ଟୁଙ୍ଗୁରୁ ଭୋଳ କହିଲେ ମୁଁ ତା’ ପୁଅ ବୟସର… ଚର୍ଚ୍ଚିତ ବର୍ଷା ଓ ଟୁଙ୍ଗୁରୁଙ୍କ ପ୍ରେମ କାହାଣୀକୁ ନେଇ ମୁହଁ ଖୋଲିଲେ ଖୋଦ ଟୁଙ୍ଗୁରୁ ଭୋଳ, ଦେଖନ୍ତୁ Video

ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ଏବେ ସାମ୍ନାକୁ ଆସିଛନ୍ତି ଓ ନିଜ ପକ୍ଷ ରଖିଛନ୍ତି । ତାଙ୍କ ନାମରେ ଅଭିଯୋଗ ଆଣିଥିବା ମହିଳା ବର୍ଷାଙ୍କୁ ୪୦ ବର୍ଷ ହୋଇଥିବା ବେଳେ ଟୁଙ୍ଗୁରୁଙ୍କୁ ମାତ୍ର ୨୧ ବର୍ଷ । ସେପଟେ ବର୍ଷା ବିବାହିତା ଓ ତାଙ୍କ ସ୍ଵାମୀ ଅଛନ୍ତି । ତାଙ୍କର ଡିଭୋର୍ସ ମଧ୍ୟ ହୋଇନାହିଁ । ବର୍ଷାଙ୍କର ୧୫ ବର୍ଷ ଓ ୧୧ ବର୍ଷର ଦୁଇ ପୁଅ ମଧ୍ୟ ଅଛନ୍ତି । ଟୁଙ୍ଗୁରୁ କହିଛନ୍ତି କି ସେ ତାଙ୍କ ପୁଅ ବୟସର ହେବେ । ବର୍ଷାଙ୍କୁ ଭଡାରେ ନେବା ଆଣିବା କରି ତାଙ୍କ ସହ ପରିଚୟ ହୋଇଥିଲା ।

ତା’ ବ୍ଯତୀତ ବର୍ଷାଙ୍କ ସହ ତାଙ୍କର ଅନ୍ୟ କୌଣସି ସମ୍ବନ୍ଧ ନାହିଁ ବୋଲି ସେ ସ୍ପଷ୍ଟ କହିଛନ୍ତି । ପ୍ରେମ ନିବେଦନ ଓ ଶାରୀରିକ ସମ୍ପର୍କ ରଖିବା କଥା ସବୁ ମିଛ । ଟୁଙ୍ଗୁରୁ ଓ ତାଙ୍କ ପରିବାରକୁ ବଦନାମ କରିବା ପାଇଁ ବର୍ଷା ଏସବୁ କରୁଛନ୍ତି । କାରଣ ସେ ନିଜେ ଟୁଙ୍ଗୁରୁଙ୍କୁ ବିବାହ କରିବା ପାଇଁ ଜିଦ୍ ଧରି ବସିଥିଲେ । କିନ୍ତୁ ଟୁଙ୍ଗୁରୁ ଏଥିରେ ରାଜି ନ ହେବାରୁ ସେ ପ୍ରତିଶୋଧ ନେବା ପାଇଁ ଟୁଙ୍ଗୁରୁଙ୍କୁ ବଦନାମ କରୁଛନ୍ତି ବୋଲି କହିଛନ୍ତି ଟୁଙ୍ଗୁରୁ ।

ଟୁଙ୍ଗୁରୁଙ୍କ ସହ ବର୍ଷାଙ୍କର ଏକ ମେଡିକାଲରେ ଦେଖା ସାକ୍ଷାତ ହୋଇଥିଲା । ସେଇଠୁ ଭଡା ନେବା ଆଣିବା କରି ବର୍ଷାଙ୍କ ସହ ସେ ପରିଚିତ ହୋଇଥିଲେ । ଟୁଙ୍ଗୁରୁଙ୍କୁ ବର୍ଷା ନମ୍ବର ମାଗିଥିଲେ ଓ ଯେତେବେଳେ ବି କୁଆଡେ ଯିବାକୁ ହେଲେ ଟୁଙ୍ଗୁରୁଙ୍କୁ ଭଡାରେ ଡାକୁଥିଲେ । କିନ୍ତୁ ଏହା ମଧ୍ୟରେ ବର୍ଷା ଟୁଙ୍ଗୁରୁଙ୍କୁ ହଇରାଣ କରିବା ଆରମ୍ଭ କରି ଦେଇଥିଲେ ।

ଅଟୋଷ୍ଟାଣ୍ଡ ପାଖକୁ ଯାଇ ବର୍ଷା ଟୁଙ୍ଗୁରୁଙ୍କୁ ହଇରାଣ ହରକତ କରୁଥିବା କଥା ମଧ୍ୟ କହିକହନ୍ତି ଟୁଙ୍ଗୁରୁ । ବରମୁଣ୍ଡା ବସଷ୍ଟାଣ୍ଡରେ ସମସ୍ତେ ସାକ୍ଷୀ ଅଛନ୍ତି ବୋଲି ସେ କହିଛନ୍ତି । ଟୁଙ୍ଗୁରୁଙ୍କ ମୋବାଇଲ ମଧ୍ୟ ସେ ଭାଙ୍ଗି ଦେଇଥିଲେ । ଥାନାରେ ଏନେଇ ବୁଝାମଣା ହେବା ପରେ ବର୍ଷା ଓ ଟୁଙ୍ଗୁରୁ କେହି କାହାକୁ ହଇରାଣ କରିବେ ନାହିଁ ବୋଲି ରାଜି ହୋଇଛନ୍ତି ଓ ଟୁଙ୍ଗୁରୁଙ୍କ ଫୋନ ଭାଙ୍ଗି ଥିବାରୁ ବର୍ଷା ୧୦ ହଜାର ଟଙ୍କାର ଏକ ଫୋନ ମଧ୍ୟ ଟୁଙ୍ଗୁରୁଙ୍କୁ ଦେଇଛନ୍ତି ।

ପୋଲିସ ଉଭୟଙ୍କ ମଧ୍ୟରେ ବୁଝାମଣା କରି ମାମଲାକୁ ଶାନ୍ତ କରିଛି ଓ ଟୁଙ୍ଗୁରୁଙ୍କୁ ଛାଡି ଦେଇଛି । ତେବେ କିଏ କେତେ ସତ କହୁଛି ଏହା ବୁଝିବା ସାଧାରଣ ଜନତାଙ୍କ ପାଇଁ କଷ୍ଟକର ହୋଇପଡୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।