ଭାବି ରାଷ୍ଟ୍ରପତି Draupadi Murmu ଙ୍କୁ ସ୍ଵାଗତ କରିବାକୁ ଦିଲ୍ଲୀ ପହଞ୍ଚିଲେ କଂଗ୍ରେସ ବିଧାୟକ Suresh Routray, ଦେଖନ୍ତୁ କଣ କହିଲେ ସୁର ଭାଇ

ଆଉ କେଇ ଦିନରେ ଭାରତବର୍ଷକୁ ମିଳିଯିବ ତା’ର ନୂଆ ଦେଶର ସର୍ବୋଚ୍ଚ ନାଗରିକ ତଥା ରାଷ୍ଟ୍ରପତି । ସେଥିପାଇଁ ପ୍ରାୟ ସବୁ ରାଜନୈତିକ ଦଳ ଭିତରେ ପ୍ରତିଯୋଗୀତା ଚାଲିଛି । ସମସ୍ତେ ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି । ଏନଡ଼ିଏ ଓଡିଶାର ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ସାରା ଭାରତରେ ଲୋକେ ଯେତିକି ଖୁସି ହେଉଛନ୍ତି ତା’ ଠାରୁ ଅଧିକ ଖୁସି ହେଉଛନ୍ତି ଆମ ରାଜ୍ୟ ଓଡିଶାର ଲୋକେ ।

ଆମ ରାଜ୍ୟ ଓଡ଼ିଶାକୁ ଦ୍ରୌପଦୀ ଏକ ନୂଆ ପରିଚୟ ଦେବେ ବୋଲି ଖୁସିରେ ଫାଟି ପଡ଼ୁଛନ୍ତି ଓଡିଶାବାସୀ । ସେ ଆମ ରାଜ୍ୟ ପାଇଁ ଗର୍ବ ଏବଂ ଗୌରବର କାରଣ ସାଜିଛନ୍ତି । ସାରା ଓଡିଶା ତାଙ୍କୁ ଅଭିନନ୍ଦନ ଜଣାଉଛି । ତେବେ ସେ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ଓ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ସେ ହୁଏତ ଦିଲ୍ଲୀରେ ରହିବେ । ଓଡିଶାର ଜଣେ ମହିଳାଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ କରିଥିବା ବେଳେ ଏହାକୁ ନେଇ କିନ୍ତୁ ଦ୍ଵନ୍ଦରେ ପଡି ଯାଇଛନ୍ତି ବିଶିଷ୍ଟ ରାଜନୈତିକ ଦଳମାନେ ।

ବିଜେଡି ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ନିଜ ସମର୍ଥନ ଘୋଷଣା କରିସାରିଛି । ଏମିତି ସ୍ଥିତିରେ ରାଜ୍ୟ କଂଗ୍ରେସ ଅଡୁଆ ସ୍ଥିତିରେ ପଡିଯାଇଛି । ତେବେ ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ଖୁସି ଥିବା କହିଥିଲେ । ଆମ ଓଡିଶାର ଝିଅ ରାଷ୍ଟ୍ରପତି ପଦବୀ ପାଇଁ ଠିଆ ହେବା ନିହାତି ଭାବେ ଏକ ସୌଭାଗ୍ୟର ବିଷୟ ଏବଂ ସେ ତାଙ୍କ ପାଇଁ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ଏପରିକି ଦ୍ରୌପଦୀଙ୍କୁ ସେ ପୂର୍ବରୁ ଜାଣିଥିବା ମଧ୍ୟ କହିଛନ୍ତି ।

ତେବେ ଆଜି କଂଗ୍ରେସ ବିଧାୟକ ଦୂରେଶ ରାଉତରାୟଙ୍କୁ ଦିଲ୍ଲୀସ୍ଥିତ ଓଡିଶା ଭବନରେ ଦେଖିବାକୁ ମିଳିଛି । ସେ ଅନ୍ୟ ମନ୍ତ୍ରୀଙ୍କ ସହ କଥା ହୋଇ ଭୁବନେଶ୍ବର କେଦାରଗୌରୀ ପାର୍କ ଓ ବିନ୍ଦୁସାଗରର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଅନୁରୋଷ କରିଛନ୍ତି ବୋଲି କହିଛନ୍ତି । ଏହାସହ ସେ ଦ୍ରୌପଦୀ ମୁର୍ମୁଙ୍କୁ ସ୍ଵାଗତ କରିବା ପାଇଁ ଅପେକ୍ଷା କରିଥିବା କଥା କହିଛନ୍ତି । ଦ୍ରୌପଦୀଙ୍କୁ ଭେଟି ଭାବି ରାଷ୍ଟ୍ରପତି ପଦବୀ ଚୟନ ହୋଇଥିବାରୁ ସେ ଅଭିନନ୍ଦନ ଜଣାଇବାକୁ ଯାଇଥିବା ନିଜେ କହିଛନ୍ତି ।

ଜୀବନରେ ବହୁ ସଂଘର୍ଷର ସାମ୍ନା କରି ଆଜି ରାଷ୍ଟ୍ରପତି ପ୍ରାର୍ଥୀ ଭଳି ସମ୍ମାନୀୟ ପଦବୀରେ ପହଞ୍ଚି ପାରିଛନ୍ତି । ତେଣୁ ତାଙ୍କ ବିଜୟ ପାଇଁ ସାରା ଓଡିଶା ଶୁଭକାମନା କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।