“ସେ ମୋତେ 300 ଟଙ୍କା ଭଡା ଦିଏ ଆଉ ମୁଁ ତାକୁ…” ସାମ୍ନାକୁ ଆସିଲେ ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ, ସେ ଯାହା କହିଲେ ନା…ଦେଖନ୍ତୁ Video

ସାମ୍ନାକୁ ଆସି ମୁହଁ ଖୋଲିଛନ୍ତି ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ । ବର୍ଷା ନାମକ ଜଣେ ମହିଳା ଭରତପୁର ଥାନାରେ ଟୁଙ୍ଗୁରୁଙ୍କୁ ନେଇ ସଙ୍ଗୀନ ଅଭିଯୋଗ ଆଣିବା ପରେ ବର୍ଷା ଓ ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି । ଦିନରାତି ଆଇ ଲଭ ୟୁ କହି ଗୋଲାପ ଫୁଲ ଦେଇ ଟୁଙ୍ଗୁରୁ ବର୍ଷାଙ୍କୁ ନିଜ ପ୍ରେମ ଜଳରେ ଫସେଇବା ଚେଷ୍ଟା କରିଥିଲେ ଓ ପରେ ବର୍ଷାଙ୍କୁ ଧୋକା ଦେଇ ଆଉ କାହାକୁ ବିବାହ କରି ନେଇଛନ୍ତି ବୋଲି ବର୍ଷା ଅଭିଯୋଗ ଆଣିଥିଲେ ।

ଯେଉଁଥି ପାଇଁ ସେ ଥାନାରେ ଫୁଲମାଳ, ଶଙ୍ଖା, ସିନ୍ଦୂର ଆଦି ଧରି ଜିଦ୍ କରି ବାୟସଥିଲେ କି ଟୁଙ୍ଗୁରୁ ଭୋଳଙ୍କୁ ହିଁ ବିବାହ କରିବେ ବୋଲି । ବର୍ଷା ଥାନାରେ ଅଭିଯୋଗ କରିବା ପରେ ଟୁଙ୍ଗୁରୁଙ୍କୁ ପୋଲିସ ଉଠେଇ ନେଇଥିଲା । ଦୁଇଦିନ ଥାନାରେ ରହିବା ପରେ ଟୁଙ୍ଗୁରୁ ଆଜି ବାହାରକୁ ଆସିଛନ୍ତି ଓ ତାଙ୍କ ପକ୍ଷ ରଖିଛନ୍ତି । ଟୁଙ୍ଗୁରୁ ଭୋଳଙ୍କ କହିବା ଅନୁଯାୟୀ କରୋନା ସମୟରେ ଏକ ମେଡିକାଲରେ ବର୍ଷାଙ୍କ ସହ ତାଙ୍କର ଦେଖା ହୋଇଥିଲା ।

ସେ ବର୍ଷାଙ୍କୁ ଥରେ ଦୁଇଥର ଭଡାରେ ନେବା ଆଣିବା କରିଥିଲେ । ଏହାପରେ ବର୍ଷା ଟୁଙ୍ଗୁରୁଙ୍କୁ ବ୍ୟକ୍ତିଗତ ନମ୍ବର ମାଗିଥିଲେ ଓ ଯେତେବେଳେ ବି କୁଆଡେ ଯିବାକୁ ପଡୁଥିଲା ସେ ଟୁଙ୍ଗୁରୁଙ୍କୁ ଡାକୁଥିଲେ । ସେଥିପାଇଁ ଟୁଙ୍ଗୁରୁଙ୍କୁ ସେ ୩୦୦ ଟଙ୍କା ଭଡା ମଧ୍ୟ ଦେଉଥିଲେ । ଏମିତି କଥାବାର୍ତ୍ତା ବଢିବା ପରେ ବର୍ଷା ତାଙ୍କୁ ଘରକୁ ମଧ୍ୟ ଡାକନ୍ତି ଓ ଖାଇବାକୁ ବି ଦିଅନ୍ତି ।

