ଶେଷରେ ୩ ବର୍ଷ ପରେ ଭାଙ୍ଗିଲା ଦିଶା ପାଟନୀ ଓ ଟାଇଗର ଶ୍ରଫଙ୍କର ସମ୍ପର୍କ, କାରଣ ଅଟେ ଏହି ବଡ ନେତାର ପୁଅ

ବଲୀଉଡ ଦୁନିଆରେ ପ୍ରେମ ଓ ବ୍ରେକଅପ ଷ୍ଟାରମାନଙ୍କ ପାଇଁ ସାଧାରଣ କଥା ହୋଇଥାଏ । କିନ୍ତୁ କିଛି ଯୋଡି ଏମିତି ଥାଏ ଯାହା ଭାଙ୍ଗି ଗଲେ ଫ୍ୟାନ ମାନେ ବହୁତ ଦୁଃଖିତ ହୋଇଥାନ୍ତି । ଯେଉଁଥିରେ ଦିଶା ପଟାନୀ ଓ ଟାଇଗର ଶ୍ରଫଙ୍କର ନାମ ବି ସାମିଲ ହୋଇଯାଇଛି । କହିଦେଉଛୁ କି ଦିଶା ପଟାନୀ ଓ ଟାଇଗର ଶ୍ରଫ ଗତ ତିନି ବର୍ଷ ହେବ ପରସ୍ପରକୁ ଡେଟ କରୁଥିଲେ ।

ଯେଉଁ କାରଣରୁ ଦୁଇ ଜଣଙ୍କର ବିବାହର ଖବର ବି ସାମ୍ନାକୁ ଆସୁଥିଲା, କିନ୍ତୁ ବର୍ତ୍ତମାନ ଖବର ଆସୁଛି କି ଦୁଇ ଜଣଙ୍କର ବ୍ରେକଅପ ହୋଇ ଯାଇଛି । ଏତିକି ନୁହେଁ ଦିଶା ପଟାନୀ ଓ ଟାଇଗର ଶ୍ରଫଙ୍କ ମଧ୍ୟରେ ଏହି ଦୂରତା କୌଣସି ବଡ ନେତାର ପୁଅ ଯୋଗୁ ଆସିଛି । ବର୍ତ୍ତମାନ ସମୟରେ ଯାହାଙ୍କ ସହିତ ଦିଶା ପ୍ରାୟତଃ ନଜର ଆସୁଛନ୍ତି ।

ଦିଶା ପଟାନୀ ଓ ଟାଇଗର ଶ୍ରଫ ପ୍ରାୟତଃ ଏକା ସହିତ ବଡ ବଡ ଇଭେଣ୍ଟ ରେ ନଜର ଆସିଥାନ୍ତି । କିନ୍ତୁ ମିଡିଆ ରିପୋର୍ଟ ଅନୁସାରେ ଦୁଇ ଜଣଙ୍କର ବ୍ରେକଅପ ହୋଇ ଯାଇଛି ଓ ଏହି ବ୍ରେକଅପ ପରସ୍ପର ମଧ୍ୟରେ ବୁଝାମଣା ହୋଇ କରା ଯାଇଛି । କିନ୍ତୁ ଏହା ପଛରେ କୌଣସି ବଡ ନେତାର ପୁଅଙ୍କର ନାମ ବି ସାମ୍ନାକୁ ଆସୁଛି ।

ଦିଶା ପଟାନୀ ଓ ଟାଇଗର ଶ୍ରଫଙ୍କର ବ୍ରେକଅପ ହୋଇଗଲା

ସୂତ୍ର ଅନୁସାରେ ଦୁଇ ଜଣ ପରସ୍ପର ମଧ୍ୟରେ କଥାବାର୍ତ୍ତା କରି ବ୍ରେକଅପ କରିଛନ୍ତି । କିନ୍ତୁ ଦୁଇ ଜଣ ଭଲ ବନ୍ଧୁ ହୋଇ ରହିବେ । ସୂଚନା ଅନୁସାରେ ଗତ କିଛି ଦିନ ହେବ ଦୁଇ ଜଣଙ୍କର ସମ୍ପର୍କ ଠିକ ଠାକ ଚାଲୁ ନ ଥିଲା, ଯେଉଁ କାରଣରୁ ଦୁଇ ଜଣ ବ୍ରେକଅପ କରିବା ପାଇଁ ନିଷ୍ପତ୍ତି ନେଲେ ।

କଣ ଅଟେ ବ୍ରେକଅପର କାରଣ ?

କହିବାକୁ ଗଲେ ଦିଶା ପଟାନୀ ଓ ଟାଇଗର ଶ୍ରଫଙ୍କ ମଧ୍ୟରେ ଜଣେ ବ୍ୟକ୍ତି ପଶି ଯାଇଛି । ଖବର ଆନୁସାରେ ଦିଶା ପଟାନୀ ଆଦିତ୍ୟ ଠାକରେଙ୍କର ପାଖାପାଖି ରହୁଛନ୍ତି ଓ ଅନ୍ୟ ପଟେ ଟାଇଗର ଶ୍ରଫ ତାରା ସୁତାରିୟାଙ୍କ ଉପରେ ଫିଦା ହୋଇ ଯାଇଛନ୍ତି । ଯେଉଁ କାରଣରୁ ଦୁଇ ଜଣଙ୍କର ସମ୍ପର୍କ ମଧ୍ୟରେ ଦୂରତା ଆସି ଯାଇଛି । କିନ୍ତୁ କହିବାକୁ ଗଲେ ଆଦିତ୍ୟଙ୍କ ସହ ଦିଶା ନିକଟତ୍ତର ହେବା ଦେଖି ଟାଇଗର ସହି ପାରୁ ନାହାନ୍ତି ।

ଭାରତର ସ୍ପେଶଲ ସ୍କ୍ରୀନିଂଗରେ ନଜର ଆସିଥିଲେ ଦୁଇ ଜଣ

ବର୍ତ୍ତମାନ କିଛି ଦିନ ତଳେ ହିଁ ଟାଇଗର ଓ ଦିଶା ଭାରତର ସ୍ପେଶଲ ସ୍କ୍ରୀନିଂଗରେ ନଜର ଆସିଥିଲେ । ଯେଉଁଥିରେ ଦୁଇ ଜଣ ପରସ୍ପରଙ୍କର ପାଖାପାଖି ବସିଥିଲେ, କିନ୍ତୁ ବର୍ତ୍ତମାନ ମାମଲା ଓଲଟା ହୋଇ ଯାଇଛି ।