ଦିନେ Naveen Patnaik ଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ Draupadi Murmu, ଆଜି ତା’ର ମନ ରଖିଛନ୍ତି ମୁଖ୍ୟମନ୍ତ୍ରୀ

ଭାବି ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାଇ ଭଳି ମାନ୍ୟ କରି ଦିନେ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଆଉ ଆଜି ଦ୍ରୌପଦୀଙ୍କୁ ସମର୍ଥନ ଦେଇ ଭାଇର ଦାୟିତ୍ଵ ତୁଲାଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଉଣୀର ୨୨ ବର୍ଷର ଋଣ ଶୁଝିଛନ୍ତି । କିଏ ଜାଣିଥିଲା କି ଆଜିକୁ ୨୨ ବର୍ଷ ତଳେ ଭାଇ ଭଳି ନଈବ୍ନ ପଟ୍ଟନାୟକଙ୍କ ହାତରେ ବାନ୍ଧିଥିବା ରାକ୍ଷୀ ମୁଖ୍ୟମନ୍ତ୍ରୀ ଏମିତି ଢଙ୍ଗରେ ପରିଶୋଧ କରିବେ ।

ହୁଏତ ଦ୍ରୌପଦୀ ମୁର୍ମୁ ନିଜେ ମଧ୍ୟ ମନେ ରଖି ନଥାଇ ପାରନ୍ତି ଯେ ସେ ଦିନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ବୋଲି । ହେଲେ ଭଉଣୀର ଆବଶ୍ୟକତା ସମୟରେ ଆଜି ଭାଇର ଦାୟିତ୍ଵ ତୁଲାଇଛନ୍ତି ନବୀନ ପଟ୍ଟନାୟକ । ଏନଡ଼ିଏ ରେ ନଥାଇ ବି ଏନଡ଼ିଏ ର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ହେବାକୁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ । ଏମିତିକି ଦଳର ସବୁ ସାଂସଦ ଓ ବିଧାୟକଙ୍କୁ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଭୋଟ ଦେବା ପାଇଁ ମଧ୍ୟ କହିଛନ୍ତି ।

ଆଜିକୁ ୨୨ ବର୍ଷ ତଳେ ଅର୍ଥାତ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ଭାବି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଚିତ୍ରଟି ଆଜକୁ ୨୨ ବର୍ଷ ତଳର ଅଟେ । ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷିତ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ସାରା ଦେଶରେ ଯେତିକି ଚର୍ଚ୍ଚା ହେଉଛି ଏନଡ଼ିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ଘୋଷଣା ନେଇ ତା’ ଠାରୁ ଅଧିକ ଚର୍ଚ୍ଚା ହେଉଛି ।

ହେଲେ ଏହି ଗୋଟିଏ ଫଟୋଚିତ୍ର ବୋଧହୁଏ ସବୁ ଚର୍ଚ୍ଚା ଓ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି । ଦ୍ରୌପଦୀ ମୁର୍ମୁ ଅତ୍ୟନ୍ତ ହର୍ଷ ଉଲ୍ଲାସର ସହ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ରାକ୍ଷୀ ବାନ୍ଧୁଥିବାର ଏହି ଫଟୋରେ ଆପଣ ଦେଖି ପାରୁଥିବେ । ଜୀବନରେ ଅନେକ ସଂଘର୍ଷର ସାମ୍ନା କରି ଦ୍ରୌପଦୀ ମୁର୍ମୁ ଆଜି ଦେଶର ସର୍ବୋଚ୍ଚ ଆସନରେ ବସିବାକୁ ଯାଉଛନ୍ତି । ଜୀବନରେ ଅନେକ ଝଡାଝଞ୍ଜାର ସାମ୍ନା କରିଛନ୍ତି ଦ୍ରୌପଦୀ ।

ଅଧବାଟରେ ସ୍ଵାମୀ ହାତ ଛାଡି ଆରପାରିକୁ ଚାଲି ଯାଇଥିଲେ ଓ ନିଜ କୋଳରୁ ଜନ୍ମିତ ଦୁଇ ଦୁଇଟି ପୁଅଙ୍କ ମୃତ୍ୟୁ ମଧ୍ୟ ଦେଖିଛନ୍ତି ଦ୍ରୌପଦୀ । ତଥାପି ନିଜକୁ ସବଳ କରି ଅଣ୍ଟା ଭିଡି ଦେଶ ସେବାରେ ସର୍ବଦା ଆଗଭର ରହି ଆସିଛନ୍ତି । ଆଉ ଆଜି ସାରା ଭାରତ ତାଙ୍କୁ ସଲାମ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।