5 ଜଣ bollywood ହିରୋଇନ ଯାହାଙ୍କର ଥିଲା ଡାଇରେକ୍ଟର ସହ ପ୍ରେମ ସମ୍ବନ୍ଧ

ଫିଲ୍ମ ଦୁନିଆରେ ଆପଣମାନେ ପ୍ରାୟତଃ ହିରୋ ଓ ହିରୋଇନଙ୍କ ଅଫେୟାର ବିଷୟରେ ଶୁଣିଥିବେ । ଏହା ଦ୍ଵାରା ସେମାନେ ନ୍ୟୁଜ ଓ ମିଡିଆ ଆଗରେ ଆସିଥାନ୍ତି । ସେମାନଙ୍କୁ ନେଇ ବିଭିନ୍ନ ପ୍ରକାରର ଗୁଜବ ବି ଉଠିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ଫିଲ୍ମରେ କାମ କରୁଥିବା ସମୟରେ, ଫିଲ୍ମର ଡାଇରେକ୍ଟର ଓ ପ୍ରଡ୍ୟୁସର ସହ କାମ କରିବା ସଙ୍ଗେ ସଙ୍ଗେ ତାଙ୍କୁ ବିବାହ କରି ନେଇଛନ୍ତି ।

ଶ୍ରୀଦେବୀ

ପ୍ରଥେମ ଜାଣିବା ଶ୍ରୀଦେବୀଙ୍କ ବିଷୟରେ ଯିଏକି ଆଉ ଆମ ଗହଣରେ ନାହାନ୍ତି । କିନ୍ତୁ ତାଙ୍କ ଜୀବନରେ ଏମିତି କିଛି କଥା ଅଛି ଯାହାକି ପ୍ରାୟତଃ ସମସ୍ତଙ୍କ ସାମ୍ନାକୁ ଆସିଥାଏ । ଯେଉଁତିରେ ଗୋଟିଏ କଥା ହେଉଛି କି ସେ ନିଜର ଫିଲ୍ମ ଡାଇରେକ୍ଟର ବୋନି କପୁରଙ୍କୁ ବିବାହ କରିଛନ୍ତି । ଏହି ବିବାହ ପରେ ବୋନି କପୁର ଓ ଶ୍ରୀଦେବୀ ବହୁତ ପପୁଲାର ଓ ଚର୍ଚାରେ ଆସିଯାଇଥିଲେ ।

ଶ୍ରୀଦେବୀଙ୍କର ସୁନ୍ଦରତାକୁ ଦେଖି ବୋନି କପୁର ନିଜର ପ୍ରଥମ ସ୍ତ୍ରୀ ଓ ଦୁଇ ସନ୍ତାନଙ୍କୁ ଛାଡି ଶ୍ରୀଦେବୀଙ୍କୁ ବିବାହ କରିଥିଲେ । ବୋନି କପୁର ଶ୍ରୀଦେବୀଙ୍କ ଭଲ ପାଇବାରେ ସବୁ ପଛ କଥାକୁ ଭୁଲି ଯାଇଥିଲେ । ଏମାନଙ୍କର ୨୦ ବର୍ଷ ପୂର୍ବେ ବିବାହ କରିଥିଲେ । ଏମାନେ ନିଜର ବିବାହକୁ ଭଲ ଭାବରେ ତୁଲାଇଛନ୍ତି ।

ଉଦିତା ଗୋସ୍ୱାମୀ

ଦ୍ଵିତୀୟରେ ଅଛନ୍ତି ଉଦିତା ଗୋସ୍ୱାମୀ । ଉଦିତା ଗୋସ୍ୱାମୀ ଫିଲ୍ମ ‘ଯେହେର’ ଡାଇରେକ୍ଟର ମୋହିତ ସୂରୀଙ୍କ ପ୍ରେମରେ ପ ଡିଯାଇଥିଲେ । ଦୁଇ ଜଣ ବହୁତ ଦିନ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିଥିଲେ । ଏହା ପରେ ଦୁଇଜଣ ଭାବି ଚିନ୍ତି ବିବାହ କରିନେଲେ । ଆଜି ସେମାନେ ଦୁଇଟି ସନ୍ତାନର ବାପା ମା ହୋଇଯାଇଛନ୍ତି ।

