bollywood ୫ ଜଣ ହିରୋଇନ ଯେଉଁମାନେ ସିଜରିୟାନ ଡେଲିଭରି ଜାଗାରେ ବାଛିଥିଲେ ନର୍ମାଲ ଡେଲିଭରି, ଅସହନୀୟ କଷ୍ଟ ସହି ଦେଇଥିଲେ ପିଲାଙ୍କୁ ଜନ୍ମ

ନର୍ମାଲ ଡେଲିଭରି ରେ ପିଲା ଜନ୍ମ କରିବାରେ ବହୁତ ଅସହନୀୟ କଷ୍ଟ ସହିବାକୁ ପଡିଥାଏ । ଅନେକ ମହିଳା ଅଛନ୍ତି ଯେଉଁମାନେ କଷ୍ଟରୁ ମୁକ୍ତି ପାଇବା ପାଇଁ ସିଜରିୟାନ ଡେଲିଭରି କରାଇ ଥାନ୍ତି । କିନ୍ତୁ ଏମିତି ବହୁତ ବଲୀଉଡ ଅଭିନେତ୍ରୀ ବି ଅଛନ୍ତି ଯେଉଁମାନେ ନର୍ମାଲ ଡେଲିଭରି ଦ୍ଵାରା ନିଜ ପିଲାଙ୍କୁ ଜନ୍ମ ଦେଲେ ।

କୁହାଯାଏ କି ସିଜରିୟାନ ଡେଲିଭରି ତୁଳନାରେ ନର୍ମାଲ ଦେଲିଭରରୀ ସହଜ ହୋଇଥାଏ ଓ ଏହା ପରେ ରିକଭରି ବି ଜଲ୍ଦି ହୋଇ ଯାଇଥାଏ । କିନ୍ତୁ ନର୍ମାଲ ଡେଲିଭରି ରେ ମହିଳାଙ୍କୁ ବହୁତ ଅସହନୀୟ କଷ୍ଟ ସହିବାକୁ ପଡିଥାଏ । ବଲିଉଡ ରେ ମଧ୍ୟ ଏମିତି ଅଭିନେତ୍ରୀମାନେ ଅଛନ୍ତି ଯେଉଁମାନେ ସି-ସେକ୍ସନ ନୁହେଁ ବରଂ ନର୍ମାଲ ଡେଲିଭରି କରାଇଛନ୍ତି ଓ ଡେଲିଭରି ପରେ ଫିଟ ହେବା ପାଇଁ କୌଣସି ଅଭାବ ଛାଡି ନାହାନ୍ତି । ଆସନ୍ତୁ ଜାଣିବା ସେହି ବଲିଉଡ ମଦର ଙ୍କ ବିଷୟରେ ।

ଐଶ୍ଵର୍ୟ୍ୟା ରାୟ ବଚ୍ଚନ

ଏହି ଲିଷ୍ଟରେ ସବୁଠୁ ଉପରେ ନାମ ଆସିଥାଏ ବିଶ୍ଵ ସୁନ୍ଦରୀ ଐଶ୍ଵର୍ଯ୍ଯା ରାୟ ବଚ୍ଚନଙ୍କର । ଐଶ୍ଵର୍ୟ୍ୟା ଯେଉଁଠି କି ବି ଯାଆନ୍ତି ନିଜ ଝିଅ ଆରାଧ୍ୟା କୁ ନେଇ କି ହିଁ ଯାଆନ୍ତି । 38 ବର୍ଷ ବୟସରେ ଐଶ୍ଵର୍ୟ୍ୟା ଆରାଧ୍ୟାଙ୍କୁ ଜନ୍ମ ଦେଇଥିଲେ । ଐଶ୍ଵର୍ୟ୍ୟା ଙ୍କର ନର୍ମାଲ ଡେଲିଭରି ହୋଇଥିଲା । 30 ବର୍ଷ ବୟସ ପରେ ଯେଉଁଠି ମହିଳାମାନେ ସିଜରିୟାନ ଡେଲିଭରି କୁ ବାଛିଥାନ୍ତି ସେଇଠି ଐଶ୍ଵର୍ଯା ନର୍ମାଲ ଡେଲିଭରି କୁ ବାଛିଥିଲେ । ଐଶ୍ଵର୍ୟ୍ୟା ଏହା ବିଷୟରେ କୁହନ୍ତି କି ନର୍ମାଲ ଡେଲିଭରି ପାଇଁ କୌଣସି ବୟସ ସୀମା ନଥାଏ ।

