ମହା ପଞ୍ଚୁକ (15th November) ରେ ଏହି କାମ କଲେ ମିଳିବ ମହାପୁଣ୍ୟ, କିନ୍ତୁ ଭୁଲ୍ ରେ ବି କରିବେନି ଏହି କାମ

କାର୍ତ୍ତିକ ମାସର ପଞ୍ଚୁକ ନଭେମ୍ବର ୧୫ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ରହିବ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୁରୁଷ-ସ୍ତ୍ରୀ, ଯୁବକ ଏବଂ ଯୁବତୀ ଦୃଢ ବ୍ରତ ଭାବେ ପ୍ରାତଃ ସ୍ନାନ ସହିତ ୫ ଦିନ ବ୍ୟାପୀ ଏହି ପଞ୍ଚୁକ ପାଳନ କରନ୍ତି । ପିତାମହ ଭୀଷ୍ମ ବାସୁଦେବ କୃଷ୍ଣଙ୍କ ଠାରୁ ପ୍ରତି ବର୍ଷ କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ବ୍ରତ ରଖି ପଞ୍ଚୁକ ପାଳନ କରିବାକୁ କହିଥିଲେ । ଆସନ୍ତୁ ଜାଣିବା ପଞ୍ଚୁକରେ କେଉଁ କାମ କଲେ ମହାପୁଣ୍ୟ ପ୍ରାପ୍ତି ହୁଏ ଓ କେଉଁ କାମ କରିବା ଉଚିତ ନୁହେଁ ।

କାର୍ତ୍ତିକ ମାସ ପ୍ରଥମରେ ପ୍ରଭୁ ରାଧାକୃଷ୍ଣ ଙ୍କର ପୂଜାର୍ଚ୍ଚନା କରନ୍ତୁ ଓ ଏହି ସମୟରେ ଶ୍ରୀକୃଷ୍ଣଙ୍କୁ ତୁଳସୀ କାଠରେ ଚନ୍ଦନ ଘୋରି ଲଗାନ୍ତୁ । ଏପରି କରିବା ଦ୍ଵାରା ପ୍ରଭୁ ରାଧାକୃଷ୍ଣ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ମହା ପଞ୍ଚୁକ ୫ ଦିନ ଆପଣ ସୁର୍ଜ୍ୟୋଦୟ ପୂର୍ବରୁ ଉଠି ଘର ଓ ଘର ଆଖପାଖ ସଫାସୁତୁରା କରି ନିଅନ୍ତୁ । ଏପରି କରିବା ଦ୍ଵାରା ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀ ଖୁସି ହୋଇ ତାଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପକାଇଥାନ୍ତି । ପଞ୍ଚୁକରେ ସୁର୍ଜ୍ୟୋଦୟ ପୂର୍ବରୁ ପ୍ରାତଃ ସ୍ନାନ କରି ଚଉରା ବା ତୁଳସୀଙ୍କ ପୂଜା କରନ୍ତୁ ।

ପୂଜା କରିବା ପରେ ରାଧାକୃଷ୍ଣ ଏବଂ ଚଉରା ପାଖରେ ମୂରୁଜରେ କିଛି ରଙ୍ଗୋଲି ବନାନ୍ତୁ । ଏହିପରି ପଞ୍ଚୁକ ପାଞ୍ଚ ଦିନ ଯାଏଁ କରନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଦିନଟି ଶୁଭ ହୋଇଥାଏ ଓ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । କାର୍ତ୍ତିକ ମାସର ପଞ୍ଚୁକ ୫ ଦିନ ଭଗବାନ ଶ୍ରୀ ଜଗନ୍ନାଥଙ୍କ ପାଖରେ ନୀଳ ଅପରାଜିତା ଫୁଲ ନେଇ ଅର୍ପଣ କରନ୍ତୁ । ଏହି ଫୁଲକୁ ପ୍ରଭୁ ଜଗନ୍ନାଥଙ୍କ ପ୍ରତୀକ ବୋଲି ମାନାଯାଏ । ତେଣୁ ଏପରି କରିବା ଦ୍ଵାରା ପ୍ରଭୁ ଜଗନ୍ନାଥଙ୍କ ମହିମା ଲାଭ ହୋଇଥାଏ ।

ପଞ୍ଚୁକ ଶେଷ ଦିନ ସମସ୍ତେ ନଈ ଓ ପୋଖରୀରେ ଡଙ୍ଗା ପୂଜା କରି ଭସାଇଥାନ୍ତି । ଏହିଦିନ କଦଳୀ ପାଟୁଆରେ ଡଙ୍ଗା ପ୍ରସ୍ତୁତ କରି ଭସାଇବା ଦ୍ଵାରା ଆପଣଙ୍କ ସମସ୍ତ ମନୋସ୍କାମନା ବହୁତ ଶୀଘ୍ର ପୂର୍ଣ୍ଣ ହୋଇଥାଏ । କିନ୍ତୁ ଆପଣ ଯଦି କାଗଜ ବା ସୋଲରେ ତିଆରି ଡଙ୍ଗା ଭସାଉଛନ୍ତି ତେବେ ସେଥିରେ ରଖା ଯାଇଥିବା ଦୀପ କିମ୍ବା ମହମବତୀ ଯେପରି କିଛି ବାଟ ଗଲା ପରେ ଜଳି ନଯାଏ ସେଥିପ୍ରତି ଧ୍ୟାନ ଦେବା ଉଚିତ । ଏହା ଏକ ଅଶୁଭ ସଂକେତ ଅଟେ । ଏପରି ହେବା ଦ୍ଵାରା ଆପଣଙ୍କ ମନୋସ୍କାମନା ମଧ୍ୟ ଅଧୁରା ରହିଯିବ ।

କାର୍ତ୍ତିକ ମାସରେ ଖଟ ଉପରେ ବସି କୌଣସି ବି ମନ୍ତ୍ର ଉଚ୍ଚାରଣ କରିବା ଅଶୁଭ ହୋଇଥାଏ । ଏପରି କରିବା ଦ୍ଵାରା ସଙ୍କଟ ଆସିଥାଏ । ତେଣୁ ଏହି ପଞ୍ଚୁକରେ ଖଟ ଉପରେ ବସି କୌଣସି ମନ୍ତ୍ର ଉଚ୍ଚାରଣ କରନ୍ତୁ ନାହିଁ । ପଞ୍ଚୁକରେ ଯେଉଁ ସମୟରେ ଧନିଷ୍ଠ ନକ୍ଷତ୍ରର ସମୟ ହୋଇଥାଏ ସେତେବେଳ ଘାସ, କାଠ କିମ୍ବା ଜଳୁଥିବା ବସ୍ତୁ ମାନଙ୍କୁ ଏକାଠି କରନ୍ତୁ ନାହିଁ । ଏହାଛଡା ଦକ୍ଷିଣ ଦିଗରେ ଯମଙ୍କର ବାସ ହୋଇଥିବାରୁ ପଞ୍ଚୁକ ସମୟରେ ଏହି ଦିଗରେ ଯାତ୍ରା କରିବା ମଧ୍ୟ ଅଶୁଭ ବୋଲି ମାନାଯାଏ ।

ପଞ୍ଚୁକରେ ଯେତେବେଳେ ରେବତୀ ନକ୍ଷତ୍ରର ସମୟ ହୋଇଥାଏ, ସେହି ସମୟରେ କେବେ ହେଲେ ଘରର ଛାତକୁ ଅନାନ୍ତୁ ନାହିଁ । ଏହା ମଧ୍ୟ ଅଶୁଭ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।