ଯେତେବେଳେ 12 ବର୍ଷ ବଡ Amruta ଙ୍କ ସହ ବିବାହ କରିବା ପରେ Saif ବୁଝି ପାରିଲେ ନିଜ ଭୁଲ, କହିଲେ- ସାନ ଓ ସୁନ୍ଦରୀ ମହିଳାଙ୍କ ଠାରୁ…

ଅଭିନେତା ସେଫ ଅଲ୍ଲି ଖାନ ସବୁବେଳେ ନିଜ ଜୀବନ ଚକ୍ରରେ ଫସିଛନ୍ତି । ସେଫ ତାଙ୍କଠାରୁ ୧୨ ବର୍ଷରୁ ବଡ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିଲେ । ପରେ ଅମୃତାଙ୍କ ଠାରୁ ଅଲଗା ହୋଇଯାଇଥିଲେ । ତା ପରେ ୧୦ବର୍ଷରୁ ସାନ କରିନା କପୁରଙ୍କ ସହ ସେଫ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ବିଷୟର ଚର୍ଚା ସୋସିଆଲ ମିଡିଆରେ ହୋଇସାରିଛି । ସେଫ ଅଲ୍ଲି ଖାନ ୨୦୧୨ରେ କରିନା କପୁରଙ୍କ ସହ ଦିତୀୟ ବିବାହ କରିଥିଲେ ।

ତାଙ୍କ ବିବାହ ପରେ ୨୦୧୬ରେ ତାଙ୍କ ପୁଅ ତଇମୁର ଜନ୍ମଗ୍ରହଣ କରିଥିଲା । ଏବେ ସେଫ ଓ କରିନାଙ୍କର ଅନ୍ୟ ଏକ ପୁଅ ଏ ଦୁନିଆକୁ ଆସିଛି । ଆଜିକା ଦିନରେ ଦୁହେଁ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ଫିଲ୍ମ ସୁଟିଂରେ ଦୁହେଁ ପରସ୍ପରର ଅତି ପାଖକୁ ଆସିଥିଲେ ।

ଯେବେ ସେଫ ଅଲ୍ଲି ଖାନ ଅଭିନେତା ହୋଇ ନଥିଲେ ସେତେବେଳେ ୧୯୯୧ରେ ଅମୃତା ସିଂହଙ୍କ ସହ ବିବାହ କରିଥିଲେ । ସେହି ସମୟରେ ଅମୃତା ବଲିଉଡରେ ନିଜର ନୂଆ ପରିଚୟ କରିସାରିଥିଲେ । ବାହାଘର ସମୟରେ ଅମୃତା ୩୨ବର୍ଷର ହୋଇଥିବା ବେଳେ ସେଫ ଙ୍କୁ ୨୦ ବର୍ଷ ହୋଇଥିଲା । ଦୁଇ ଜଣଙ୍କର ବୟସ ଯୋଗୁ ସମ୍ପର୍କ ଭାଙ୍ଗିଯାଇଥିଲା ବୋଲି କୁହାଯାଏ ।

୧୯୯୧ରେ ସେଫ ଓ ଅମୃତା ନିଜ ଘର ଲୋକଙ୍କ ବିରୁଦ୍ଧରେ ଯାଇ ବିବାହ କରିଥିଲେ । କିନ୍ତୁ ସେମାନଙ୍କ ଘର ଲୋକ ବଯସର ପାର୍ଥକ୍ୟ ଯୋଗୁ ଦୁହିଁଙ୍କ ବିବାହକୁ ଗ୍ରହଣ କରି ନ ଥିଲେ । ସାରା ଅଲ୍ଲି ଖାନ ଓ ଇବ୍ରାହିମ ଅଲ୍ଲି ଖାନଙ୍କୁ ଅମୃତା ଜନ୍ମ ଦେଇଥିଲେ ।

୨୦୦୪ରେ ଅମୃତା ଓ ସେଫ ନିଜ ନିଜର ସହମତିରେ ବିବାହ ବନ୍ଧନରୁ ଅଲଗା ହୋଇଯାଇଥିଲେ । ଦୀର୍ଘ ୧୩ ବର୍ଷର ସମ୍ପର୍କ ଏହି ଦୁଇ କଳାକାରଙ୍କ ଭିତରେ ଶେଷ ହୋଇଯାଥିଲା ।ଏହି କଥାଟିକୁ ସେଫ ନିଜର ଏକ ଇଣ୍ଟରବିଉରେ କହିଥିଲେ । ସେଫ ନିଜର ଏକ ସାକ୍ଷାତକାରରେ କହିଥିଲେ ଯେ କମ ଓ ଅଧିକ ବୟସ ଥିବା ଝିଅଙ୍କୁ ବିବାହ କରିବା ତାଙ୍କ ଜୀବନର ସବୁଠୁ ବଡ ଭୁଲ ଥିଲା । ପୁରୁଷମାନଙ୍କୁ ନିଜ ଠାରୁ ଛୋଟ ଓ ସୁନ୍ଦର ଝିଅମାନଙ୍କ ସହ ବାହା ହେବା ଉଚିତ ।

କରିନାଙ୍କ ମ୍ୟାଚୁରୀଟି ଉପରେ କହିଥିଲେ :

ଏହା ଛଡା ସେଫ ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ ସ୍ତ୍ରୀଙ୍କ ଠାରୁ ପୁରୁଷମାନଙ୍କର ମ୍ୟାଚୁରୀଟି ଡେରିରେ ହୋଇଥାଏ । ୪୩ ବର୍ଷର ପୁରୁଷ ୨୫ ବର୍ଷର ଓ ୫୦ ବର୍ଷର ପୁରୁଷ ୩୮ ବର୍ଷର ଯୁବକ ଭଳି ଦେଖାଯାଏ । କରିନା ସେଫ ଙ୍କ ଠାରୁ ବୟସରେ ଛୋଟ ହେଲେ ବି ସେ ବହୁତ ମ୍ୟଚର ଅଛନ୍ତି ।

ସେଫ ଅଲ୍ଲି ଖାନଙ୍କର କର୍ମ କ୍ଷେତ୍ର ବିଷୟରେ ତାଙ୍କ ପୁରୁଣା ଫିଲ୍ମ “ତାଣ୍ଡବ” ରେ କୁହାଯାଇଛି । ତାଙ୍କର ଆଗାମୀ ଫିଲ୍ମ “ଆଦିପୁରୁଷ “ରେ ପ୍ରଭାସ ମୁଖ୍ୟ ରୋଲରେ ଅଭିନୟ କରିବାକୁ ଯାଉଛନ୍ତି । ୨୦୨୧ କ୍ରିସମସରେ ରିଲିଜ ହେବାକୁ ଥିବା ଫିଲ୍ମ “ଲାଲ ସିଂହ ଚଡା” ରେ କରିନା ଓ ଅମିର ଖାନ ନଜର ଆସିବେ । ଅମୃତା ସିଂହ କାହିଁ କେତେ ବର୍ଷ ହେଲା ଫିଲ୍ମ ଦୁନିଆରୁ ଦୂରେଇ ଯାଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।