ମୀରା କପୁର

ସାହିଦ କପୂର ଙ୍କୁ ବିବାହ କରିବା ପରେ ମୀରା କପୂର ଙ୍କ ନାମ ବି ସେଲିବ୍ରିଟି ଙ୍କ ଲିଷ୍ଟ ରେ ସାମିଲ ହୋଇଗଲା । ବିବାହର କିଛି ମାସ ପରେ ମୀରା ପ୍ରେଗନେଣ୍ଟ ହୋଇ ଯାଇଥିଲେ । 27 ଅଗଷ୍ଟ 2016 ରେ ମୀରା ଝିଅ ମିଶା କୁ ନର୍ମାଲ ଡେଲିଭରି ଦ୍ଵାରା ଜନ୍ମ ଦେଇଥିଲେ । ଏହା ପରେ ନିଜର ଦ୍ଵିତୀୟ ପ୍ରେଗନେନ୍ସି ରେ ବି ମୀରା ପୁଅକୁ ଜନ୍ମ ଦେଇଥିଲେ ଓ ଏଥରକ ବି ମୀରା ଙ୍କର ନର୍ମାଲ ଡେଲିଭରି ହୋଇଥିଲା । ମୀରା ଓ ସାହିଦ ଏବେ ଦୁଇଟି ପିଲାଙ୍କର ପ୍ରାଉଡ ପ୍ଯାରେଣ୍ଟ ଅଟନ୍ତି ।

ସୁଜୈନ ଖାନ

ହ୍ରୀଥିକ ରୋଶନ ଓ ସୁଜୈନ ଖାନ ବର୍ଷ 2000 ରେ ବିବାହ କରିଥିଲେ । ବିବାହ ପରେ 2008 ରେ ସୁଜୈନ ନିଜର ପ୍ରଥମ ପୁଅକୁ ଜନ୍ମ ଦେଇଥିଲେ । ସୁଜୈନ ଖାନ ଓ ହ୍ରୀଥିକ ରୋଶନ ଙ୍କର 2 ଟି ପୁଅ ଅଛନ୍ତି ଓ ଦୁଇ ପୁଅଙ୍କୁ ସୁଜୈନ ନର୍ମାଲ ଡେଲିଭରି ରେ ହିଁ ଜନ୍ମ ଦେଇଥିଲେ ।

ଟ୍ଵିଙ୍କଲ ଖନ୍ନା

ଟ୍ଵିଙ୍କଲ ବହୁତ ନିଡର ଅନ୍ଦାଜ ର ଅଟନ୍ତି ଓ ତାଙ୍କ ଲେଖାରେ ବି ଏହି କଥା ସଫା ସଫା ନଜର ଆସିଥାଏ । ଟ୍ଵିଙ୍କଲ 2012 ରେ ଝିଅ ନିତାରା କୁ ନର୍ମାଲ ଡେଲିଭରି ଦ୍ଵାରା ଜନ୍ମ ଦେଇଥିଲେ । ପୁଅ ଆରବ ର ଜନ୍ମର 10 ବର୍ଷ ପରେ ଟ୍ଵିଙ୍କଲ ଦ୍ଵିତୀୟ ପିଲାର ମା ହେଇଥିଲେ । ଆଜି ଟ୍ଵିଙ୍କଲ ନିଜର ଦୁଇ ପିଲାଙ୍କ ଲାଳନ ପାଳନରେ ବ୍ୟସ୍ତ ଅଛନ୍ତି ।

ରବୀନା ତଣ୍ଡନ

ରବୀନା ତଣ୍ଡନ ବି ବହୁତ କମ ବୟସରେ ଦୁଇଟି ଝିଅଙ୍କୁ ଆଡପ୍ଟ କରିଥିଲେ । ବିବାହ ଅପରେ ରବୀନା 2007 ରେ ପୁଅକୁ ଜନ୍ମ ଦେଇଥିଲେ ଓ ତାଙ୍କର ବି ନର୍ମାଲ ଡେଲିଭରି ହୋଇଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।