ନଦୀରୁ ଉଦ୍ଧାର ହେବା ପରେ ମୁହଁ ଖୋଲିଲେ ଅମ୍ଳାନ ଦାଶଙ୍କ ସ୍ତ୍ରୀ ଭୂମିକା, କହିଲେ ଏମିତି

ଓଡିଆ ଅଭିନେତା ଅମ୍ଳାନ ଦାସଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ସେ ଓଡିଆ ସିନେମା ଜଗତର ଜଣେ ଜଣା ଶୁଣା ଅଭିନେତା ଅଟନ୍ତି । ସେ ଓଡିଆ ସିନେମା ଜଗତରେ ବହୁତ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଅମ୍ଳାନ ଦାସ ଓ ତାଙ୍କର ପତ୍ନୀ ଭୂମିକା ଦାସଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଆପଣଙ୍କୁ କହିଦେଉଛୁ କି ଅମ୍ଳାନ ଦାସ ଓଡିଆ ଫିଲ୍ମ ଜଗତର ଜଣେ ମହାନ କଳାକାର ମିହିର ଦାସଙ୍କ ସୁପୁତ୍ର ଅଟନ୍ତି ।

କହିବାକୁ ଗଲେ ଅମ୍ଳାନ ଦାସଙ୍କ ପତ୍ନୀ ଭୂମିକା ଦାସ ଗତ କାଲି ମହାନଦୀରେ ପଡି ଯାଇଥିଲେ । ଏମିତିରେ ଲୋକମାନେ କୁହୁଥିଲେ କି ପାରିବାରିକ କଳହ କାରଣରୁ ଓଡିଆ ସିନେମା ଜଗତର ଅଭିନେତା ଅମ୍ଳାନଙ୍କ ପତ୍ନୀ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଛନ୍ତି ଓ ସମସ୍ତେ ଅମ୍ଳାନ ଦାସଙ୍କୁ ବଦନାମ କରିବାକୁ ଲାଗିଲେ ।

କିନ୍ତୁ ଯେତେବେଳେ ଅମ୍ଳାନ ଦାସଙ୍କ ବୟାନ ନିଆଗଲା ତେବେ ସେ କିଛି ଅନ୍ୟ କଥା କହିଲେ । ଅମ୍ଳାନ ଦାସ ମିଡିଆ ସହିତ କଥାବାର୍ତ୍ତା କରି କହିଲେ କି ତାଙ୍କ ଘରେ ଦୀପାବଳି ଦିନ ପୂଜା ହୋଇଥିଲା । ଏମିତିରେ ସେ ପୂଜାର ସମସ୍ତ ଫୁଲକୁ ନଦୀରେ ଫୋପାଡିବା ପାଇଁ ତାଙ୍କର ପତ୍ନୀ ସହ କାରରେ ଆସିଥିଲେ । ଏହା ପରେ ତାଙ୍କର ପତ୍ନୀ ଯେତେବେଳେ ଗାଡି ବାହାରି ବ୍ରିଜ ପାଖରେ ଛିଡା ହୋଇ ଫୁଲ ପକାଉଥିଲେ ସେହି ସମୟରେ ତାଙ୍କର ମୁଣ୍ଡ ବୁଲାଇବା ଦ୍ଵାରା ସେ ବ୍ରିଜରୁ ତଳକୁ ଖସି ଗଲେ ।

ଏହା ପରେ ଗାଡିର ଡ୍ରାଇଭର ଯେତେବେଳେ ମୋତେ କହିଲା କି ଭାଇ ଭାଉଜ ନଦୀରେ ପଡିଗଲେ । ଏମିତିରେ ସଙ୍ଗେ ସଙ୍ଗେ ଆମେ ପୋଲିସକୁ ଫୋନ କରିଲୁ ଓ ଆଖପାଖରେ ଥିବା କିଛି ଲୋକ ବି ସେଠି ଚାଲି ଆସିଲେ । ଅମ୍ଳାନ ଦାସ ଆଗକୁ କହିଲେ କି ମୁଁ ବି ନଦୀରେ ଡେଇଁ ମୋର ପତ୍ନୀଙ୍କୁ ବଞ୍ଚାଇବାକୁ ଚାହୁଁଥିଲି କିନ୍ତୁ ଆଖପାଖର ଲୋକମାନେ ମୋତେ ଅଟକାଇ ଦେଲେ । କିନ୍ତୁ ସେହି ସ୍ଥାନରେ ପୋଲିସ ସଙ୍ଗେ ସଙ୍ଗେ ପହଞ୍ଚି ମୋତେ ପତ୍ନୀଙ୍କୁ ରକ୍ଷା କରି ନେଲେ ଓ ବର୍ତ୍ତମାନ ମୋର ପତ୍ନୀ ସୁସ୍ଥ ଅଛନ୍ତି ।

କିନ୍ତୁ ଏହି ସବୁ ସତ୍ବେ ବି ଯେତେବେଳ ସମସ୍ତେ ଅମ୍ଳାନ ଦାସଙ୍କୁ ବଦନାମ କରିବାକୁ ଲାଗିଲେ ତେବେ ତାଙ୍କର ପତ୍ନୀ ନିଜର ଏକ ଭିଡିଓ ଶେୟାର କରି ନିଜର ବୟାନ ଜାରି କରିଛନ୍ତି । ଅମ୍ଳାନ ଦାସଙ୍କ ପତ୍ନୀ କହିଲେ କି ପୂଜା ସାମଗ୍ରୀ ପାଣିରେ ପକାଇବା ସମୟରେ ତାଙ୍କର ମୁଣ୍ଡ ବୁଲାଇବାରୁ ସେ ନଦୀରେ ପଡିଗଲେ । ଏହାପରେ ସେ ଆଗକୁ କହିଲେ କି ଏହି ମାମଲକୁ ଭୁଲ ଭାବରେ ଉପସ୍ଥାପନା କରି ନ୍ୟୁଜ ତିଆରି କରି ପ୍ରଚାର କରି ମୋର ପରିବାର ଓ ମୋ ସ୍ଵାମୀ ବିଷୟରେ କହିବା ଠିକ ନୁହେଁ । ଯାହା ବି ହେଲା ଆପଣ ଆହୁରି ଏହାକୁ ଖରାପ କରୁଛନ୍ତି । ଦୟାକରି ଏହିଭଳି ଭୁଲ ଖବରକୁ ପ୍ରଚାର କରନ୍ତୁ ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।