ବର୍ଷା ଏମିତି ଧୀରେ ଧୀରେ ଟୁଙ୍ଗୁରୁଙ୍କୁ ନିଜ ଜାଲରେ ଫସେଇବାକୁ ଚେଷ୍ଟା କରିଥିଲେ । ତାଙ୍କ ସହ ସେଲଫି ନେବାକୁ ମଧ୍ୟ ଟୁଙ୍ଗୁରୁଙ୍କୁ କହିଥିଲେ । ଏସବୁ ସେତେ ଗୁରୁତ୍ଵପୂର୍ଣ୍ଣ କଥା ନୁହେଁ ବୋଲି ଭାବି ଟୁଙ୍ଗୁରୁ ଅଣଦେଖା କରି ଦେଇଥିଲେ । କିନ୍ତୁ ପରେ ବର୍ଷା ଟୁଙ୍ଗୁରୁଙ୍କୁ ବିବାହ କରିବା ପାଇଁ ଜିଦ୍ କରି ବସିଥିଲେ । ବର୍ଷାଙ୍କୁ ୪୦ ବର୍ଷ ହୋଇଥିବା ବେଳେ ତାଙ୍କର ୧୫ ବର୍ଷ ଓ ୧୧ ବର୍ଷର ଫୁୟ ପୁଅ ମଧ୍ୟ ଅଛନ୍ତି । ସ୍ଵାମୀଙ୍କ ସହ ମଧ୍ୟ ଛାଡପତ୍ର ହୋଇନାହିଁ ।

ଟୁଙ୍ଗୁରୁ ମଧ୍ୟ ବର୍ଷାଅଙ୍କ ଠାରୁ ବହୁତ ସାନ । ତାଙ୍କୁ ମାତ୍ର ୨୧ ବର୍ଷ । ପୁଅ ବୟସର ପିଲାକୁ ବର୍ଷା ବାହା ହେବାକୁ ଜିଦ୍ ଧରିଥିଲେ । ଏକଥା ଟୁଙ୍ଗୁରୁ ନିଜେ କହିଛନ୍ତି । ଟୁଙ୍ଗୁରୁଙ୍କୁ ଘରକୁ ଡାକି ବର୍ଷା ଏକ ପ୍ରକାର ବନ୍ଦୀ ବନେଇ ଦେଇଥିଲେ । ତାଙ୍କ ଘରେ ଆଠଦିନ କାଳ ଟୁଙ୍ଗୁରୁଙ୍କୁ ରଖିଥିଲେ ।

ଯେମିତି ଟୁଙ୍ଗୁରୁ କୁଆଡେ ଯାଇ ନ ପାରନ୍ତି ସେଥିପାଇଁ ତାଙ୍କୁ ଗାମୁଛା ପିନ୍ଧାଇ ରଖୁଥିଲେ । କିନ୍ତୁ ଶେଷରେ ଟୁଙ୍ଗୁରୁ ସୁଯୋଗ ଦେଖି ଫେରାର ହୋଇ ଯାଇଥିଲେ । ଯାହାପରେ ଟୁଙ୍ଗୁରୁଙ୍କୁ ଖୋଜି ବର୍ଷା ତାଙ୍କ ଗାଁ ଏବଂ ଟୁଙ୍ଗୁରୁ ଭୁବନେଶ୍ବରରେ ରହୁଥିବା ତାଙ୍କ ଘରେ ଯାଇ ପାଟିତୁଣ୍ଡ କରିଥିଲେ ଓ ଶେଷରେ ଥାନାର ଦ୍ଵାରସ୍ଥ ହୋଇଥିଲେ ।

ଟୁଙ୍ଗୁରୁ ଓ ତାଙ୍କ ପରିବାରକୁ ବଦନାମ କରିବା ପାଇଁ ବର୍ଷା ଏସବୁ କରିଥିବା କହିଛନ୍ତି ଟୁଙ୍ଗୁରୁ ଭୋଳ । ବର୍ଷାଙ୍କୁ ସିନ୍ଦୂର ଦେବା ଓ ଶାରୀରିକ ସମ୍ପର୍କ ରଖିବା କଥା ମଧ୍ୟ ମିଥ୍ୟା ବୋଲି କହିଛନ୍ତି ଟୁଙ୍ଗୁରୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।