Aadhaar Update: UIDAI ଶିଶୁ ଆଧାର କାର୍ଡ ପ୍ରସ୍ତୁତିକୁ ନେଇ ତିଆରି କଲା ନୂଆ ନିୟମ, ଦେଖନ୍ତୁ କଣ ହୋଇଛି ପରିବର୍ତ୍ତନ

ଆଧାର କାର୍ଡକୁ ନେଇ ଆସିଲା ନୂଆ ଖବର । ଆଧାର ପ୍ରସ୍ତୁତି ନ୍ୟାମରେ ହେଲା ପରିବର୍ତ୍ତନ । ଏଥିଯୋଗୁଁ ସମସ୍ତଙ୍କ ଉପରେ ପଡିବ ପ୍ରଭାବ । ଧନୀ ହୁଅନ୍ତୁ କି ଗରିବ ସମସ୍ତେ ଏହାଦ୍ବାରା ପ୍ରଭାବିତ ହେବେ । ଆଧାର ପ୍ରସ୍ତୁତି ନିଯମରେ କିଛି ପରିବର୍ତ୍ତନ କରିଛି ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ବା UIDAI । ନୂଆ ନିୟମ ଅନୁସାରେ ପାଞ୍ଚ ବର୍ଷରୁ କମ ପିଲାଙ୍କ ପାଇଁ ଆଉ କୌଣସି ବା-ୟୋ-ମେ-ଟ୍ରି-କ ଡିଟେଲ୍ସର ଆବଶ୍ୟକତା ନାହିଁ ।

ଶିଶୁକୁ ପାଞ୍ଚ ବର୍ଷ ହେଲେ ବା-ୟୋ-ମେ-ଟ୍ରି-କ ଅପଡେଟ ବାଧ୍ୟତାମୂଳକ ବୋଲି UIDAI ପକ୍ଷରୁ ସୂଚନା ଦିଆଯାଇଛି । ଏଣିକି ଶିଶୁ ଆଧାର ପ୍ରସ୍ତୁତି ପାଇଁ ଅଭିଭାବକ ମାନଙ୍କ ପାସପୋର୍ଟ, ପାନକାର୍ଡ, ଭୋଟର ଆଇଡି, ଡ୍ରାଇଭିଙ୍ଗ ଲାଇସେନ୍ସ ଅଡିକୁ ସାମିଲ କରାଯାଇଛି । ସେହିଭଳି ଠିକଣା ପ୍ରମାଣପତ୍ର ପାଇଁ ବ୍ଯାଙ୍କ ଷ୍ଟେଟମେଣ୍ଟ ବ ପାସବୁକ, ପୋଷ୍ଟ ଅଫିସ ଆକାଉଣ୍ଟ ଷ୍ଟେଟମେଣ୍ଟ ଏବଂ ରାସନ କାର୍ଡ ଦେବାକୁ କୁହାଯାଇଛି ।

ଯଦି ଆପଣ ଶିଶୁ ଆଧାର କାର୍ଡ ପ୍ରସ୍ତୁତ କରିବା ପାଇଁ ଚାହୁଁଛନ୍ତି ତେବେ ପ୍ରଥମେ UIDAI ର ମୁଖ୍ୟ ୱେବସାଇଟକୁ ଯାଆନ୍ତୁ ଓ ସେଠାରେ ଆଧାର କାର୍ଡ ରେଜିଷ୍ଟ୍ରେଶନର ବିକଳ୍ପ ଚୟନ କରନ୍ତୁ । ଏବେ ସେଥିରେ ଜରୁରୀ ତଥ୍ୟ ଯଥା ପିଲାଙ୍କ ନାମ ଓ ଅନ୍ୟ ବାୟୋମେଟ୍ରିକ ସୂଚନା ଦିଅନ୍ତୁ । ଏହାପରେ ବାସସ୍ଥାନ ଠିକଣା, ଅଞ୍ଚଳ ଓ ରାଜ୍ୟ ଭଳି ଡେମୋଗ୍ରାଫିକ ତଥ୍ୟ ଦେଇ ସବମିଟ୍ କରନ୍ତୁ । ଆଧାର କାର୍ଡ ପାଇଁ ରେଜିଷ୍ଟ୍ରେଶନ ନିର୍ଦ୍ଧାରିତ କରିବା ପାଇଁ ଆପୋଏଣ୍ଟମେଣ୍ଟ ବିକଳ୍ପ ଉପରେ କ୍ଲିକ କରନ୍ତୁ ।

ନିକଟସ୍ଥ ଏନରୋଲମେଣ୍ଟ ସେଣ୍ଟର ଚୟନ କରି ନିଜ ଆପୋଏଣ୍ଟମେଣ୍ଟ ନିର୍ଦ୍ଧାରିତ କରନ୍ତୁ ଏବଂ ମିଳୁଥିବା ତାରିଖରେ ସେଠାକୁ ଯାଆନ୍ତୁ । ଏନରୋଲମେଣ୍ଟ ସେଣ୍ଟରରେ ପରିଚୟ ମ୍ରମାନ, ଠିକଣା ପ୍ରମାଣ, ସମ୍ପର୍କ ପ୍ରମାଣ ଓ ଜନ ସମ୍ପର୍କ ଭଳି ଜରୁରୀ ଡକ୍ୟୁମେଣ୍ଟ ସାଙ୍ଗରେ ନେଇ ଯାଆନ୍ତୁ । ଆଧାର ସେଣ୍ଟରରେ ଉପସ୍ଥିତ ଥିବା ଅଧିକାରୀଙ୍କ ପାଖରେ ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରାନ୍ତୁ ।

ଯଦି ଆପଣଙ୍କ ପିଲାର ବୟସ ପାଞ୍ଚ ବର୍ଷରୁ ଅଧିକ ଅଟେ ତେବେ ବା-ୟୋ-ମେ-ଟ୍ରି-କ ଡାଟା ନିଆଯିବ । ନଚେତ ଏହାର କୌଣସି ଆବଶ୍ୟକତା ହେବନାହିଁ । କେବଳ ଡେମୋଗ୍ରାଫିକ ଡାଟା ଏବଂ ମୁହଁର ପରିଚୟ ଜରୁରୀ ହୋଇଛି । ଆଧାରର ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ପିତାମାତାଙ୍କୁ ସେମାନଙ୍କ ଆବେଦନ ପ୍ରୋସେସକୁ ଟ୍ରାକ କରିବା ପାଇଁ ଏକ ଏନକ୍ଳୋଜମେଣ୍ଟ ନମ୍ବର ମିଳିଥାଏ ।

୬୦ ଦିନ ମଧ୍ୟରେ ରେଜିଷ୍ଟରଡ ମୋବାଇଲ ନମ୍ବରରେ ଏକ SMS ମିଳିବ । ଆଉ ୯୦ ଦିନ ମଧ୍ୟରେ ଆପଣଙ୍କ ପାଖରେ ପହଞ୍ଚିଯିବ ଶିଶୁ ଆଧାର କାର୍ଡ । ତେବେ ସବୁଠାରୁ ବଡ କଥା ନୂଆ ନିୟମରେ ଶିଶୁର ଜନ୍ମ ପ୍ରମାଣପତ୍ର ବା ହସ୍ପିଟାଲରୁ ଡିସଚାର୍ଜ ସ୍ଲିପ ସହ ପିତା କିମ୍ବା ମାତା କାହାର ବି ଆଧାର କାର୍ଡ ନେଇ ଶିଶୁ ଆଧାର ପାଇଁ ଆବେଦନ କରିହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।