ଥଣ୍ଡାରେ ଥରୁ ଥିଲା ଭିକାରି, ପାଖକୁ ଯାଇ DSP ଦେଖିଲେ ତ ଜାଣିବାକୁ ପାଇଲେ ଏମିତି କଥା କି ହେଇଗଲେ ପୁରା ଆଶ୍ଚର୍ଯ୍ୟ

ମଧ୍ୟପ୍ରଦେଶର ଗ୍ୱାଲିୟରର ଡ଼ିଏସପି ନିଜ ଗାଡିରେ ଯାଉଥିଲେ ଠିକ ସେହି ସମୟରେ ସେ ରାସ୍ତାରେ ଦେଖିଲେ କି ଜଣେ ଭିକାରି ଥଣ୍ଡାରେ ଥରୁ ଥିଲା । ଏହା ପରେ ସେ ଗାଡିକୁ ଅଟକାଇ ସେହି ଭିକାରି ପାଖକୁ ଗଲେ ତେବେ ସେ ଜାଣି ପାରିଲେ କି ସାମ୍ନାରେ ଥିବା ଭିକାରି ଭିକାରି ନୁହେଁ, ଅଥବା ସେ ତାଙ୍କ ବ୍ୟାଚର ଅଫିସର ଅଟେ । କହିବାକୁ ଗଲେ ଏହା କୌଣସି ଫିଲ୍ମର କାହାଣୀ ଠାରୁ କମ ନୁହେଁ । କିନ୍ତୁ ଏହା ସତ ଅଟେ ।

ମିଳିଥିବା ସୂଚନା ଅନୁସାରେ ଗ୍ୱାଲିୟର ଉପନିର୍ବାଚନର ମତଗଣନା ପରେଡୀ ଏସପୀ ରତ୍ନେଶ ସିଂହ ତୋମର ଓ ବିଜୟ ସିଂହ ଭଦୌରିୟା ଝାଂସୀ ରୋଡ ଦେଇ ଯାଉଥିଲେ । ଯେମିତି ହିଁ ଦୁଇ ଜଣ ବନ୍ଧନ ବାଟିକାର ଫୁଟପାଥରେ ପହଞ୍ଚିଲେ ତେବେ ସେ ଦେଖିଲେ କି ରାସ୍ତା ନିକଟରେ ଜଣେ ଭିକାରି ଥଣ୍ଡାରେ ଥରୁଛି ।

ଏହା ଅପରେ ଗାଡି ଅଟକାଇ ଦୁଇ ଜଣ ଅଫିସର ସେହି ଭିକାରି ପାଖକୁ ଗଲେ ଓ ତାହାର ସାହାର୍ଯ୍ୟ କରିବାକୁ ଚେଷ୍ଟା କରିଲେ । ରତ୍ନେଶ ସିଂହ ନିଇଜର ଜୋତା ଓ ଡ଼ିଏସପି ବିଜୟ ସିଂହ ନିଜର ଜ୍ୟାକେଟ ତାକୁ ଦେଲେ । ଏହା ପରେ ଯେତେବେଳେ ଦୁଇ ଜଣ ଭିକାରି ସହ ସେମାନେ କଥାବାର୍ତ୍ତା କରିଲେ ତେବେ ଦୁଇ ଜଣ ଆଶ୍ଚର୍ଯ୍ୟ ହୋଇଗଲେ । କହିବାକୁ ଗଲେ ଭିକାରି ରୂପରେ ପାଖାପାଖି ୧୦ ବର୍ଷ ହେବ ରହୁଥିବା ମନୀଷ ମିଶ୍ରା ଗୋଟିଏ ସମୟରେ ପୋଲିସ ଅଫିସର ଥିଲେ ।

