Indian Idol-12 ର ବିଜେତା Pawandeep Rajan କେତେ ସମ୍ପତ୍ତିର ଅଧିକାରୀ ଅଟନ୍ତି ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ, ଏମିତି ବିତାନ୍ତି ବିଳାସପୂର୍ଣ୍ଣ ଜୀବନ

ଉତ୍ତରାଖଣ୍ଡରୁ ଛୋଟ ସହରରୁ ଆସି ସଙ୍ଗୀତ ଦୁନିଆରେ ନିଜ ପରିଚୟ ସୃଷ୍ଟି କରି ପାରିଥିବା ପବନଦୀପ ରାଜନ ଆଜି ଅନେକ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ନିକଟରେ ନିଜ ନିଜ ଗୀତର ଯାଦୁରେ ଇଣ୍ଡିଆନ ଆଇଡଲ-୧୨ ର ଟାଇଟଲ ମଧ୍ୟ ଜିତିଛନ୍ତି । ତାଙ୍କୁ ନାମ ଓ ପରିଚୟ ମିଳିବା ସହ ତାଙ୍କ ଉପରେ ଏବେ ପଇସା ଓ ଉପହାରର ବର୍ଷା ବି ହେଉଛି । ପବନଦୀପ ୨୦୧୬ ମସିହାରୁ ଉତ୍ତରାଖଣ୍ଡର ଯୁବା ବ୍ରାଣ୍ଡ ଆମ୍ବାସାଡର ଅଟନ୍ତି । ସେ ଇଣ୍ଡିଆନ ଆଇଡଲ ଜିତିବା ପରେ ତାଙ୍କ ନେଟୱର୍କରେ ଖୁବ ବୃଦ୍ଧି ହୋଇଛି ।

ଏହା ପୂର୍ବରୁ ପବନଦୀପ ‘ଦି ଭଏସ ଅଫ ଇଣ୍ଡିଆ’ ଶୋ ମଧ୍ୟ ଜିତିଥିଲେ । ଏହାପର ଠାରୁ ହିଁ ତାଙ୍କୁ କାମ ମିଳିବା ଆରମ୍ଭ ହୋଇ ଯାଇଥିଲା । ଇଣ୍ଡିଆନ ଆଇଡଲ ଜିତିବା ପରେ ତାଙ୍କୁ ୨୫ ଲକ୍ଷ ତାଙ୍କ ସହ ଗୋଟିଏ ସ୍ଵିଫ୍ଟ କାର୍ ମଧ୍ୟ ମିଳିଛି । ତାଙ୍କ ସାଲାରି ମଧ୍ୟ ୧୦ ରୁ ୨୦ ଲକ୍ଷ ବୋଲି କୁହାଯାଉଛି । ରିପୋର୍ଟ ଅନୁସାରେ ପବନଦୀପଙ୍କ କୁଳ ସମ୍ପତ୍ତି ୧ ରୁ ୨ ମିଲିୟନ ଡଲାର ଅଟେ । ପବନଦୀପଙ୍କ ପାଖେ ଗୋଟିଏ ଶାନଦାର XUV 500 ଅଛି ଓ ଇଣ୍ଡିଆନ ଆଇଡଲ ଜିତିବା ପରେ ତାଙ୍କ ଫ୍ରେଣ୍ଡ ଅରୁଣିତା ମଧ୍ୟ ତାଙ୍କୁ ଗୋଟିଏ ଅଡି q7 ଗିଫ୍ଟ କରିଛନ୍ତି ।

ଏହା ବ୍ଯତୀତ ତାଙ୍କ ଫ୍ରେଣ୍ଡ ତଥା ଥାର୍ଡ ରନର୍ସ ଅଫ ସାୟଲି ମଧ୍ୟ ତାଙ୍କୁ ୭୨ ହଜାର ଟଙ୍କାର ଗୋଟିଏ ସୁନା ଚେନ୍ ଦେଇଛନ୍ତି । ଆଉ ମହମ୍ମଦ ଦାନିଶ ତାଙ୍କୁ ୧୪ ଲକ୍ଷ ଟଙ୍କାର ଗୋଟିଏ ଗିଟାର ଗିଫ୍ଟ ଦେଇଛନ୍ତି । କିଛି ସମୟ ପୂର୍ବରୁ ପବନଦୀପ ନିଜ ଫ୍ରେଣ୍ଡ ଅରୁଣିତାଙ୍କ ବିଲଡିଙ୍ଗରେ ହିଁ ଗୋଟିଏ ଘର କିଣିଛନ୍ତି । ପବନଦୀପଙ୍କୁ ଏହି ବାବଦରେ ପଚରା ଯିବାରୁ ସେ କହିଥିଲେ କି ଆମେ ସବୁ ଫ୍ରେଣ୍ଡ ଗୋଟିଏ ପରିବାର ଭଳି । ଆଗକୁ ମଧ୍ୟ ଏହି ବନ୍ଧୁତା ଜାରି ରହିବ । ତେବେ ପବନଦୀପ ଓ ଅରୁଣିତାଙ୍କ ସମ୍ପର୍କ ଖୁବ ଚର୍ଚ୍ଚାରେ ରହିଛି ।

ସେମାନଙ୍କୁ ଦେଖିବା ଲୋକେ କହୁଛନ୍ତି କି ଏମାନଙ୍କ ମଧ୍ୟରେ ନିଶ୍ଚୟ କିଛି ଚାଲିଛି । କିନ୍ତୁ ସେମାନେ ସବୁବେଳେ ଏହା କେବଳ ଏକ ଭଲ ବନ୍ଧୁତା ବୋଲି କହିଛନ୍ତି । ଇଣ୍ଡିଆନ ଆଇଡଲ ଜିତିବା ପରେ ପବନଦୀପ ପ୍ରଥମେ ଅରୁଣିତାଙ୍କୁ ହିଁ ଆଲିଙ୍ଗନ କରିଥିଲେ । ଏକ ସାକ୍ଷାତକାରରେ ପବନଦୀପ କହିଥିଲେ କି, ଗତ ୧୦ ମାସ ମଧ୍ୟରେ ଏଠାରେ ସମସ୍ତେ ଭଲ ବନ୍ଧୁ ବନି ଯାଇଛନ୍ତି । ଫାଇନାଲରେ ସେ ସମସ୍ତେ ଆସିଛନ୍ତି ଓ ସମସ୍ତେ ଖୁବ ଅଧିକ ଟ୍ୟାଲେଣ୍ଟେଡ ଅଟନ୍ତି ।

କିନ୍ତୁ ଏବେ ସମସ୍ତେ ନିଜ ନିଜ ଘରକୁ ପଳେଇବୁ, ଆଉ ଅଳ୍ପ କିଛି ଦିନ ମାତ୍ର ବାକି ଅଛି । ଆମେ ସମସ୍ତେ ଅଲଗା ଅଲଗା ସ୍ଥାନରୁ ଆସିଥିଲେ ମଧ୍ୟ ସମସ୍ତେ ଏଠାରେ ଗୋଟିଏ ପରିବାର ଭଳି ରହୁଛୁ । ସମସ୍ତଙ୍କ କଥା ଖୁବ ମନେ ପଡିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।