ଭାଇରାଲ ହେଉଛି Rashmi Rekha ଙ୍କ ମୃତ୍ୟୁ ପୂର୍ବର video, ମରିବା ପୂର୍ବରୁ ଜମେଇକି ନାଚିଥିଲେ ରଶ୍ମି, ଦେଖନ୍ତୁ Video

ନିକଟରେ ଓଡିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ସନ୍ଦେହଜନକ ଭାବେ ଆତ୍ମହତ୍ୟା ଘଟଣା ସାରା ରାଜ୍ୟକୁ ଦୋହଲାଇ ରଖି ଦେଇଛି । ମିଳିଥିବା ସୁଇସାଇଡ ନୋଟରୁ ରଶ୍ମିରେଖା ଆତ୍ମହତ୍ୟା କରିଥିବା ଜଣା ପଡିଥିବା ବେଳେ ପାରିପାର୍ଶ୍ଵିକ ସ୍ଥିତି ଓ ରଶ୍ମିଙ୍କ ମୃତ୍ୟୁ ପୂର୍ବରୁ ଘଟିଥିବା କିଛି ଘଟଣା ତାଙ୍କ ମୃତ୍ୟୁକୁ ସନ୍ଦେହ ଘେରକୁ ଠେଲି ଦେଉଛି । ଏନେଇ ରଶ୍ମିରେଖାଙ୍କ ପରିବାର ଲୋକେ ମଧ୍ୟ ଅଭିଯୋଗ ଆଣିଛନ୍ତି । ରଶ୍ମିରେଖାଙ୍କ ମୃତ୍ୟୁରେ ଓଡିଆ ଟେଲି ଜଗତ ଶୋକାତୁର ହୋଇପଡିଛି ।

ସମସ୍ତଙ୍କ ମୁହଁରେ ଗୋଟିଏ କଥା କି ରଶ୍ମିରେଖା ମାନସିକ ଭାବେ ଖୁବ ମଜବୁତ ଝିଅ ଥିଲେ ସେ କେବେ ବି ଆତ୍ମହତ୍ୟା ଭଳି ଚରମ ପଦଖେୟ ନେଇପାରିବେ ନାହିଁ । ତାଙ୍କୁ ହୁଏତ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପେ ଦେବାକୁ ଚେଷ୍ଟା ଜରାଯାଇଛି ବୋଲି ସମସ୍ତେ ସନ୍ଦେହ କରୁଛନ୍ତି । ଏଥିପାଇଁ ଏହି ମାମଲାର ସଠିକ ଭାବେ ଯାଞ୍ଚ ହେଉ ବୋଲି ସମସ୍ତେ ଦାବି କରୁଛନ୍ତି । ତେବେ ରଶ୍ମିଙ୍କ ମୃତ୍ୟୁ ପୂର୍ବର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯେଉଁଥିରେ ରଶ୍ମି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ରଶ୍ମି ଏକ ଜିନ୍ସ ଏବଂ କଳା ରଙ୍ଗର ଟପ୍ ପିନ୍ଧିଛନ୍ତି ଓ ଖୁସି ଥିବା ମଧ୍ୟ ଜଣା ପଡ଼ୁଛନ୍ତି । ତାଙ୍କ ମୁହଁରେ ସେମିତି କିଛି ଅବସାଦ ଦେଖା ଯାଉନାହିଁ ଯାହା ଦେଖି କିଏ କହିପାରିବ କି ରଶ୍ମି ସତରେ ଆତ୍ମହତ୍ୟା କରିଛନ୍ତି । ଓଡିଆ ଆଲବମ ଗୀତ “କାଇଁ କାନ୍ଦୁଛୁ କହ” ରେ ଏକ ସୁନ୍ଦର ଡ୍ୟାନ୍ସ କରୁଛନ୍ତି ରଶ୍ମି । ରଶ୍ମି ଅଭିନେତ୍ରୀ ହେବା ପାଇଁ ଗାଁରୁ ସହରକୁ ଏକାକୀ ଆସିଥିଲେ ।

ସେ ନିଜେ ନିଜ ଗୋଡରେ ଠିଆ ହୋଇ ଭାଇମାନଙ୍କୁ ମଧ୍ୟ ମଣିଷ କରିବେ ବୋଲି ସବୁବେଳେ କହୁଥିଲେ । ତାଙ୍କର ଆତ୍ମହତ୍ୟାକୁ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ ଓ ସହକର୍ମୀମାନେ । ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ସେ ଆତ୍ମହତ୍ୟା କରିଥିବା କୁହା ଯାଉଥିବା ବେଳେ ପୁରୁଣା ପ୍ରେମିକଙ୍କ ସହ କଥାବାର୍ତ୍ତା କରୁଥିବା ଯୋଗୁଁ ସନ୍ତୋଷ ପାତ୍ର ଇର୍ଷାନ୍ଵିତ ହୋଇ ତାଙ୍କ ଝିଅକୁ ହତ୍ୟା କରିଥିବା କହୁଛନ୍ତି ରଶ୍ମିଙ୍କ ବାପାମା । ରଶ୍ମି ତାଙ୍କ ସୁଇସାଇଡ ନୋଟରେ ମଧ୍ୟ ଆତ୍ମହତ୍ୟାର କୌଣସି କାରଣ ଉଲ୍ଲେଖ କରିନାହାନ୍ତି ।

କେବଳ ତାଙ୍କ ପ୍ରେମିକ ସନ୍ତୋଷଙ୍କୁ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ତେବେ ଶୁଣିବାକୁ ମିଳୁଛି କି ମୃତ୍ୟୁ ବେଳକୁ ରଶ୍ମି ୧୨ ରୁ ୧୭ ସପ୍ତାହର ଗର୍ଭବତୀ ଥିଲେ । ପୋଲିସ ତଦନ୍ତ ଜାରି ରଖିଛି ସତ ନିଶ୍ଚିତ ଭାବେ ସାମ୍ନାକୁ ଆସିବ ବୋଲି ଆମର ବିଶ୍ବାସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।