Health Tips- ଏଥିରୁ କେବଳ 1 ଚାମୁଚ ଖାଆନ୍ତୁ, ଗ୍ଯାସ ଏସିଡିଟି ବଦହଜମି ଭଳି ସମସ୍ଯା ମୂଳରୁ ହୋଇଯିବ ଶେଷ

ଯେଉଁମାନଙ୍କ ଖାଦ୍ୟ ଠିକ ଭାବେ ହଜମ ହେଉନାହିଁ, ଖଟା ହାକୁଟି ଆସୁଛି, ଗ୍ଯାସ ବା ଏସିଡିଟି ସମସ୍ଯା ଲାଗି ରହୁଛି ସେମାନଙ୍କ ପାଇଁ ଆଜି ଆମେ କ ରାମବାଣ ଘରୋଇ ଉପାୟ ନେଇ ଆସିଛୁ । ଏଥିରୁ ମାତ୍ର ଏକ ଚାମୁଚ ସେବନ କରିବା ଦ୍ଵାରା ଏସିଡିଟି ଭଳି ସମସ୍ୟା ମୂଳରୁ ଶେଷ ହୋଇଯିବ । ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆମକୁ ସବୁବେଳେ ଔଷଧର ପ୍ରୟୋଜନ ହେବନାହିଁ । ଘରୋଇ ଜିନିଷ ବ୍ୟବହାର କରି ପ୍ରାକୃତିକ ଉପାୟରେ ମଧ୍ୟ ଅନେକ ରୋଗର ପ୍ରତିକାର କରିହେବ ।

ଆପଣଙ୍କ ପେଟ ସମ୍ବନ୍ଧିତ ସମସ୍ଯା ଦୂର କରିବା ପାଇଁ ଯେଉଁ ଘରୋଇ ଉପଚାର ପ୍ରସ୍ତୁତ କରିବେ ଏଥିପାଇଁ ଯେଉଁ ସବୁ ସାମଗ୍ରୀ ଆବଶ୍ୟକ ହେବ ତାହା ଆପଣଙ୍କ ରୋଷେଇ ଘରେ ନିଶ୍ଚିତ ଭାବେ ଉପଲବ୍ଧ ଥିବ । ନଚେତ ଆପଣ କୌଣସି ତେଜରାତି ଦୋକାନରୁ ସେହି ସବୁ ସହଜରେ ପାଇଯିବେ । ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ ଆବଶ୍ୟକ ହେବ ୫୦ ଗ୍ରାମ ଜୀରା । ଜୀରା ଆମ ହଜମକ୍ରିୟାକୁ ଠିକ କରିବାରେ ସାହାଯ୍ୟ କରିଥାଏ ।

ଦ୍ଵିତୀୟରେ ଆପଣଙ୍କୁ ଆବଶ୍ୟକ ହେବ ୫୦ ଗ୍ରାମ ଗୋଲମରିଚ । ଗୋଲମରିଚ ମଧ୍ୟ ଆମ ପେଟଜନିତ ସମସ୍ଯାକୁ ଠିକ କରିବା ପାଇଁ ଚମତ୍କାରୀ ଔଷଧ ଭାବେ କାର୍ଯ୍ୟ କରିଥାଏ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ୫୦ ଗ୍ରାମ ମିଶ୍ରି । ଏଥିପାଇଁ ଆପଣ ଧଳା ମିଶ୍ରିର ପ୍ରୟୋଗ କରନ୍ତୁ ।

ଏହାପରେ ଆପଣଙ୍କୁ ଆବଶ୍ୟକ ହେବେ ୨୫ ଗ୍ରାମ ଗୁଜୁରାତି । ଏହି ସବୁ ସାମଗ୍ରୀକୁ ଆପଣ ଗୋଟିଏ ଗ୍ରାଇଣ୍ଡିଂ ଜାର୍ ରେ ଢାଳି ଦିଅନ୍ତୁ ଓ ଏହାକୁ ଗ୍ରାଇଣ୍ଡିଂ କରି ଏକ ଫାଇନ ପାଉଡର ପ୍ରସ୍ତୁତ କରି ଦିଅନ୍ତୁ । ପେଟ ସମ୍ବନ୍ଧିତ ଯେକୌଣସି ସମସ୍ୟାକୁ ଦୂର କରିବା ପାଇଁ ଏବେ ଆପଣଙ୍କର ଏହି ଆୟୁର୍ବେଦିକ ପାଉଡର ବନି ପ୍ରସ୍ତୁତ ହୋଇଗଲା । ଆପଣ ଚାହିଁଲେ ଏହାକୁ ଅଧିକ ପରିମାଣରେ ମଧ୍ୟ ପ୍ରସ୍ତୁତ କରିପାରିବେ ।

ଉପରେ କୁହା ଯାଇଥିବା ମାତ୍ରା ଅନୁସାରେ ଆପଣ ଏହି ଗୁଣ୍ଡ ପ୍ରସ୍ତୁତ କରନ୍ତୁ ଓ କୌଣସି କାଚ ବୋତଲରେ ଏହାକୁ ଷ୍ଟୋର କରି ରଖିପାରିବେ । ତେବେ ଏହି ଗୁଣ୍ଡକୁ ସେବନ କରିବା ପାଇଁ ଆପଣଙ୍କୁ ଏକ ତାଟିଆ ଦହିର ଆବଶ୍ୟକ ହେବ । ଏକ ତାଟିଆରେ ଦହି ନିଅନ୍ତୁ ଓ ପ୍ରସ୍ତୁତ କରିଥିବା ପାଉଡରରୁ ଏକ ଚାମୁଚ ନେଇ ସେଥିରେ ଭଲ ଭାବେ ମିଶାଇ ଦିଅନ୍ତୁ ।

ଦହି ସହିତ ଏହି ଗୁଣ୍ଡର ସେବନ କରିବା ଦ୍ଵାରା ଅଧିକ ଭଲ ଫଳ ମିଳିଥାଏ । ଖାଦ୍ଯ ଖାଇବାର ୧୫ରୁ ୨୦ ମିନିଟ ପୂର୍ବରୁ ଆପଣ ଏହି ଦହିର ସେବନ କରନ୍ତୁ । କେବଳ କିଛି ଦିନ ଏହି ଗୁଣ୍ଡକୁ ଦହି ସହ ସେବନ କରନ୍ତୁ ଦେଖିବେ ଆପଣଙ୍କ ପେଟ ସମସ୍ଯା ମୂଳରୁ ଶେଷ ହୋଇଯିବ ଓ ପାଚନ ତନ୍ତ୍ର ଶକ୍ତିଶାଳୀ ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।