୁକୁରଙ୍କୁ କିଛି ଖାଇବାକୁ ଦିଅନ୍ତୁ ଓ ମାତା ଦୂର୍ଗାଙ୍କ ଚାଳିଶା ପାଠ କରନ୍ତୁ, ଦେଖିବେ ଯାହା ସବୁ ଅଶୁଭ ରହିଛି ତାହା ନିଶ୍ଚୟ ଖଣ୍ଡନ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।