କଲ୍କି କୋଚଲିନ

କଲ୍କି କୋଚଲିନ ଫିଲ୍ମ ଡାଇରେକ୍ଟର ଅନୁରାଗ କାଶ୍ୟପ ଫିଲ୍ମ ‘ଦେବ ଡି’ରେ ଅଭିନୟ କରୁଥିଲେ । ଏହି ସମୟରେ ଦୁଇଜଣ ପ୍ରେମରେ ଏତେ ପାଗଳ ହୋଇ ଯାଇଥିଲେ କି ଶେଷରେ ଅନୁରାଗ କାଶ୍ୟପ ନିଜର ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେଇ ଓ କଲ୍କି କୋଚଲିନକୁ ବିବାହ କରିବା ପାଇଁ ସ୍ଥିର ବି କରି ନେଇଥିଲେ । କିନ୍ତୁ ବିବାହର ଚାରି ପାଞ୍ଚ ବର୍ଷ ପରେ ହିଁ ଏମାନେ ଅଲଗା ହୋଇଗଲେ । କିନ୍ତୁ ବର୍ତ୍ତମାନ ଦୁଇଜଣ ଭଲ ବନ୍ଧୁ ଅଛନ୍ତି ।

ସୋନୀ ରାଜଦାନ

ସୋନୀ ରାଜଦାନ ଡାଇରେକ୍ଟର ମହେଶ ଭଟ୍ଟଙ୍କ ଫିଲ୍ମରେ କାମ କରୁଥିଲେ । କିନ୍ତୁ ଦୁଇଜଣ ଏହି ସମୟରେ ପରସ୍ପରକୁ ଭଲ ପାଇ ବସିଥିଲେ ।ମହେଶ ସୋନୀଙ୍କ ପ୍ରେମରେ ପଡି ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ମହେଶ ଭଟ୍ଟ ଆଗରୁ ବିବାହ କରିଥିଲେ ସେଥିପାଇଁ ସେ ସୋନୀଙ୍କୁ ବିବାହ କରି ପାରୁ ନ ଥିଲେ । ଶେଷରେ ମହେଶ ଭଟ୍ଟ ନିଜର ପ୍ରଥମ ସ୍ତ୍ରୀ କୁ ଛାଡପତ୍ର ଦେଇ ସୋନୀ ରାଜଦାନଙ୍କୁ ବିବାହ କରି ନେଲେ । ତାଙ୍କର ଦୁଇଟା ଝିଅ ଅଛନ୍ତି । ସେମାନେ ହେଉଛନ୍ତି ଆଲିୟା ଭଟ୍ଟ ଓ ପୂଜା ଭଟ୍ଟ ।

ରାନୀ ମୁଖାର୍ଜୀ

ପଞ୍ଚମରେ ଆସୁଛନ୍ତି ଆଦିତ୍ୟ ଚୋପଡା ଓ ରାନୀ ମୁଖାର୍ଜୀ । Yash Raj Filmsରା ବ୍ୟାନର ତଳେ ରାନୀ ମୁଖାର୍ଜୀ ହିରୋଇନ ଭାବରେ ବହୁତ ଫିଲ୍ମନୟ କାମ କରିଛନ୍ତି । ଏହା ମଧ୍ୟରେ ରାନୀ ୟେସ ରାଜଙ୍କର ପୁଅ ଆଦିତ୍ୟ ଚୋପଡାଙ୍କ ସହ ଭଲ ପାଇ ବସିଥିଲେ । କିନ୍ତୁ ଲୁଚି ଲୁଚି ଭଲ ପାଉଥିଲେ । ସେ ମିଡିଆ ଆଗରେ ଜଣାଉନଥିଲେ । ଶେଷରେ ଏହି ଦୁଇଜଣ ଯାକ ଇଟିଲିରେ ଯାଇ ବିବାହ କରିନେଲେ । ତାଙ୍କର ଗୋଟିଏ ଝିଅ ତାହାର ନାମ ହେଉଛି ଆଦିରା ।