ଏତିକି ନୁହେଁ ସେ ଭଲ ନିସାନା ବି ଲଗାଇ ଜାଣିଥିଲେ । ମନୀଷ ୧୯୯୯ରେ ପୋଲିସର ଚାକିରିରେ ଯୋଗଦାନ କରିଥିଲେ । ଏହା ପରେ ଏମପିର ବିଭିନ୍ନ ଥାନାରେ ତାଙ୍କର ପୋଷ୍ଟିଙ୍ଗ ହୋଇଥିଲା । ସେ ୨୦୦୫ ପର୍ଯ୍ୟନ୍ତ ପୋଲିସର ଚାକିରି କରିଛନ୍ତି । ଅନ୍ତିମ ଥର ସେ ଦାତିୟାରେ ପୋଷ୍ଟିଙ୍ଗ ଥିଲେ । କିନ୍ତୁ ଧୀରେ ଧୀରେ ତାଙ୍କର ମାନସିକ ସ୍ଥିତି ଖରାପ ହୋଇ ଚାଲିଲା ଓ ଏଥିପାଇଁ ଘର ଲୋକମାନେ ଚିନ୍ତିତ ହେବାକୁ ଲାଗିଲେ । ଚିକିତ୍ସା ପାଇଁ ତାଙ୍କୁ ଏଠି ସେଠି ନିଆଗଲା, କିନ୍ତୁ ଦିନେ ସେ ପରିବାର ଲୋକମାନଙ୍କ ନଜରରୁ ବଞ୍ଚି ଘରୁ ଦୂରକୁ ଚାଲି ଆସିଲେ ।

ବହୁତ ଖୋଜିବା ପରେ ବି ପରିବାର ଲୋକମାନଙ୍କୁ ଜଣା ପଡିଲା ନାହିଁ କି ମନୀଷ କେଉଁଠି ଅଛନ୍ତି । ଏହି କାରଣରୁ ତାଙ୍କର ସ୍ତ୍ରୀ ବି ତାଙ୍କୁ ଛାଡି ଚାଲି ଗଲେ ଓ ତାଙ୍କର ସ୍ତ୍ରୀ ତାଙ୍କ ଠାରୁ ତଲାକ ନେଇ ଗଲେ । ଅନ୍ୟ ପଟେ ଧୀରେ ଧୀରେ ମନୀଷ ଭିକ ମାଗିବାକୁ ଲାଗିଲେ । ଭିକାରି ରୂପରେ ସେ ପାଖାପାଖି ୧୦ ବର୍ଷ ଜୀବନ ଅତି ବାହିତ କରିସାରିଛନ୍ତି । ଦୁଇ ଜଣ ଡ଼ିଏସପି ସାଥି କହିଲେ କି ମନୀଷ ତାଙ୍କ ସହିତ ବର୍ଷ ୧୯୯୯ରେ ପୋଲିସ ସବ ଇଂସ୍ପେକ୍ଟରର ପୋସ୍ଟରେ ଭର୍ତ୍ତି ହୋଇଥିଲେ ଓ ସେ କେବେ ବି ଚିନ୍ତା କରି ନ ଥିଲେ କି ମନୀଷ ଦିନେ ଏହି ଅବସ୍ଥାରେ ମିଳିବେ ।

କିନ୍ତୁ ବର୍ତ୍ତମାନ ମନୀଷର ଦୁଇ ଜଣ ବନ୍ଧୁ ମନୀଷଙ୍କୁ ଏକ ସମାଜସେବୀ ସଂସ୍ଥାକୁ ପଠାଇ ଦେଇଛନ୍ତି ଯେଉଁଠି ତାଙ୍କର ଚିକିତ୍ସା କରାଯାଉଛି । ଆପଣଙ୍କୁ କହିଦେଉଛୁ କି ମନୀଷର ଭାଇ ବି ପୋଲିସ ଅଫିସର ଅଟନ୍ତି ଓ ତାଙ୍କର ପିତା ଓ ଦାଦା ଏସଏସପି ପଦରୁ ରିଟାୟାର ହୋଇଛନ୍ତି । ତାଙ୍କର ଭଉଣୀ କୌଣସି ଦୂତାବାସ ପଦରେ ଅଛନ୍ତି । ମନୀଷଙ୍କ ପତ୍ନୀ ଯାହାଙ୍କ ସହ ତାଙ୍କର ତଲାକ ହୋଇ ଯାଇଛି ସେ ବି କୌଣସି ନ୍ୟାୟିକା ବିଭାଗରେ ପଦସ୍ଥ ଅଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।