“ମୋତେ ଯଦି ମୋ ଶେଷ ଇଚ୍ଛା ପଚରା ଯାଏ ତେବେ ମୁଁ କହିବି କି…” ନୂଆ ଭିଡିଓ ଜାରି କରି ନିଜ ଶେଷ ଇଚ୍ଛା କହିଲେ ସାଂସଦ Anubhav Mohanty, ଦେଖନ୍ତୁ Video

ପୁଣି ଥରେ ଆଉ ଏକ ଭିଡିଓ ଜାରି କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ନିଜ ମନର ଦୁଃଖ ଓ କୋହକୁ ନିଜ ଭିତରେ ରଖି ପାରୁନାହାନ୍ତି ବୋଧହୁଏ, ସେଥିପାଇଁ ସମସ୍ତଙ୍କ ସହ ବାଣ୍ଟି ଦେଉଛନ୍ତି । ଅନୁଭବ ନିଜେ ଜାରି କରିଥିବା ଭିଡିଓରେ ନିଜର ଶେଷ ଇଚ୍ଛା ବିଷୟରେ କହିଛନ୍ତି । ଯାହା ତାଙ୍କର ଫ୍ୟାନ୍ସମାନଙ୍କୁ ଖୁବ ଭାବବିହ୍ଵଳ କରିଦେଉଛି । କିଛିଦିନ ତଳେ ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବ୍ବାର ସିଲସିଲା ଆରମ୍ଭ କରିଥିଲେ ।

ତାଙ୍କର ପ୍ରଥମ ତିନୋଟି ଭିଡିଓରେ ସେ ପତ୍ନୀ ବର୍ଷାଙ୍କ ସହ ପାରିବାରିକ ବିବାଦ ଓ ବିବାହ ପରର ସମ୍ବନ୍ଧକୁ ନେଇ ଅନେକ କଥା ଲୋକଲୋଚନକୁ ଆଣିଥିଲେ । ଯାହାପରେ ଅନୁଭବଙ୍କ ପ୍ରଶଂସକ ମାନେ ବର୍ଷାଙ୍କୁ ଆକ୍ଷେପ କରିବା ଆରମ୍ଭ କରି ଦେଇଥିଲେ । ବର୍ଷାଙ୍କ ପାଇଁ ଏସବୁ ଅସହ୍ୟ ହେବାରୁ ସେ ପ୍ରଥେମ ପୁରୀଘାଟ ଥାନା, ତା’ପରେ ସାଇବର ଥାନା ଓ ପରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ।

ଅନୁଭବ ତାଙ୍କ ନାରୀତ୍ଵକୁ ଅପମାନିତ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷାଙ୍କ ଅଭିଯୋଗକୁ ଗ୍ରହଣ କରି ହାଇକୋର୍ଟ ଉଭୟ ବର୍ଷା ଏବଂ ଅନୁଭବ କେହି କାହା ବିରୁଦ୍ଧରେ ସୋସିଆଲ ମିଡିଆରେ କୌଣସି ଭିଡିଓ ପୋଷ୍ଟ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ ଅନୁଭବ ମହାନ୍ତି କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିଥିଲେ । ତେବେ ଗତକାଲି ପୁଣି ଥରେ ଅନୁଭବଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଅନୁଭବ ଭିଡିଓ କରିଛନ୍ତି ସତ କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶର ପାଳନ କରିଛନ୍ତି । କାରଣ ସେ ନିଜ ନୂଆ ଭିଡିଓରେ ପ୍ରତ୍ଯକ୍ଷ କିମ୍ବା ପରୋକ୍ଷ ଭାବେ ପତ୍ନୀ ବର୍ଷାଙ୍କ ବିଷୟରେ କିମ୍ବା ତାଙ୍କ ସହ ବୈବାହିକ ସମ୍ବନ୍ଧ ବିଷୟରେ କିଛି ମଧ୍ୟ କହିନାହାନ୍ତି ।

ସେ କେବଳ ଏତିକି କହିଛନ୍ତି ଯେ, ସେ ଅନେକ କିଛି ସତ କହିବାକୁ ଚାହାନ୍ତି ହେଲେ ତାଙ୍କ ପାଟି ବାନ୍ଧି ଦିଆଯାଇଛି । ଅନୁଭବ ଅଧରାତିରେ ଏହି ଭିଡିଓ ଜାରି କରିଥିଲେ । ସେ ନିଜ ଭିଡିଓରେ କହିଥିଲେ କି ମୋତେ ଯଦି ମୋ ଶେଷ ଇଚ୍ଛା ବିଷୟରେ ପଚରା ଯାଏ ତେବେ ମୁଁ କହିବି କି, ମୁଁ ସବୁବେଳେ ଜୀବନକୁ ଭଲରେ ବଞ୍ଚିବାକୁ ଚାହିଁଛି ।

ଯଦି ଏହା ସମ୍ଭବ ହୁଏ ତେବେ ସେ ବହୁତ ଖୁସି ହେବେ । ଅନୁଭବ ନିଜ ଶେଷ ଇଚ୍ଛା କଥା କହିବା ପରେ ଏହା ତାଙ୍କ ଫ୍ୟାନ୍ସଙ୍କୁ ଭାବୁକ କରିଦେଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।