କେବଳ ଭାଗ୍ୟଶାଳୀ ବ୍ୟକ୍ତିଙ୍କୁ ହିଁ ସୋମବାର ଦିନ ଦେଖା ଦିଏ ଏହି 3 ଟି ସଙ୍କେତ, ଦୂର ହୋଇଯାଏ ଦୁଃଖ ଓ ଦରିଦ୍ରତା- Vastu Tips

ସୋମବାର ଦିନଟି ଭଗବାନ ଶିବଙ୍କର ଅତିପ୍ରିୟ ଅଟେ । ସେହିଦିନ ଭଗବାନ ଶିବ ଶକ୍ତି ରୂପରେ ସମସ୍ତ ଶିବ ମନ୍ଦିର ମାନଙ୍କରେ ଉପସ୍ଥିତ ରହିଥାନ୍ତି ଓ ନିଜ ଭକ୍ତ ମାନଙ୍କ ଉପରେ କୃପା ବର୍ଷା କରିଥାନ୍ତି । ତେଣୁ ସୋମବାର ଦିନ ଶିବ ପୁରାଣରେ ଭଗବାନ ଶିବଙ୍କ ପୂଜା କରିବା ବିଧାନ ଉଲ୍ଲେଖ କରାଯାଇଛି । ଏହିଦିନ ଭଗବାନ ଶିବଙ୍କ ପୂଜା କରୁଥିବା ଭକ୍ତଙ୍କୁ ମହାଦେବ କିଛି ସଂକେତ ଦେଇଥାନ୍ତି । ଯଦି ଆପଣଙ୍କୁ ସୋମବାର ଦିନ ଏହି ସବୁ ସଂକେତ ଦେଖାଯାଉଛି ତେବେ ବୁଝି ନିଅନ୍ତୁ କି ମହାଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ।

ଯଦି ସୋମବାର ଦିନ ବ୍ରହ୍ମ ମୂହୁର୍ତ୍ତରେ ଆପଣଙ୍କ ନିଦ ଭାଙ୍ଗୁଛି ଓ ସେ ଅଚାନକ ଚନ୍ଦ୍ର ଦର୍ଶନ କରୁଛନ୍ତି ତେବେ ବୁଝି ନିଅନ୍ତୁ କି ଭଗବାନ ଶିବ ଆପଣଙ୍କ ଭକ୍ତିରେ ଖୁବ ପ୍ରସନ୍ନ ଅଟନ୍ତି ଓ ଶୀଘ୍ର ଆପଣଙ୍କୁ ତା’ର ଫଳ ଦେବାକୁ ଯାଉଛନ୍ତି । ମହାଦେବଙ୍କ ମସ୍ତକରେ ଚନ୍ଦ୍ର ବିରାଜମାନ ଥାଆନ୍ତି, ସେଥିପାଇଁ ବ୍ରହ୍ମ ମୂହୁର୍ତ୍ତରେ ଚନ୍ଦ୍ର ଦର୍ଶନ କରିବା ଅତ୍ୟନ୍ତ ଶୁଭ ବୋଲି ମାନାଯାଏ । ନନ୍ଦୀ ହେଉଛନ୍ତି ଭଗବାନ ଶିବଙ୍କ ବାହାନ ।

ସୋମବାର ଦିନ ଆପଣ କୌଣସି କାର୍ଯ୍ୟରେ ଘରୁ ବାହାରିବା ବେଳେ ଯଦି ଧଳା ରଙ୍ଗର ନନ୍ଦୀଙ୍କ ଦର୍ଶନ ମିଳୁଛି, ତେବେ ଜାଣି ନିଅନ୍ତୁ କି ଭଗବାନ ଶିବ ଆପଣଙ୍କ ଉପରେ ଖୁବ ପ୍ରସନ୍ନ ଅଛନ୍ତି । ମହାଦେବଙ୍କ କୃପାରୁ ଆପଣଙ୍କୁ ସେହି କାର୍ଯ୍ୟରେ ଅବଶ୍ୟ ସଫଳତା ମିଳିବ । ନାଗ ଦେବତା ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ଅଟନ୍ତି ଓ ସେ ତାଙ୍କୁ ଗଳାରେ ମଧ୍ୟ ଧାରଣ କରନ୍ତି । ତେଣୁ ସୋମବାର ଦିନ ଯଦି ଆପଣଙ୍କୁ ନାଗ ଦେବତାଙ୍କ ଦର୍ଶନ ମିଳୁଛି ତେବେ ମଧ୍ୟ ଭଗବାନ ଶିବ ଆପଣଙ୍କ ଉପରେ ଖୁବ ପ୍ରସନ୍ନ ହୋଇଛନ୍ତି ବୋଲି ଜାଣି ରଖନ୍ତୁ ।

ଏହା ଆପଣଙ୍କ ଆର୍ଥିକ ଉନ୍ନତିକୁ ଦର୍ଶାଏ, ଶୀଘ୍ର ଆପଣଙ୍କ ଅଭାବ, ଅସୁବିଧା ଦାରିଦ୍ର୍ୟତା ଦୂର ହେବ । ସୋମବାର ଦିନ ଆପଣ କୌଣସି କାର୍ଯ୍ୟରେ ଯିବା ବେଳେ ଯଦି ଏକାନ୍ତରେ ପତିପତ୍ନୀ ବସି କଥା ହେଉଥିବାର ଦେଖନ୍ତି ତେବେ ଏହା ମଧ୍ୟ ଏକ ଶୁଭ ସଂକେତ ଅଟେ । ଏହା ଶିବ-ପାର୍ବତୀଙ୍କୁ ଦର୍ଶାଏ । ଦେଖିବେ ଆପଣ ନିଜ କାର୍ଯ୍ୟରେ ଅବଶ୍ୟ ସଫଳ ହେବେ । ସୋମବାର ଦିନ ଘରକୁ କଳା କୁକୁର ଆସିବା ଏକ ଅତ୍ୟନ୍ତ ଶୁଭ ସଂକେତ ବୋଲି ମାନାଯାଏ । ଆପଣଙ୍କ ଘରୁ ଏବେ ସମସ୍ତ ନକରାତ୍ମକତା ଦୂର ହୋଇଯିବ ।

ଏହା ସଂକେତ ଦେଉଛି କି ଆପଣଙ୍କ ଖରାପ ସମୟ ଅନ୍ତ ହେବାକୁ ଯାଉଛି । ଯଦି ଆପଣଙ୍କୁ ସୋମବାର ଦିନ ପାଣି କିମ୍ବା ଦୁଗ୍ଧରେ ପୂର୍ଣ୍ଣ ଥିବା କଳସ ନଜର ଆସେ ତେବେ ଏହା ମଧ୍ୟ ଏକ ଶୁଭ ସଂକେତ ଅଟେ । ଏହାର ଅର୍ଥ ମହାଦେବଙ୍କ କୃପାରୁ ଆପଣଙ୍କ ଖରାପ ସମୟ ଏବେ ଶୀଘ୍ର ଶେଷ ହେବାକୁ ଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।